ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷା ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ 

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷା ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ 

ତେନ୍ତୁଳିଖୁଣ୍ଟି ୧୯/୦୯/୨୫ — ନବରଙ୍ଗପୁର ଜିଲ୍ଲା। ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ବିଡ଼ିଓ ମନୋଜ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ସମଗ୍ର ଶିକ୍ଷା ଯୋଜନା ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଗ୍ରାମ୍ୟ ସମ୍ବଳ କର୍ମୀ ଙ୍କ ତଥ୍ୟ ଅନୁଯାଇ ମୃତ ବ୍ୟକ୍ତି ଙ୍କ ନାମରେ ପୂଜାରୀ ଗୁଡା ପଞ୍ଚାୟତ ରେ 3022ଟଙ୍କା, ଝରିଗୁମା ପଞ୍ଚାୟତ ରେ 3302ଟଙ୍କା, ଲମତାଗୁଡା ପଞ୍ଚାୟତ ରେ 1778,ଏବଂ କୁକୁଡ଼ା ବାଇ,ଅଞ୍ଚଳଗୁମା, କଂଗ୍ରା, କଣ୍ଟାଗାଁ, କାମତା,ଅମଳା ଭଟା ପଞ୍ଚାୟତ ମାନଙ୍କରେ ରେ ମୋଟ 20109ଟଙ୍କା କାର୍ଯ୍ୟ କରୁ ନ ଥିବା ଶ୍ରମିକ ମନଙ୍କ ଖାତା କୁ ଟଙ୍କା ଯାଇଥିବା ଅଭିଯୋଗ ହୋଇଥିଲା! ସେହିପରି ତେନ୍ତୁଳିଖୁଣ୍ଟି, ପୂଜାରୀଗୁଡା, କଣ୍ଟାଗାଁ, କୁକୁଡ଼ାବାଇ, ଝରିଗୁମା, ଅମଳା ଭଟା, ଦିଗି, ଗୌଡ଼ ଦେଓପାଲି ଏହି ପଞ୍ଚାୟତ ମାନଙ୍କରେ କ୍ୟାସବୁକ, ବିଲ ଭାଉଚର, ଖାଦ୍ୟ କମିଟି ମିଟିଙ୍ଗ ରେଜିଷ୍ଟର ଦେଇ ନ ଥିବା ଓ କିଛି ମୃତ ବ୍ୟକ୍ତି ଙ୍କ ନାମରେ ଚାଉଳ ବଣ୍ଟା ଯାଉଥିବା ଜିଲ୍ଲା ସାମାଜିକ ସମୀକ୍ଷକ ବୈବାସୁତ ଚାଲାଣ ବିବରଣୀ ରେ ପଠନ କରିଥିଲେ। ସମଗ୍ର ଶିକ୍ଷା ସମୀକ୍ଷା ସମୟ ରେ କେତେକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ କରିବାକୁ ଉପଯୁକ୍ତ ବ୍ୟବସ୍ଥା ନାହିଁ,ରୋଷାଇ ଗୃହ, ବାଳିକା ଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ର ବ୍ୟବସ୍ଥା ନ ଥିବା ଶିବିର ରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ ଯୋଗ ଦେଇ ସରକାର ଙ୍କ ବିଭିନ୍ନ ଯୋଜନା କୁ କିପରି ଗ୍ରାମାଞ୍ଚଳ ସ୍ତରରେ ପହଁଞ୍ଚି ପାରିବ ସେଥି ପ୍ରତି ଦୃଷ୍ଟି ଦେଇ ଦିନ ରାତି କାମ କରିବାକୁ ପଡିବ ବୋଲି ଗ୍ରାମ୍ୟ ରୋଜଗାର ସେବକ ମାନଙ୍କୁ ତାଗିଦ କରିଥିଲେ ଓ ଭାଗିଦାରୀତା ଓ ସହ ଭାଗିଦାରୀତା ଉପରେ ଗୁରୁତ୍ୱ ଦେଇଥିଲେ। ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଯୋଗ ଦେଇ ସାମାଜିକ ସମୀକ୍ଷା ଉପରେ ଗୁରତ୍ୱ ଦିଆଯିବା ସହ ବିଭିନ୍ନ ସମସ୍ୟା ର ସମାଧାନ ପରେ ତାହାର ନିଷ୍କର୍ଷ ବାହାର କରିଥିଲେ ।ଏହି ବୈଠକ ରେ ସମାଜସେବୀ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଆର୍ଥିକ ବିକାଶ ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହି ଯୋଜନା ର ସଫଳ ହୋଇପାରିବ ବୋଲି କହିଥିଲେ ! ଏହି ବୈଠକ ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ ଯୋଗ ଦେଇ ସାମାଜିକ ସମୀକ୍ଷା କଣ ଓ ସାମାଜିକ ସମୀକ୍ଷା ର ଆବଶ୍ୟକତା ବିଷୟ ରେ କହିଥିଲେ। ଏହି ବୈଠକ ରେ ବି ଇ ଓ ସୁଦୀପ୍ତ କୁମାର ଦାସ ଯୋଗ ଦେଇ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଭରଷା ସ୍ବେଛାସେବୀ ସଂଗଠନ ର ସଭାପତି ଏଲ. ସନ୍ତୋଷ ରାଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ କହଁର ପ୍ରମୁଖ ମଞ୍ଚାସିନ ଥିଲେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ମଞ୍ଚାଗାଁ ସମିତି ସଭ୍ୟ ପ୍ରଭାତୀ କନ୍ଧ, ପାତ୍ରପୁଟ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ, କଣ୍ଟାଗାଁ ସମିତି ସଭ୍ୟ ଡମ୍ବୁରୁ ଭତରା, ସରପଞ୍ଚ ସଙ୍ଘ୍ ସଭାପତି ମଦନ ମୋହନ ଦଳପତିଉପସ୍ଥିତ ରହି ପଞ୍ଚାୟତ ବ୍ଲକ ରେ ଚାଲିଥିବା ମନରେଗା ଯୋଜନା ରେ ହୋଇଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ! ଏହି ଶିବିର ରେ ସମସ୍ତ ଜି ଆର ଏସ,, ସମସ୍ତ ଗଣମାଧ୍ୟମ ପ୍ରତିନିଧି,ଗ୍ରାମ୍ୟ ସମ୍ବଳ କର୍ମୀ, PEO, ଶିବିର ରେ ଉପସ୍ଥିତ ରହିଥିଲେ!ଏହି ଶିବିର ରେ ବ୍ଲକ ସାମାଜିକ ସମୀକ୍ଷକ ପି. ସୁନୀଲ କୁମାର ଶିବିର ପରିଚାଳନା କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା

masiha

ନବରଙ୍ଗପୁର ଜିଲ୍ଲାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ 

masiha

ଏସ ଓ ଜି ଯବାନ ଜଣେ ବୃଦ୍ଧା ରୋଗୀ ଙ୍କୁ ୩ କିଲୋମିଟର ବୋହି ଆଣି ମାହାନତା ଦେଖାଇ ପ୍ରଶଂସା ପାଇଲେ

Sunil Chandra Nayak

Leave a Comment

error: Content is protected !!