ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ୨୮୨ ଭିନ୍ନକ୍ଷମ ପଞ୍ଜୀକୃତ 

ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ୨୮୨ ଭିନ୍ନକ୍ଷମ ପଞ୍ଜୀକୃତ 

କାମାକ୍ଷାନଗର (ମନିସ୨0/୯/୨୫ — ଭୁବନ ବ୍ଲକ ପ୍ରଶାସନ ତରଫରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମାନସିକ ଅନଗ୍ରସର ୪୩ ଜଣ, ଅସ୍ଥିଶଲ୍ୟ ୧୦୬ ଜଣ,ଦୃଷ୍ଟି ବାଧକ ୩୭ ଜଣ, ଶ୍ରବଣ ବାଧକ ୪୯ ଜଣ,ଭେଷଜ ୧୬ ଜଣ ଓ ଅନ୍ୟାନ୍ୟ ୩୧  ଜଣ ସମୁଦାୟ ୨୮୨ ଜଣ ଙ୍କୁ ବିଶେଷଜ୍ଞ ଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା । ବିଡିଓ ଆୟୁସୀ  ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ୧୮୮ ଜଣ ଙ୍କୁ ଭିନ୍ନକ୍ଷମ ଉପକରଣ,ଔଷଧ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ କୁମାର ସ୍ବାଇଁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ବର ସେଠୀ , ଭୁବନ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଜନ କୁମାର ମିଶ୍ର ଓ ସମସ୍ତ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ। ମହିଳା ଡିଗ୍ରୀ କଲେଜ,ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ଏନ୍ ଏସ ଏସ ,ଭୁବନ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଏବଂ ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମହାପ୍ରବନ୍ଧକ ରେଳଓ୍ବେ ଶ୍ରୀ ଅନିଲ କୁମାର ମିଶ୍ରାଙ୍କ ବାଦାମପହାଡ଼ ରେଳଷ୍ଟେସନର ପରିଦର୍ଶନ

masiha

ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ପିଏମ୍ ଜନମନ ଅନ୍ତର୍ଗତ ଜନସଚେତନତା କାର୍ଯ୍ୟକ୍ରମ 

masiha

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

Sunil Chandra Nayak

Leave a Comment

error: Content is protected !!