ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖନ୍ତ ବଜାରରେ ଥିବା ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି

ଖନ୍ତ ବଜାରରେ ଥିବା ଲକ୍ଷ୍ମୀ ବସ ପ୍ରତୀକ୍ଷାଳୟ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି

ବର୍ଷେରୁ ଅଧିକ ହେଲା ନବନିର୍ମିତ ଶୌଚାଳୟରେ ତାଲା ପଡିଛି

 ମୟୂରଭଂଜ- ,୨୧/୯ —  ମୟୂରଭଞ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଳକ୍ ର ଖନ୍ତ ବଜାର ପାର୍ଶରେ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ ଓ ଶୌଚାଳୟ ଜନ ସାଧାରଣଙ୍କ କାମରେ ଆସୁନି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଅଭିଯାନର ଡିଣ୍ଡିମ ପିଟୁଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଶୌଚାଳୟ କାମରେ ଆସୁନଥିବା ଦେଖିବାକୁ ମିଳୁଛି । ସୂଚନା ଯୋଗ୍ୟଯେ ଖନ୍ତ ଛକ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ ଓ ମିନି ଷ୍ଟାଡିୟମ ମଧ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ୨୦୨୩-୨୪ ମସିହାରେ ଦୁଇଟି ସ୍ଥାନରେ ଶୌଚାଳୟ ନିର୍ମାଣ କରାଯାଇଛି । କିନ୍ତୁ ସେଥିରେ ତାଲା ପଡିଥିବାର ଦେଖିବାକୁ ମିଳିଛି । ବ୍ଳକ୍ ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ବୈମାତୃକ ମନୋଭାବ ପୋଷଣ କରିଆସୁଥିବାର ଅଭିଯୋଗ ହୋଇଆସୁଛି । ତେବେ ଶୌଚାଳୟ ଗୁଡିକରେ ତାଲା ପଡିଥିବାରୁ ଏଣେ ତେଣେ ମଳତ୍ୟାଗ କରିଥିବାରୁ ଶୌଚାଳୟ ନିକଟ ଅଳିଆ ଆବର୍ଜନାରେ ପରିପୂର୍ଣ ରହୁଛି। ଏଣୁ ଜନ ସାଧାରଣ ମାନେ ବାଧ୍ୟ ହୋଇ ଶୌଚାଳୟ ପାର୍ଶ୍ୟରେ ମଳତ୍ୟାଗ କରୁଛନ୍ତି ,ସେହିଭଳି ରାସ୍ତା କଡ଼ରେ ଥିବା ଲକ୍ଷ୍ମୀ ବସ ଷ୍ଟାଣ୍ଡ ଟି ଅପରିଷ୍କlର ହୋଇ ପଡ଼ି ରହିଛି lଯାହାଫଳରେ ସେହି ଅଂଚଳ ଦୂଷିତ ହୋଇପଡିଛି ଏବଂ ସ୍ୱଚ୍ଛଭାରତ ଅଭିଯାନ ଫେଲ ମାରିଛି । ଏଣୁ ଯଥାଶିଘ୍ର ଜନ ସାଧାରଣଙ୍କ ନିମନ୍ତେ ନିର୍ମାଣ ହୋଇଥିବା ଶୌଚାଳୟରୁ ତାଲା ଖୋଲାଯିବା ସହିତ,ଲକ୍ଷ୍ମୀ ବସ ଷ୍ଟାଣ୍ଡ କାମରେ ଲଗା ଯିବାକୁ ଦାବି ହୋଇଆସୁଛି ।

ମୟୂରଭଂଜର ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସମୂହ ଛୁଟିରେ ପଂଚାୟତ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ : ଦ୍ୱନ୍ଦ ରେ ହିତାଧିକାରୀ ଉନ୍ନୟନ ,କାର୍ଯ୍ୟ ଠପ 

masiha

ଡାବୁଗାଁ ବ୍ଲକ ରୁ ୧୦ ଜଣ ସୁଭଦ୍ରା ହିତାଧିକାରୀ ଭୁବନେଶ୍ଵର ଗଲେ 

masiha

ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା ବୈଠକ

Sunil Chandra Nayak

Leave a Comment

error: Content is protected !!