ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ

ଭୂତକୋଠି ପାଲଟିଛି ପ୍ରାଣୀ ଚିକିତ୍ସାଳୟ

 ମୟୂରଭଂଜ- ୨୩/୦୮ —  ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ରାଇହରି ଗ୍ରାମପଞ୍ଚାୟତରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡିଛି | ଏଠାରେ ଥିବା ଏକମାତ୍ର ପ୍ରାଣୀ ଚିକିତ୍ସାଳୟ ଟି ଏବେ ଭୂତକୋଠିରେ ପରିଣତ ହୋଇଛି | ନିୟମିତ ଡାକ୍ତର ନ ଆସିବା ଓ ପରିଷ୍କାର ପରିଚ୍ଛନ୍ନ ଅଭାବରୁ ଚିକିତ୍ସାଳୟ ପରିସର ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇଉଠିଛି | ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ 2002 ମସିହାରେ ରାଜ୍ୟର ତତ୍କାଳୀନ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଭୂମି ପୂଜନ ପରେ ନିର୍ମିତ ହୋଇଥିବା ଏହି ପ୍ରାଣୀ ଚିକିତ୍ସାଳୟ ଟି ରକ୍ଷଣା ବେକ୍ଷଣା ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି | କେଉଁଠି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ପ୍ଳାଷ୍ଟର ଖସିଯାଇ ଛାତ ଭୁଶୁଡିବା ଅବସ୍ଥାକୁ ଆସିଲାଣି | ଅନ୍ୟପଟେ ଡାକ୍ତର ନ ଆସିବା କାରଣରୁ ରୋଗରେ ପୀଡିତ ପ୍ରାଣୀଙ୍କ ପ୍ରାଣ ଅକାଳରେ ଚାଲିଯାଉଛି | ଅଞ୍ଚଳବାସୀ ଏ ବାବଦରେ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ , ଏହାର ପ୍ରତିକାର ଦିଗରେ କୌଣସି ପଦକ୍ଷେପ ନିଆଯାଇନି | ଫଳରେ ଲୋକେ ନା ନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ନିଜ ଗୃହପାଳିତ ପ୍ରାଣୀ ସମ୍ପଦର ସୁରକ୍ଷାକୁ ନେଇ ଚିନ୍ତିତ ଅବସ୍ଥାରେ ଅଛନ୍ତି | ଆଗାମୀ ଦିନରେ ପ୍ରଶାସନ ଏଠାରେ ପୂର୍ବ ଭଳି ପ୍ରାଣୀ ଚିକିତ୍ସା କୁ ସୁନିଶ୍ଚିତ ନ କଲେ ଲୋକେ ଆନ୍ଦାଳନାତ୍ମକ ପନ୍ଥା ଆପଣାଇବେ ବୋଲି କହିଛନ୍ତି |

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଏରିଆ ଖବର ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ , ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନକ ଦାବି ପୂରଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର

Sunil Chandra Nayak

ନୂତନ ଜିଲ୍ଲାପାଳ ଭାବେ ମନୋଜ ସତ୍ୟବାନ ମହାଜନଙ୍କ ଯୋଗଦାନ

masiha

Leave a Comment

error: Content is protected !!