ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାମଧନ୍ୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

ସୁନାମଧନ୍ୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

 ମୟୂରଭଂଜ-୧୩/୦୯- ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକତି ବନ୍ଧୁ ସ୍ବରୂପ ଚନ୍ଦ୍ର ନନ୍ଦ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ବିଗତ ବର୍ଷ ଭାଦ୍ରବ କୃଷ୍ଣ ପକ୍ଷ ଷଷ୍ଠୀ ତିଥି (୨୩/୯/୨୪)ରିଖ ଦିନ ଶ୍ରୀ ନନ୍ଦ ସ୍ବର୍ଗାରୋହଣ କରିଥିଲେ। ୧୯୭୦ ମସିହାରୁ ଶ୍ରୀ ନନ୍ଦ ଶିକ୍ଷକ ଜୀବନ ଆରମ୍ଭ କରି ୨୦୦୭ ମସିହା ମାର୍ଚ୍ଚ ୩୧ ତାରିଖରେ ବିଶୋଇ ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ। ଜୈନେକ ଉତ୍ତମ ଛାତ୍ର ବତ୍ସଲ, ମିଷ୍ଟଭାଷୀ, ବିଜ୍ଞ ଶିକ୍ଷକ /ପ୍ରଧାନ ଶିକ୍ଷକ ଭାବେ ଶ୍ରୀ ନନ୍ଦ ସୁନାମ ଅର୍ଜନ କରିଥିଲେ। ଅବସର ପରେ ବିଭିନ୍ନ ସାମାଜିକ କର୍ମ ସହିତ ନିଜ ନୂଆଡିହି ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜସ୍ବ ୫ଏକରରୁ ଉର୍ଦ୍ଧ ଜମିରେ ପ୍ରାୟ ୫ହଜାର ବୃକ୍ଷ ରୋପଣ କରି ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଥିଲେ। ସ୍ବର୍ଗତ ନନ୍ଦଙ୍କ ସୁପୁତ୍ର ରଞ୍ଜନ କୁମାର ନନ୍ଦଙ୍କ ତତ୍ତ୍ବାବଧାନରେ ଆୟୋଜିତ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଗୋକୁଳାନନ୍ଦ ସାହୁ,ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ସୌରଭ ପଟ୍ଟନାୟକ, ତୁଷାର କାନ୍ତ ମହାନ୍ତ, ସୁଜିତ ପଟ୍ଟନାୟକ ପ୍ରମୁଖ, ବିଶିଷ୍ଟ ଶିକ୍ଷାବିତ୍ କାଶୀନାଥ ମହାପାତ୍ର, ଦିଲ୍ଲୀପ ମହାନ୍ତି, ତିମିର ରଞ୍ଜନ ପଣ୍ଡା, ଡଃ ଦିଗମ୍ବର ଗିରି, ବିଜୟ ରାମ, ଶ୍ରୀମତୀ ଭାରତୀ ମହାନ୍ତି, ବରିଷ୍ଠ ନାଗରିକ ପ୍ରଦୀପ୍ତ କୁମାର ମହାନ୍ତି, ରାମକୃଷ୍ଣ ମହାନ୍ତି, ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂସଦ ର ସଦସ୍ୟ ଗଣ, ରାଇରଙ୍ଗପୁର ହାଇସ୍କୁଲର ଶିକ୍ଷକ /ଶିକ୍ଷୟିତ୍ରୀ, ପରିକ୍ରମା, ସମ୍ବାଦ ସାହିତ୍ୟ ଘର, ଶ୍ରୀ ଜଗନ୍ନାଥ ସଂସ୍କୃତ ପରିଷଦ ଟ୍ରଷ୍ଟ , ବାମନଘାଟୀ ସାସ୍କୃତିକ ପରିଷଦର ସଦସ୍ଯ ଗଣ, ପରିବାରର ସଦସ୍ୟ/ସଦସ୍ୟା, ବନ୍ଧୁ ବାନ୍ଧବ, ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ

masiha

ଓକିଲ ସଂଘ ନିର୍ବାଚନ : ନାମାଙ୍କନ ପତ୍ର ଯାଞ୍ଚ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!