ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ଆଜି

ଆଜି

 

ଆଜି,

ପବିତ୍ର ଅକ୍ଷୟ ତୃତୀୟା 

ଶୁଭଦିନ ପ୍ରତିଟି ଆରମ୍ଭର

ଆଶା ଭରସା ଆଉ ଆନନ୍ଦରେ 

ଚାଷୀ ଭାଇ ପ୍ରତ୍ୟୁଷରୁ

ଜଗା ପାଶେ ଦେଇ ଭକ୍ତି ଅଞ୍ଜୁଳ

ଅଖି ମୁଠି ବିଲରେ ବିଞ୍ଚି ଦେଇ 

କୃଷିର କରେ ଶୁଭ ଅନୁକୂଳ।।

 

ଆଜି,

ଚନ୍ଦନ ଯାତ୍ରାର ଅୟରାମ୍ଭ

ପବିତ୍ର ନରେନ୍ଦ୍ର ପୋଖରୀରେ 

ପ୍ରଭୁ ମଦନ ମୋହନ

ମାନବୀୟ ଜଳ କ୍ରୀଡ଼ାକରି 

ଅପୂର୍ବ ଶୋଭାମୟ ଦୃଶ୍ୟରେ

ସକଳ ଭକ୍ତଙ୍କର କରିବେ 

ଭକ୍ତିମୟ ଚିତ୍ତ ବିନୋଦନ।।

 

ଆଜି,

ସୃଷ୍ଟି କର୍ତ୍ତା ମହାବିଷ୍ଣୁ 

ଶ୍ରୀ ନାରାୟଣଙ୍କ ଅବତାର

ଯୋଗୀ ଯୋଗୀ ମହଯୋଗୀ

ଭଗବାନ ପର୍ଶୁରାମଙ୍କ 

ଶୁଭ ଜନ୍ମଦିନ

ତାଙ୍କ ପାଦେ ରଖୁଛି ମୁଁ 

ମୋ ଶତ ଶତ ଭକ୍ତି ନିବେଦନ।।

 

ଆଜି,

ସେହି ଲୀଳାମୟ ନୀଳାଞ୍ଚଳବାସୀ

ପ୍ରଭୁ ବଳଭଦ୍ର, ଜଗନ୍ନାଥ, ମା ସୁଭଦ୍ରା

ଆଉ ପ୍ରଭୁ ସୁଦର୍ଶନଙ୍କ

ବିଶ୍ଵ ପ୍ରସିଦ୍ଧ ପବିତ୍ର ଘୋଷ ଯାତ୍ରାର

ରଥର ଶୁଭ ଅନୁକୂଳ

ପ୍ରାର୍ଥନା ଏତିକି 

କର ପ୍ରଭୁ ସାରା ବିଶ୍ଵର ମଙ୍ଗଳ।।

 

ଆଜି,

ଓଡ଼ିଆ ଭାଷାର ଅନବୈଦ୍ୟ ସୃଷ୍ଟି

ମହାକାବ୍ୟ ଗୀତଗୋବିନ୍ଦର ସ୍ରଷ୍ଟା

ଓଡ଼ିଆ ଗୀତି କବି ଜୟଦେବଙ୍କ

ପବିତ୍ର ସ୍ୱନକ୍ଷତ୍ର ଦିବସ

ଯୁଗ ଯୁଗ ପାଇଁ ଏ ଓଡ଼ିଆ ଜାତିର

ହୃଦୟରେ ରହିଛ ଆଉ ରହିଥିବ 

କବି ତୁମେ ହୋଇ ଚିର ନମସ୍ୟ।।

 

ଆଜି,

ମୁସଲମାନ ସଂସ୍କୃତିର 

ବଡ଼ ପୁଣ୍ୟ ପର୍ବ 

ତ୍ୟାଗ ଓ ବଳିଦାନର ବ୍ରତ

ପବିତ୍ର ରମଜାନ 

ଆଉ ଇଦୁଲ ଫିଦର୍ 

ସାରା ଦୁନିଆଁରେ ଭରିଯାଉ

ଶାନ୍ତି, ମୈତ୍ରୀ ଓ ଭାଇଚାର ।।

ସସ୍ମିତେଶ ସାହୁ

ଶଙ୍ଖଚିଲା,ଯାଜପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଲଭ୍ ଇଜ୍ ଇଞ୍ଜୁରିୟସ ଟୁ ହେଲ୍‌ଥ

Sunil Chandra Nayak

ଗୋତୋମୁଣ୍ଡା ରେ ନିଆରା ରଥଯାତ୍ରା, ଦେବାଦେବୀ ଲାଠିଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର 

ରାସୋଳ କୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!