ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ 

ଆସିକା,୩୦/୮/୨୫ — ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା କୃଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ସ୍ତରୀୟ ଏକ ସ୍କ୍ୱାର୍ଡ ଟିମ ବିଭିନ୍ନ ବେସରକାରୀ ସାର ବିକ୍ରୟ କେନ୍ଦ୍ର ଓ ସେବା ସମବାୟ ସମିତି ଗୁଡିକରେ ଚଢ଼ାଉ କରିଛନ୍ତି । ଏହି ଟିମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା, ସହକାରୀ କୃଷି ଅଧିକାରୀ ଅନିଲ କୁମାର ବେହେରା ଧରାକୋଟ ପୋଲିସ ସହାୟତାରେ ଢଉ ଗାଁ ସ୍ଥିତ ଜୁଆରି ଅଗ୍ରୋ, ଭଣ୍ଡାରିବସା ସ୍ଥିତ ସତ୍ୟସାଇ ଫର୍ଟିଲାଇଯାର ଏବଂ ସମବାୟ ସମିତି ଗୁଡିକର କାଗଜ ପତ୍ର ଯାଞ୍ଚ କରିବା ସହ ସାର ଗୋଦାମ ଗୁଡ଼ିକର ତନଖି କରିଥିଲେ । ୟୁରିଆ ସାରର କଳାବଜାରୀ ରୋକିବାକୁ ଟିମ ତରଫରୁ ଏପରି ଚଢ଼ାଉ କରାଯାଇଥିବା ବେଳେ ଗଚ୍ଛିତ ସାର କୁ ଚଢ଼ା ଦରରେ ନବିକ୍ରୀ କରିବା ପାଇଁ ବ୍ଲକ କୃଷି ଅଧିକାରୀ ସମସ୍ତଙ୍କୁ ତାଗିଦ କରିବା ସହ ନିୟମ ଖିଲାପ କାରି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ 

masiha

ଅନ୍ତର୍ଜାତୀୟ ଓଡିଆ ସ୍ବାଭିମାନ ପ୍ରତିଷ୍ଠାନ ସୁନ୍ଦରଗଡ ଶାଖାର ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ରାଉରକେଲା ବିକାଶ ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!