ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ ଆଲୋଚନାଚକ୍ର 

ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ ଆଲୋଚନାଚକ୍ର 

ରାଉରକେଲା:ସାରନଗରୀ ସ୍ଥିତ ପ୍ରଗତି ପବ୍ଲିକ ସ୍କୁଲରେ ରାଉରକେଲା ଆସୋସିଏସନ୍ ଫର୍ ବାୟୋଜେନେସିସ ଅଫ ସାଇନ୍ସ ଆଣ୍ଡ ସ୍ପିରିଚୁଆଲିଟୀ (ରାବ୍ସ) ଏବଂ ବିଦ୍ୟାଳୟର ମିଳିତ ସହଯୋଗରେ “ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ” ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ବିଶ୍ଵ କଲ୍ୟାଣୀ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଇଂ. ଅଜିତ ମୋହନ ପୂଜାରୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଲେଯେ, ପରିବେଶ ନୀତିଶାସ୍ତ୍ର ମାନବ ସମାଜର ନୈତିକ ଦାୟିତ୍ଵକୁ ସମଗ୍ର ପରିସ୍ଥିତିକୀୟ ବ୍ୟବସ୍ଥାର ସ୍ଥିରତା ପ୍ରତି ବ୍ୟାଖ୍ୟା କରେ। 

ରାବ୍ସର ସଭାପତି ପ୍ରଜାପତି ଷଡ଼ଙ୍ଗୀ ପାର୍ଥିବ ଜିନିଷ ପ୍ରତି ଅନିୟନ୍ତ୍ରିତ ଆଗ୍ରହ ଏବଂ ବିଶ୍ବ ପରିବେଶ ଉପରେ ତାହାର ପ୍ରଭାବ ଉପରେ ନିଜର ମତ ଦେଇଥିଲେ। ରାବ୍ସର କାର୍ଯ୍ୟନିର୍ବାହୀ ସଭ୍ୟ ଡ଼ଃ ଶ୍ୟାମ ପ୍ରସାଦ ସ୍ୱାଇଁ ତାଙ୍କର ବକ୍ତବ୍ୟରେ ଇକୋ କ୍ରିଟିସିଜମ, ଇକୋ ଫେମିନିଜମ, ଇକୋ ସେନଟିଜିମ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ସେହିଭଳି ରାବ୍ସର କୋଷାଧ୍ୟକ୍ଷ ଶରତ ପାଣିଗ୍ରାହୀ ତାଙ୍କର ଅଭିଭାଷଣରେ ଚିପକୋ ଆନ୍ଦୋଳନ, ନର୍ମଦା ବଚାଓ ଭଳି ଉଲ୍ଲେଖନୀୟ ଘଟଣାବଳୀର ଉଦାହରଣ ଦେଇ କହିଲେଯେ, ପରିବେଶକୁ ନୀତିଗତ ଭାବରେ ରକ୍ଷା କରି ଜୀବନକୁ ବଞ୍ଚାଇବା ମାନବୀୟ କର୍ତ୍ତବ୍ୟ। ତାପରେ ରାବ୍ସର ସାଧାରଣ ସମ୍ପାଦକ ଡଃ ପୁର୍ଣ୍ଣ ପ୍ରଧାନ ନିଜର ଭାବପୂର୍ଣ୍ଣ ଭାଷଣରେ ବିବର୍ତ୍ତନ ମାଧ୍ୟମରେ ପରିବେଶ ସହିତ ସହଯୋଗ ଓ ସଂଗତି କିଭଳି ଜୀବନକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଡ଼କୁ ଆଗେଇ ନେଇଥାଏ, ତା ଉପରେ ଆଲୋକପାତ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଜିତିଥିବା ପ୍ରତିଦ୍ବନ୍ଦୀ ଛାତ୍ରଛାତ୍ରୀ ମାନଙ୍କର ସୁନ୍ଦର ଭାଷଣ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ ଥିଲେ ସପ୍ତମ ଶ୍ରେଣୀର ଅନିଷ୍କା ନାୟକ, ଆଶୁତୋଷ ସାମଲ, ନବମ ଶ୍ରେଣୀର ଆରୁଶି ନନ୍ଦ, ସାଇ ଲକ୍ଷ୍ମୀ ପ୍ରଧାନ, ତମନ୍ନା ଦାସ ଓ ଦଶମ ଶ୍ରେଣୀର ଗୌତମ ନାୟକ। ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟତ୍ରୀ ସରିତା ଶର୍ମା ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ଲିଶା କରଣ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜାତଳା ବ୍ଲକ ଅଧ୍ୟକ୍ଷା ଗାଁ ରାସ୍ତା କାଦୁଅ ପଚ୍ ପଚ୍; କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି 

Sunil Chandra Nayak

ବିଜାତଳା ବିଡ଼ିଓଙ୍କ ନାଁରେ ସମିତି ସଭ୍ୟାଙ୍କ ଥାନାରେ ଅଭିଯୋଗ ପୋଲିସ ତଦନ୍ତ ଚାଲିଛି; ବିଡ଼ିଓ ଷ୍ଟେସନରେ ନାହାନ୍ତି

Sunil Chandra Nayak

ବଲାଙ୍ଗିର ଜ଼ିଲ୍ଲା ରେଳ ଉପଭୋକ୍ତା ସଂଘ ର ସାଧାରଣ ସଭା ରେ ରାଜ୍ୟସଭା ସାଂସଦ ଙ୍କୁ ସମ୍ବର୍ଦ୍ଧନା

Leave a Comment

error: Content is protected !!