ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିକିଆ ଉଚ୍ଚ ବିଦ୍ୟାଳୟ ରେ ଭେଷଜ ରୋଗର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

କିକିଆ ଉଚ୍ଚ ବିଦ୍ୟାଳୟ ରେ ଭେଷଜ ରୋଗର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଏସବିଆଇ ଫାଉଣ୍ଡେସନ,ରାମକି ଫାଉଣ୍ଡେସନ ତଥା କିକିଆ ଉଚ୍ଚ ବିଦ୍ୟାଳୟ ର ମିଳିତ ସହଯୋଗ ରେ ଆଜି କେସିଙ୍ଗା ବ୍ଲକର କିକିଆ ଉଚ୍ଚ ବିଦ୍ୟାଳୟ ରେ ଏକ ବିଶେଷ ଭେଷଜ ରୋଗର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ବିଦ୍ୟଳୟ ର ପରିଚାଳନା କମିଟିର ଅଧ୍ୟକ୍ଷ କେଶବ ଚନ୍ଦ୍ର ବାରିକ ଏବଂ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିପିନ ପ୍ରଧାନ ସ୍ଵାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ର ସହକାରୀ ଶିକ୍ଷକ ନୃସିଂହ ପ୍ରସାଦ ଯୋଶୀ ସହକାରୀ ଶିକ୍ଷକ ସନାତନ ସାହୁ ଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଭେଷଜ ଡାକ୍ତର ରବୀନ୍ଦ୍ରନାଥ ଖଟୁଆ ଙ୍କ ତତ୍ୱବାଧାନରେ ଉକ୍ତ ସ୍ୱତନ୍ତ୍ର ସ୍ଵାସ୍ଥ୍ୟ ଶିବିରରେ ୩୦୨ ଜଣ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ଭେଷଜ ରୋଗ ପରୀକ୍ଷା କରିବା ସହ ସ୍ବାସ୍ଥ୍ୟ ଓ ବିଭିନ୍ନ ରୋଗ ଉପରେ ମଧ୍ୟ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ପାଖା ପାଖି ଅଂଚଳର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଯୋଗଦାନ କରିଥିଲେ।ଏହି ଶିବିରକୁ ରାମକି ଫାଉଣ୍ଡେସନର ଚିକିତ୍ସକ ଡାକ୍ତର ବିମଲ ଚରଣ ଷଡଙ୍ଗୀ ଏବଂ ବିଦ୍ୟାଳୟ ର ସହଯୋଗୀ ଶିକ୍ଷକ ଟିକେଶ୍ୱର ସାହୁ, ଉମାକାନ୍ତ ମାଝୀ ସହଯୋଗ କରିଥିଲେ।ସ୍ୱାସ୍ଥ୍ୟ ସଚେତନତା ଉପରେ ରାମକି ଫାଉଣ୍ଡେସନ ଶିବିର କରି ସମାଜ ଆଉ କଳାହାଣ୍ଡି ଅଂଚଳରେ ଲୋକଙ୍କ ସାଧାରଣ ସ୍ୱାସ୍ଥ୍ୟକୁ ସୁଧରିବା ରେ ମୁଖ୍ୟ ଭୂମିକା କରିଆସୁଛି ଏବଂ ଏପରି ବିଭିନ୍ନ ସ୍ୱାସ୍ଥ୍ୟ ସଚେତନା ଶିବିର ଜରିଆରେ କଳାହାଣ୍ଡି ଜିଲ୍ଲାରେ ରୋଗୀସେବା ତାଙ୍କ ଅନୁଷ୍ଠାନ ଜରିଆରେ କରିଆସୁଛନ୍ତି। ରାମକି ସଂସ୍ଥାର କଳାହାଣ୍ଡି ର ପିସି , ଭେଷଜ ବିତରକ ଶ୍ରୀମତୀ ଜୋଷ୍ଣା ରାଣୀ ବେହେରା, ନର୍ସି ଶ୍ରୀମତୀ ପଙ୍କଜିନି ରଣା, ଏଲ ଟି ନିତୁ ନାୟକ, ପାଇଲଟ ନିରଞ୍ଜନ ହାତୀ, ଲିଙ୍ଗରାଜ ସ୍ୱାଇଁ ଏହି ଅବସରରେ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସହକାରି ଶିକ୍ଷକ ବିନୋଦ ସିଂ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପ୍ରଥମ କାଉଡ଼ିଆ ସଂସ୍କୃତି ସମ୍ପର୍କିତ ସାହିତ୍ୟ ସଭା , ରାଉରକେଲା ରୁ ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ ଓ ସସ୍ମିତା ପ୍ରଧାନ 

masiha

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ , ନୂଆଁଖାଇ ଭେଟଘାଟଏକତାର ସୁତ୍ରରେ ସମସ୍ତଙ୍କୁ ବାନ୍ଧିଥାଏ ଓ ଜୁହାର ନମ୍ରତା , ଶିଷ୍ଟାଚାର ଶିକ୍ଷା ପ୍ରଦାନ କରିଥାଏ

masiha

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!