ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟସାଇ ବିଦ୍ୟାମନ୍ଦିରର ୩୩ ତମ ପ୍ରତିଷ୍ଠା ଦିବସ

ସତ୍ୟସାଇ ବିଦ୍ୟାମନ୍ଦିରର ୩୩ ତମ ପ୍ରତିଷ୍ଠା ଦିବସ

ଭବାନୀପାଟଣା (ବିଶ୍ନୁ ଚରଣ ସ୍ଵାଇଁ) : ସତ୍ୟସାଇ ବିଦ୍ୟାମନ୍ଦିର ଭବାନୀପାଟଣାର ୩୩ ତମ ପ୍ରତିଷ୍ଠା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଭଗବାନ ଶ୍ରୀ ସତ୍ୟସାଇ ବାବଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପୁର୍ତି ଅବସରରେ ଚଳିତ ବର୍ଷ ଅନେକ ସମାଜିକ, ଶିକ୍ଷାଦାନ କାର୍ଯ୍ୟକ୍ରମ କ୍ରମାନ୍ବୟ ଭାବେ ଚାଲୁଥିବା ବେଳେ, ଏହାର ପ୍ରତିଷ୍ଠା ଦିବଷ ସମାରୋହ ସମସ୍ତଙ୍କୁ ଉତ୍ସାହ ପ୍ରଦାନ କରିଛି । ଅତିଭାବରେ ଦେବରାଜ ପାଢୀ, ଲୋକନାଥ ମହାକୁଡ଼, ପୂର୍ବତନ ବିଦ୍ୟାଳୟର ସଭାପତି ପ୍ରଫେସର ବାମଦେବ ପୁରୋହିତ, ପ୍ରଫେସର ବିପିନ ବିହାରୀ ପଣ୍ଡା, ପୂର୍ବତନ ସଂପାଦକ ଗୋବିନ୍ଦ ନାଏକ, ବି. ସୂର୍ଯ୍ୟନାରାୟଣ ରାଓ, ସମିତି ସଂୟୋଜକ ତୁଳସିରାମ ସାହୁ, ବିଭୁତି ସାହୁ ଯୋଗଦାନ କରି ଶୁଭାଶିର୍ବାଦ ପ୍ରଦାନ କରିଥିଲେ । ସ୍କୁଲ ତରଫରୁ ସମସ୍ତ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ଦିବଙ୍ଗତ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା। ଅଧ୍ଯକ୍ଷ୍ଯ ଜ୍ଞାନରଞ୍ଜନ ମିଶ୍ର ଶ୍ରୀ ସତ୍ୟପାଇ ବାବାଙ୍କ ଶିକ୍ଷାକ୍ଷେତ୍ରରେ ଅବଦାନ ଓ ସ୍କୁଲ ପ୍ରତିଷ୍ଠାରେ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ଅନେକ କୃତି ଛାତ୍ରଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶିକ୍ଷୟିତ୍ରୀ ପ୍ରଭାତି ବହିଦାର, କାର୍ଯ୍ୟକ୍ରମ ସଂଯୋଜନା ଭକ୍ତିଗୀତ, ବେଦପାଠ କରିଥିବାବେଳେ ରିଜା ଶୁକ୍ଳା ଧନ୍ୟବାନ ଅର୍ପଣ କରିଥିଲେ ।

Related posts

ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହୋଇଥିବା ନେଇ ଦହସିଲଦାର ଙ୍କୁ ଦାବିପତ୍ର 

masiha

ନିଶିଗନ୍ଧା ଭାଷାପ୍ରତିଷ୍ଠାନର ସର୍ବପ୍ରଥମ “ପ୍ରକୃତି ମିତ୍ର” -୨୦୨୩ ପୁରସ୍କାର ଗ୍ରହଣ କଲେ ବଳରାମ ତରାଇ 

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

masiha

Leave a Comment

error: Content is protected !!