ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡ଼ାହାଣ୍ଡିରେ ଲେବେଲ-ଭି (ଏ) ଶିକ୍ଷକ ସଙ୍ଘ ଗଠିତ 

ପାପଡ଼ାହାଣ୍ଡିରେ ଲେବେଲ-ଭି (ଏ) ଶିକ୍ଷକ ସଙ୍ଘ ଗଠିତ 

ନବରଙ୍ଗପୁର:(୨୪/୮)(ରବି ନାରାୟଣ ମହାନ୍ତି))- ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକର ସମସ୍ତ ଲେବେଲ-ଭି(ଏ ) ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ସହକାରୀ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା ବୈଠକରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ବ୍ଲକ କନିଷ୍ଠ ଶିକ୍ଷକ ସଙ୍ଘର ପୂର୍ବତନ ସଭାପତି ଅନିଲ କୁମାର ସାହୁଙ୍କୁ ବୈଠକ ପରିଚାଳନା କରିବା ପାଇଁ ଅନୁରୋଧ କରିଥିଲେ | ଉକ୍ତ ବୈଠକରେ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ନିମନ୍ତେ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ଆନ୍ଦୋଳନ ବିଷୟରେ ସବିଶେଷ ଆଲୋଚନା କରାଯିବା ସହିତ ପ୍ରାଥମିକ ଶିକ୍ଷକ ମାନଙ୍କ ବ୍ଲକ ସ୍ତରୀୟ ସମସ୍ୟାର ସମାଧାନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ ଏକ ୧୪ ଜଣିଆ କୋର କମିଟି ଗଠନ କରାଯାଇଥିଲା | ସର୍ବସମ୍ମତି କ୍ରମେ ଅନିଲ କୁମାର ସାହୁ, ପ୍ରସନ୍ନଜିତ ରାୟ, ଶର୍ମିଷ୍ଠା ବଳିଆରସିଂ, ପି ସନ୍ତୋଷ ପାତ୍ର, ପରମାନନ୍ଦ ସିଂ, ରାଜେନ୍ଦ୍ର କୁମାର ପଣ୍ଡା, ପ୍ରିୟବ୍ରତ ଆଚାର୍ଯ୍ୟ, ସୁଶାନ୍ତ କୁମାର ମିଶ୍ର, ବିଜୟ କୁମାର ବେହେରା, ରମାକାନ୍ତ ବିଶ୍ୱାଳ, ହେମନ୍ତ କୁମାର ଛତ୍ରିଆ, ହେମନ୍ତ କୁମାର ନିଆଲ, ସୁମିତ୍ରା ମହାରଣା ଏବଂ ସୁରଞ୍ଜନ ଦାସ ଙ୍କୁ କୋର କମିଟିର ସଦସ୍ୟ ସଦସ୍ୟା ଭାବରେ ମନୋନୀତ କରାଯାଇଥିଲା | ପରିଶେଷରେ ସହକାରୀ ଶିକ୍ଷକ ସୁରଞ୍ଜନ ଦାସ ବୈଠକରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ରହ୍ମପୁରରେ ‘ଭରତ ଭେଟ’ ଆଲୋଚନା ଚକ୍ର: ଆଧ୍ୟାତ୍ମିକ କବି ଚିତ୍ରସେନ ମହାରଣାଙ୍କୁ ଶ୍ରେଷ୍ଠ ସ୍ଥାନର ଗୌରବ

Sunil Chandra Nayak

କଥା ଦେଇ କଥା ରଖିଲେ ରାଜ୍ୟସଭା ସାଂସଦ  ଲାଞ୍ଜିଗଡ ଓ କେସିଙ୍ଗା ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକାର୍ପିତ 

masiha

ନୂଆପଡା ସଦର ତହସିଲ ଅଫିସ ସମ୍ମୁଖ ରେ ଯୁବକ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!