ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନେଇ ତାଲିମ୍ କାର୍ଯ୍ୟକ୍ରମ

ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ନେଇ ତାଲିମ୍ କାର୍ଯ୍ୟକ୍ରମ

 ଡାବୁଗାଁ, ୨୬/୮ (ମ. ନି. ସ.) – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷରେ ଦୀର୍ଘସ୍ଥାୟୀ ବିକାଶ ସ୍ଥାନୀୟକରଣ ପରିପ୍ରେକ୍ଷୀରେ ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବି ଡି ଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତା ରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯକ୍ଷ୍ମା ୟୁନିଟ ମୁଖ୍ୟ ଗଗନ ବାଗ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଆକାଂକ୍ଷା ବ୍ଳକ ସହଭାଗୀ ମୋନାଲ ପରିଡା, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ ପ୍ରମୂଖ ତାଲିମ୍ ଦେଇଥିବା ବେଳେ ମହିଳା ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନ ୱାଡି କର୍ମୀ, ଏସିଡ଼ିଓ, ଗ୍ରାମ ରୋଜଗାର ସେବିକା ସେବକ ଓ ଆଶା କର୍ମୀ ମୋଟ ୭o ଜଣ ଉପସ୍ଥିତ ରହି ତାଲିମ୍ ନେଇଥିଲେ l ଏଥିରେ ଯକ୍ଷ୍ମା ହେବାର ଲକ୍ଷଣ ଓ ନିରାକରଣ କରିବା ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ ଗଢି ତୋଳିବା ଉକ୍ତ କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ୍ୟ l ଯକ୍ଷ୍ମା ରୋଗ ର ଲକ୍ଷଣ, ଚିହ୍ନଟ, ନିରାକରଣ ଉପରେ ଆଲୋଚନା କରାଯାଇଥିଲା l ରୋଗ ଚିହ୍ନଟ ହେଲେ ରୋଗୀ ମାନଙ୍କୁ ସହାୟତା ରାଶି, ରୋଗୀ ଚିହ୍ନଟ କଲେ ଆଶା କର୍ମୀଙ୍କୁ ପ୍ରୋତ୍ସାହନ ରାଶି ମିଳିବା, ଏଥିରେ ନିର୍ବାଚିତ ପ୍ରତିନଧି ଙ୍କ ଦାୟିତ୍ୱ, ସରକାରୀ କର୍ମଚାରୀ ଙ୍କ ଦାୟିତ୍ୱ ଉପରେ ତାଲିମ୍ ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ନଳକୂପ ଅଚଳ, ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ ?

Sunil Chandra Nayak

ରୋଟାରୀ କ୍ଲବ ଅଫ ରାଉରକେଲା ର ସ୍ଥାପନା ଦିବସ ପାଳିତ 

masiha

ବିଭିନ୍ନ ଦାବୀ ନେଇ ଜନ ସଂଗ୍ରାମ ସମିତି ତରଫରୁ ଗୋଲାମୁଣ୍ଡା ତହସିଲ ଅଫିସ ଘେରାଓ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!