ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରାରୋଡରେ ଯାଦବ ସମାଜର ନୂଆଖାଇ ଭେଟ

ରୁପ୍ରାରୋଡରେ ଯାଦବ ସମାଜର ନୂଆଖାଇ ଭେଟ

ନର୍ଲା,୧୧|୯ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଲକ୍ଷ୍ମୀପୂଜା ମଣ୍ଡପ ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯାଦବ ସଂସ୍କୃତିର ମହାନ ବିଭବ ବାଡ଼ିଖେଳ ସହ ଘୁମୁରା, ଗଣାବଜା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଏକ ଭବ୍ୟ ଶୋଭାଯାତ୍ରାରେ ବରଗାଁ ସମଲେଇ ମନ୍ଦିରରୁ ଛତର ଆସିଥିବାବେଳେ ଜଗନ୍ନାଥ ମନ୍ଦିରରୁ ରାଧାକୃଷ୍ଣଙ୍କ ଫଟୋଚିତ୍ରକୁ ମଞ୍ଚକୁ ଆଣି ସ୍ଥାପନ କରାଯାଇଥିଲା। ସମସ୍ତେ ଏକାଠି ବସି କୁରେ ପତରରେ ନୂଆ ଖାଇବା ପରେ ଜୁହାର ଭେଟ ହୋଇଥିଲେ। ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ସଭାପତି ତ୍ରିଲୋଚନ ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ଉଦଘାଟନୀ ସମାରୋହ ତଥା ସାମାଜିକ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ, ବିଶିଷ୍ଟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ସମ୍ପାଦକ ଗୋବିନ୍ଦ ବନଛୋର, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ, ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ପୂର୍ବତନ ବ୍ଲକ ସଭାପତି ହୃଷିକେଶ ଭୋଇ, ନର୍ଲା ବ୍ଲକ ଯୁବ ଯାଦବ ମହାସଭା ସଭାପତି ପ୍ରସୁନ୍ନ କୁମାର ଜାଲ, ଶିକ୍ଷାବିତ ମାଧବ ନାଗ ଓ ଜୟଚନ୍ଦ୍ର ହାତୀ, ସମଲେଇ ପୂଜକ ରୁଷିନାଥ ବାଗ, ବାଏଚନ ବାଗ, ଭୀମ ବାଗ, ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ଉପସଭାପତି ପିତାମ୍ବର ଖୁଣ୍ଟୁଲା, ଯୁଗ୍ମ ସମ୍ପାଦକ ସୁବାସ ଗହୀର ପ୍ରମୁଖ ମଞ୍ଚାସୀନ ରହି ସମାଜ ସଙ୍ଗଠନକୁ ଆହୁରି ମଜଭୂତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ, ସମ୍ମାନିତ ଅତିଥି ଭାବେ ଉସ୍ତାଦ ବିସମିଲା ଖାଁ ଜାତୀୟ ପୁରସ୍କାର ପ୍ରାପ୍ତ ଲୋକକଳାକାର ସର୍ବେଶ୍ଵର ଭୋଇ, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଭୀମକେଲା ସରପଞ୍ଚଙ୍କ ପ୍ରତିନିଧି ଜୟନ୍ତ ଗଉଡ, ବିଖ୍ୟାତ ମୃଦଙ୍ଗ ବାଦକ ଖଗେଶ୍ବର ଗଉଡ ପ୍ରମୁଖ ମଞ୍ଚାସୀନ ରହି ଗଣପର୍ବ ନୂଆଖାଇର ତତ୍ବ ଓ ଦର୍ଶନ ଉପରେ ଆଲୋକପାତ କରିବା ସହ ଲୋକକଳାର ପୁନଃରୁତ୍ଥାନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ରୁପ୍ରାରୋଡଠାରେ ନୂତନ ଯାଦବ ଭବନ ନିର୍ମାଣ ପାଇଁ ବିଧାୟିକା ଶ୍ରୀମତୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ଏହି ଯାଦବ ଭବନ ନିର୍ମାଣ ପାଇଁ ବିଷ୍ଣୁ ବିଶି ଓ ତାଙ୍କ ଧର୍ମପତ୍ନୀ ଧୁବେନ ବିଶି, ପିତାମ ଖୁଣ୍ଟଲା ଓ ତାଙ୍କ ଧର୍ମପତ୍ନୀ ଗୁଣମତୀ ଖୁଣ୍ଟଲା ଭୂମୀଦାନ କରିବେ ବୋଲି ମଞ୍ଚରେ ଘୋଷଣା କରିଥିଲେ। ଉଦଯାପନୀ ସମାରୋହରେ ଯାଦବ ଲଳନା ମାନଙ୍କୁ ନେଇ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ଉପସଭାପତି ପିତାମ୍ବର ଖୁଣ୍ଟୁଲା, ଯୁଗ୍ମ ସମ୍ପାଦକ ସୁବାସ ଗହୀର, କୋଷାଧ୍ୟକ୍ଷ ଅର୍ଜୁନ ଭୋଇ, ନରେଶ ଗଉଡ, ନିରାକାର ଗଉଡ, ଜନକ ପୋଢ, ପୂର୍ଣ୍ଣଚନ୍ଦ୍ର କରୁଆଁ, ଅଶୋକ ହଂସ, ଗିରିଧାରୀ ବାଗ, ସନ୍ତୋଷ ସେଲମା ପ୍ରମୁଖଙ୍କ ସମେତ ଅନେକ ମହିଳା ଓ ଯୁବ ଯାଦବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା ମହିଳା ଫୁଟ୍‍ବଲ ହଷ୍ଟେଲରେ ପୁରୁଷ କୋଚ.

masiha

୧୧୧ତମ ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମ ଦିବସ ପାଳନ 

masiha

ଉପାନ୍ତ ଅଞ୍ଚଳର ଦୁଇ ଗାଁ ପହଞ୍ଚି ଲୋକଙ୍କ ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଡ଼ିଓ

masiha

Leave a Comment

error: Content is protected !!