ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ

ସାର କଳା ବଜାରି ରୋକିବା ପାଇଁ ସ୍ବତନ୍ତ୍ର ଟିମ ର ଚଢ଼ାଉ 

ଆସିକା,୩୦/୮/୨୫ — ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା କୃଷୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ସ୍ତରୀୟ ଏକ ସ୍କ୍ୱାର୍ଡ ଟିମ ବିଭିନ୍ନ ବେସରକାରୀ ସାର ବିକ୍ରୟ କେନ୍ଦ୍ର ଓ ସେବା ସମବାୟ ସମିତି ଗୁଡିକରେ ଚଢ଼ାଉ କରିଛନ୍ତି । ଏହି ଟିମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ବ୍ଲକ କୃଷି ଅଧିକାରୀ ବିଶ୍ଵନାଥ ବେହେରା, ସହକାରୀ କୃଷି ଅଧିକାରୀ ଅନିଲ କୁମାର ବେହେରା ଧରାକୋଟ ପୋଲିସ ସହାୟତାରେ ଢଉ ଗାଁ ସ୍ଥିତ ଜୁଆରି ଅଗ୍ରୋ, ଭଣ୍ଡାରିବସା ସ୍ଥିତ ସତ୍ୟସାଇ ଫର୍ଟିଲାଇଯାର ଏବଂ ସମବାୟ ସମିତି ଗୁଡିକର କାଗଜ ପତ୍ର ଯାଞ୍ଚ କରିବା ସହ ସାର ଗୋଦାମ ଗୁଡ଼ିକର ତନଖି କରିଥିଲେ । ୟୁରିଆ ସାରର କଳାବଜାରୀ ରୋକିବାକୁ ଟିମ ତରଫରୁ ଏପରି ଚଢ଼ାଉ କରାଯାଇଥିବା ବେଳେ ଗଚ୍ଛିତ ସାର କୁ ଚଢ଼ା ଦରରେ ନବିକ୍ରୀ କରିବା ପାଇଁ ବ୍ଲକ କୃଷି ଅଧିକାରୀ ସମସ୍ତଙ୍କୁ ତାଗିଦ କରିବା ସହ ନିୟମ ଖିଲାପ କାରି ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ରକ୍ଷା ବନ୍ଧନ ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

Sunil Chandra Nayak

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରାଥମିକ ପ୍ରସ୍ତୁତି ବୈଠକ ଆସନ୍ତା ୨ ରେ……

Sunil Chandra Nayak

ନେପାଳ, ଆସାମ ରୁ ସାନ୍ତାଳୀ ଓ୍ବିକିପିଡିଆ ପାଇଁ ତଥ୍ୟ ସଂଗ୍ରହ କରିବାକୁ ପହଞ୍ଚିଲେ ୫’ ଜଣିଆ ଦଳ

Sunil Chandra Nayak

Leave a Comment

error: Content is protected !!