ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୬ ବର୍ଷରେ ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା

୨୬ ବର୍ଷରେ ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ମାଁ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ପାଳିତ ହେଉଛି I ଏଥିରେ ପୂଜାକର୍ତ୍ତା ଭାବରେ କମିଟୀ ସଦସ୍ୟ ଚିନ୍ତାମଣି ସାହୁ ଓ ତାଙ୍କ ଧର୍ମପତ୍ନୀ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସଂପାଦନ କରୁଛନ୍ତି I ଚଳିତ ବର୍ଷ ୨୬ବର୍ଷରେ ପଦାର୍ପଣ କରିଛି ତେରେସିଂହା ମାଁ ଗଜଲକ୍ଷ୍ମୀ ପୂଜା I କମିଟୀର ସଭାପତି କପିନ୍ଦ୍ର ରଣା, ସମ୍ପାଦକ ମହେଶ୍ୱର ଗହୀର, କୋଷାଧ୍ୟକ୍ଷ ସଂଜୀବ ରଣା, ଉପ-ସଭାପତି ତପନ ମାଝୀ, ସହସମ୍ପାଦକ ରାମଚନ୍ଦ୍ର ରଣାଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି I ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବାର ସୂଚନା ରହିଛି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ଶିକ୍ଷା ସମୀକ୍ଷା; ଆସ ସ୍କୁଲ ଯିବା ଏକ ପେଡ ମା’ କେ‌ ନାମ ଉପରେ ଗୁରୁତ୍ଵ 

Sunil Chandra Nayak

ଡକାୟତ ମାମଲାରୁ ୯ ଜଣ ଗ୍ରାମବାସୀନ୍ଦା ଖଲାସ 

masiha

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କନ୍ଦାଗଡ ପଥର ଶିଳ୍ପୀଙ୍କୁ ମିଳିଲା ଭତ୍ତା

Sunil Chandra Nayak

Leave a Comment

error: Content is protected !!