ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖନ୍ତ ବଜାରରେ ଥିବା ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି

ଖନ୍ତ ବଜାରରେ ଥିବା ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି

ବର୍ଷେରୁ ଅଧିକ ହେଲା ନବନିର୍ମିତ ଶୌଚାଳୟରେ ତାଲା ପଡିଛି

 ମୟୂରଭଂଜ- ,୨୧/୯ —  ମୟୂରଭଞ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଳକ୍ ର ଖନ୍ତ ବଜାର ପାର୍ଶରେ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଶୌଚାଳୟ କାମରେ ଆସୁନଥିବା ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟଯେ ଖନ୍ତ ଛକ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ ଓ ମିନି ଷ୍ଟାଡିୟମ ମଧ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୨୦୨୩-୨୪ ମସିହାରେ ଦୁଇଟି ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଇଛି । କିନ୍ତୁ ସେଥିରେ ତାଲା ପଡିଥିବାର ଦେଖିବାକୁ ମିଳିଛି । ବ୍ଳକ୍ ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ବୈମାତୃକ ମନୋଭାବ ପୋଷଣ କରିଆସୁଥିବାର ଅଭିଯୋଗ ହୋଇଆସୁଛି । ତେବେ ଶୌଚାଳୟ ଗୁଡିକରେ ତାଲା ପଡିଥିବାରୁ ଏଣେ ତେଣେ ମଳତ୍ୟାଗ କରିଥିବାରୁ ଶୌଚାଳୟ ନିକଟ ଅଳିଆ ଆବର୍ଜନାରେ ପରିପୂର୍ଣ ରହୁଛି। ଏଣୁ ଜନ ସାଧାରଣ ମାନେ ବାଧ୍ୟ ହୋଇ ଶୌଚାଳୟ ପାର୍ଶ୍ୟରେ ମଳତ୍ୟାଗ କରୁଛନ୍ତି ,ସେହିଭଳି ରାସ୍ତା କଡ଼ରେ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ ଟି ଅପରିଷ୍କlର ହୋଇ ପଡ଼ି ରହିଛି lଯାହାଫଳରେ ସେହି ଅଂଚଳ ଦୂଷିତ ହୋଇପଡିଛି ଏବଂ ସ୍ୱଚ୍ଛଭାରତ ଅଭିଯାନ ଫେଲ ମାରିଛି । ଏଣୁ ଯଥାଶିଘ୍ର ଜନ ସାଧାରଣଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଶୌଚାଳୟରୁ ତାଲା ଖୋଲାଯିବା ସହିତ,ଲକ୍ଷ୍ମୀ ବସ ଷ୍ଟାଣ୍ଡ କାମରେ ଲଗା ଯିବାକୁ ଦାବି ହୋଇଆସୁଛି ।

ମୟୂରଭଂଜର ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ଼ ମୁସଲିମ ଜମାତ୍ ଓ ମସଜିଦ ଏ ତାଜୁଶ୍ଶରିୟା ପକ୍ଷରୁ ସ୍ୱାଧୀନତା ଦିବସ

Sunil Chandra Nayak

ବିକାଶ ବାହନ ଯାତ୍ରା 

masiha

ରାଇରଙ୍ଗପୁର ରେ’ ଓଡ଼ିଆ ପକ୍ଷ’ ପାଳନ ଅବସରରେ ଉପଖଣ୍ଡ ଶ୍ରମ କାର୍ଯ୍ୟାଳୟ ଆନୁକୁଲ୍ୟରେ ” ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା’ ରଥ ପରିକ୍ରମା 

masiha

Leave a Comment

error: Content is protected !!