ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି କେମିଷ୍ଟ ର ସଦର ଓ ଟାଉନ ଜୋନ୍ ର ଇ ସି ମେମ୍ବର ନିର୍ବାଚନ 

କଳାହାଣ୍ଡି କେମିଷ୍ଟ ର ସଦର ଓ ଟାଉନ ଜୋନ୍ ର ଇ ସି ମେମ୍ବର ନିର୍ବାଚନ 

 ଭବାନୀପାଟଣା ତା. 14/09/2025ରିଖ ଦିନ କଳାହାଣ୍ଡି କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନ ର ଭବାନୀପାଟଣା ସଦର ଜୋନ ଏବଂ ଟାଉନ ଥାନା ଜୋନ ର EC ମେମ୍ବର 2025-2028ବର୍ଷ ପାଇଁ କଳାହାଣ୍ଡି କେମିଷ୍ଟ ଭବନଠାରେ ନିର୍ବାଚନ ହୋଇଯାଇଛି.ଭବାନୀପାଟଣା ଟାଉନ ଥାନା ଜୋନ 5ଟା ସିଟ ପାଇଁ 7ଜଣ କେମିଷ୍ଟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ. ସେଥିରୁ 5ଜଣ ନିର୍ବାଚିତ ହୋଇଛନ୍ତି. ସେମାନେ ହେଲେ,

1. ଶ୍ରୀଯୁକ୍ତ ଅଶୋକ ରାଉତ (ସାଇ ମେଡିକାଲ ଷ୍ଟୋର, ଭବାନୀପାଟଣା )

2.ଶ୍ରୀଯୁକ୍ତ ଅବିଦ ହୁସେନ (ଆମ୍ରିତ ଫାର୍ମା, ଭବାନୀପାଟଣା )

3.ଅମିତ ଅଗ୍ରୱାଲ (ମୀରା agency, ଭାବାନୀପାଟଣା)

4.ପ୍ରଦୀପ ଅଗ୍ରୱାଲ (ଲଷ୍ମୀ ମେଡିକାଲ ଷ୍ଟୋର, ଭବାନୀପାଟଣା )

5.କିଶୋର କୁମାର ଅଗ୍ରୱାଲ (ଗଣେଶ ଷ୍ଟୋର, ଭବାନୀପାଟଣା )

ସଦର ଥାନା ଜୋନ ପାଇଁ ଜଣେ ଯିଏ କି ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି. ସେ ହେଲେ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ (ଧବଳେଶ୍ୱର ଡ୍ରଗ ଷ୍ଟୋର, ଦେପୁର )ତଥା ବରିଷ୍ଠ ବିଜେପି ନେତା. ନିର୍ବାଚନ ପରିଚାଳନା ପାଇଁ ଇଲେକ୍ସନ ଅଫିସର ଭାବେ ଶ୍ରୀଯୁକ୍ତ ମାନସ ରଞ୍ଜନ ମହାନ୍ତି, ଶ୍ରୀଯୁକ୍ତ ବିଜୟ କୁମାର ଜୈନ ଓ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଟ୍ଟଯୋଶୀ ଭବାନୀପାଟଣା ଦାୟିତ୍ୱ ପୂର୍ଣ୍ଣ ତଥା ଶୃଙ୍ଖଳା ସହିତ ନିର୍ବାଚନ ପରିଚାଳନା କରିଥିଲେ. ଶେଷରେ ସମସ୍ତ ନିର୍ବାଚିତ EC ମେମ୍ବର ମାନଙ୍କୁ ଫୁଲହାର ଓ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା. 

 ପ୍ରଦୀପ କୁମାର ସେନାପତିଙ୍କ ରିପୋର୍ଟ 

Related posts

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ଅକାଳ ମୃତ୍ୟୁ

masiha

ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫

masiha

ଏରଞ୍ଚ ମା’ ଦକ୍ଷୀଣେଶ୍ବରୀ ମନ୍ଦିର ପୀଠରେ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!