ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ପ୍ରସନ୍ନ କୁମାର ସାବତ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ଵ ତଥା ଶ୍ରୀମତୀ ସୁବାସିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ପ୍ରାକ୍ତନ ମହାପ୍ରବନ୍ଧକ ସୁରେନ୍ଦ୍ର ନାଥ ଖେସ ମୁଖ୍ୟଅତିଥି ଓ ପାନପୋଷ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଓଡିଆ ବିଭାଗର ପ୍ରାଧ୍ୟାପକ ଡ଼. ମାନସ କୁମାର ମୁଖାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଆମ ପରିବେଶ ଓ ଏହାର ଭବିଷ୍ୟତ ଶୀର୍ଷକ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଡ଼. ମୁଖାର୍ଜୀ ତାଙ୍କ ବକ୍ତବ୍ୟରେ ବିଭିନ୍ନ ଉଦାହରଣ ଦେଇ ସୃଷ୍ଟିର ଆରମ୍ଭ ସମୟର ତଥା ପରବର୍ତ୍ତୀ ସମୟରେ ଆବଶ୍ୟକତା ଠାରୁ ଅଧିକ ଅଙ୍ଗାରକାମ୍ଳ ର ସୃଷ୍ଟି ଓ ଅମ୍ଳଜାନ ହ୍ରାସ ତଥା ପରିବେଶ ସୁରକ୍ଷାରେ ଅବହେଳା ହିଁ ସୁସ୍ଥ ପରିବେଶ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଖେସ ଅନୁଷ୍ଠାନର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ସମ୍ପ୍ରତି ବିଶ୍ବ ବିଭିନ୍ନ କାରଣ ପାଇଁ ପରିବେଶ କୁ କ୍ଷତି କରିଚାଲିଛି। ଏଥିରୁ ମୁକ୍ତି ପାଇଁ ବ୍ୟାପକ ବୃକ୍ଷରୋପଣ, ବାୟୁମଣ୍ଡଳରେ ପ୍ରଦୁଷଣ ରେ ହ୍ରାସ ସହ ଏସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଆହ୍ବାନ ଦେଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଗାଳ୍ପିକା ଅଧ୍ୟାପିକା ପ୍ରଣତି ବେହେରା *ଅନ୍ଧାରର ଛାଇ* ଶୀର୍ଷକ ଏକ କ୍ଷୁଦ୍ର ଗଳ୍ପ ଏବଂ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମିଶ୍ର *ଶୁଭାରମ୍ଭ* ଶୀର୍ଷକ ଏକ ଅଣୁ ଗଳ୍ପ ପାଠ କରିଥିଲେ। ତୃତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ଉର୍ବଶୀ ଦାସ ଏବଂ ପ୍ରଣତି ବେହେରାଙ୍କ ସଂଯୋଜନାରେ ସଂଯୁକ୍ତା ଦାଶ, ସୁମିତା ସ୍ବାଇଁ, ଅଶୋକ କୁମାର ପଟ୍ଟନାୟକ, ଗୌତମ ଦାସ, ସୁନୀଲ କୁମାର ମହାନ୍ତି, ମୀନକେତନ ପଶାୟତ, ବ୍ରହ୍ମାନନ୍ଦ ପାଢ଼ୀ, ଉପେନ୍ଦ୍ର କୁମାର ବସ୍ତିଆ, ଦେବେନ୍ଦ୍ର ବଳ, କରୁଣାକର ସାହୁ, ଉର୍ବଶୀ ଦାସ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ସାବତ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ, ଆବାହକ ଶ୍ରୀ ଆଚାର୍ଯ୍ୟ ଆଲୋଚ୍ୟ ବିଷୟ ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ ଶକ୍ତି ପ୍ରସାଦ ସାମନ୍ତରାୟ, ପ୍ରିୟା ପାତ୍ର, ସଂଗ୍ରାମ ପ୍ରିୟ ତନ୍ତୀ, ରବିନ୍ଦ୍ର ଠାକୁର, ଶରତ ସ୍ବାଇଁ, ହରିହର ଶତପଥୀ, ବିଭୁଦତ୍ତ ବେହେରା, ଶରତ ରାଉତ, କୁଳମଣି ଦାସ, ବସନ୍ତ ମହାରଣା, ଶ୍ରୀକାନ୍ତ ପାଣିଗ୍ରାହୀ, ନିରୁପମା ଚାନ୍ଦ, ନାରାୟଣ ଖଣ୍ଡେଲୱାଲ, ରମେଶ ଚନ୍ଦ୍ର ସାହୁ, ଅଭିଜିତ ଜେନା, କୌଶଲ୍ୟା ମହାରଣା, ଗୀତାଞ୍ଜଳି ମହାରଣା, ରମେଶ ଚନ୍ଦ୍ର ଶତପଥୀ, ସ୍ୱ।ତୀ ପତି, ସ୍ବର୍ଣ୍ଣଲତା ଘଡେଇ, ରବୀନ୍ଦ୍ର ଠାକୁର, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଦୀପ ଯଜ୍ଞ

masiha

ବିଦ୍ୟୁତ ଆଘାତରେ ପଙ୍ଗୁ ପାଲଟିଲେ, ସ୍ୱାବଲମ୍ବୀ ହେବା ନେଇ ଚିନ୍ତାରେ ଉଦରନ 

masiha

ଟେଣ୍ଡର ବିଜ୍ଞପ୍ତି ବାତିଲ ଦାବୀ ରେ ବିଞ୍ଝାଲ ସମାଜ ର ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରସଙ୍ଗ

masiha

Leave a Comment

error: Content is protected !!