ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ସୁସଜ୍ଜିତ,ସୁଶୋଭିତ,ବର୍ଣ୍ଣାଢ଼୍ୟ,ପବିତ୍ର ଗଣେଶ ପୂଜା -୨୦୨୫ ମହାସମାରୋହରେ ପାଳିତ 

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ସୁସଜ୍ଜିତ,ସୁଶୋଭିତ,ବର୍ଣ୍ଣାଢ଼୍ୟ,ପବିତ୍ର ଗଣେଶ ପୂଜା -୨୦୨୫ ମହାସମାରୋହରେ ପାଳିତ 

ଢେଙ୍କାନାଳ : ତା.୨୭.୦୮.୨୦୨୫ ରିଖ :  ଶତାୟୁ, ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ସୁସଜ୍ଜିତ,ସୁଶୋଭିତ,ବର୍ଣ୍ଣାଢ଼୍ୟ,ପବିତ୍ର ଗଣେଶ ପୂଜା ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁସାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନରେ ଓ ତାଙ୍କର ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ଓ ପୂଜକ ଭାବରେ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀଙ୍କ ପରିଚାଳନାରେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ମହାବିଘ୍ନ ବିନାଶନ ଗଜାନନଙ୍କୁ ଯଥାବିଧି ହୋମଯଜ୍ଞ,ସୁଗନ୍ଧ ପୁଷ୍ପ,ଧୂପ,ଦୀପ,ଆଳତୀ, ନୈବେଦ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ଏବଂ ଗଣେଶଙ୍କ ଶ୍ଲୋକାବୃତି ସହିତ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଛାତ୍ରୀ,ଛାତ୍ରମାନେ ଅନେକ ପ୍ରକାର ସୁଗନ୍ଧିତ ପୁଷ୍ପ ଓ ପୁଷ୍ପ ହାର,ନଡ଼ିଆ,କଦଳୀ,ଉଖୁଡା ଓ ରାଶିଲଡୁ ଆଦି ଗଣେଶ ମହାପ୍ରଭୁଙ୍କ ପ୍ରିୟ ନୈବେଦ୍ୟ ସବୁ ଆଣି ସଭକ୍ତିରେ ପ୍ରଦାନ କରିଥିଲେ।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ଙ୍କ ମାର୍ଗଦର୍ଶନରେ ଓ ତାଙ୍କର ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ସୁନୀତାବାଳା ଷଡ଼ଙ୍ଗୀଙ୍କ ମିଳିତ ମାର୍ଗଦର୍ଶନ ଓ ନେତୃତ୍ବରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ଓ ସଂସ୍କୃତ ଶିକ୍ଷକ ଦିପ୍ତିଶ୍ କୁମାର ଶତପଥୀ,ଅତିଥି ଶିକ୍ଷକ ସୁରେଶ କୁମାର ପଣ୍ଡା,ପ୍ରାକ୍ତନ ଶିକ୍ଷକ ଡ଼ା.ଦେଵୀ ପ୍ରସାଦ ମିଶ୍ର, ପ୍ରାକ୍ତନ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଅକ୍ଷୟ କୁମାର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,ସମସ୍ତ କର୍ମଚାରୀ ଓ ପରିଚାଳନା କମିଟିର ସଭାପତି,ଉପସଭାପତି ଓ ସମସ୍ତ ସଭ୍ୟା,ସଭ୍ୟମାନଙ୍କ ମିଳିତ ଉପସ୍ଥିତି ଓ ସହଯୋଗରେ ଏହି ବିଦ୍ୟାଦାତା,ସିଦ୍ଧିଦାତା,ଲମ୍ବୋଦର,ବିନାୟକଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ, ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା, ଦିଲାବର ହୁସେନ,ବିରଞ୍ଚି ନାଏକଙ୍କ ସମେତ ବହୁ ପୂରାତନ ଛାତ୍ରୀ,ଛାତ୍ର,ବର୍ତ୍ତମାନର ୬୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ,ଛାତ୍ର, ସେମାନଙ୍କର ପିତା ମାତା,ଅଭିଭାବିକା,ଅଭିଭାବକ ମଧ୍ୟ ଯୋଗଦାନ କରି ନିଜର ଅତୀତର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଗଣେଶ ପୂଜାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିଥି ଶିକ୍ଷକ ସୁରେଶ କୁମାର ପଣ୍ଡା,ପ୍ରାକ୍ତନ ଶିକ୍ଷକ ଡ଼ା.ଦେଵୀ ପ୍ରସାଦ ମିଶ୍ର, ପ୍ରାକ୍ତନ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ଅକ୍ଷୟ କୁମାର ପଣ୍ଡା, ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କିରଣମୟୀ ମହାଳିକ,କଲ୍ୟାଣୀ ବଡ଼ଜେନା,ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା, ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା, ଅନିତା ସାହୁ,ସ୍ମିତା ପଟ୍ଟନାୟକ, କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ ଓ ଅଜିତ୍ କୁମାର ବାରିକ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରି ଥିଲେ।ପରିଶେଷରେ ସମସ୍ତେ ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ପ୍ରସାଦ ସେବନ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ର ଙ୍କ ରିପୋର୍ଟ୍ 

Related posts

ପାରମ୍ପାରିକ ବାଲିଯାତ୍ରା ଅମଲଭଟ୍ଟା ରେ ଉଦଯାପିତ

Sunil Chandra Nayak

ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ,ହନୁମାନ ଓ ଗଣେଶ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ

masiha

କାମାକ୍ଷାନଗର ଅଂଚଳ ର ବିଭିନ୍ନ ଜାଗା ରେ ବେଶ୍ ଧୁମ ଧାମ ରେ ମକର ସଂକ୍ରାନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!