ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ବିକାଶ ମଞ୍ଚର ଦାବି 

ବେଦବ୍ୟାସ ବିକାଶ ମଞ୍ଚର ଦାବି 

ରାଉରକେଲା: ପାନପୋଷ ଡାକ୍ତରଖାନାର ଆଧୁନିକୀକରଣ ଏବଂ ଡାକ୍ତରଖାନାର ପଛ ପାଖରେ ଥିବା ପ୍ରାୟ ୨୭ ଏକର ସରକାରୀ ଜମିରେ ବିଭିନ୍ନ ଔଷଧୀୟ ଉଦ୍ଭିଦରେ ଶୋଭିତ ଏକ ବୋଟନିକାଲ ଗାର୍ଡେନ, ଆୟୁର୍ବେଦ ଚିକିତ୍ସାଳୟ ସହିତ ଯୋଗାଶିକ୍ଷା କେନ୍ଦ୍ର ସ୍ଥାପନ କରି ଏହାକୁ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ନାମରେ ନାମିତ କରିବା ପାଇଁ ବେଦବ୍ୟାସ ବିକାଶ ମଞ୍ଚ ର ସଭାପତି ବଦ୍ରୀନାରାୟଣ ପାଢ଼ୀ ଉପସଭାପତି ହୃଷିକେଶ ବଳିୟାରସିଂହ, ରମାକାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ ଏବଂ ସମ୍ପାଦକ ବିଜୟାନନ୍ଦ ଅଗ୍ରୱାଲ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଜୁଏଲ ଓରାମ ଙ୍କୁ ସାକ୍ଷାତ କରି ପ୍ରାୟ ଦେଢଶହ ବ୍ୟକ୍ତିଙ୍କ ଦସ୍ତଖତ ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିବା ସହିତ ବେଦବ୍ୟାସ ବିକାଶ ମଞ୍ଚର ଏହି ଦାବିକୁ କେନ୍ଦ୍ର ସରକାରଙ୍କ ପ୍ରଣୋଦିତ କାର୍ଯ୍ୟକ୍ରମ ଅଟଳ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ନିବେଦନ କରିଥିଲେ l ଓଡ଼ିଶାରେ ଡବଲ ଇଂଜିନ ସରକାର ଥିବା ବେଳେ ମଞ୍ଚର ଏହି ଦାବିର ସଫଳ ରୂପାୟନ ହେବ ବୋଲି କାର୍ଯ୍ୟକର୍ତ୍ତାମାନେ ମନ୍ତ୍ରୀଙ୍କ ନିକଟରେ ଆଶାପୋଷଣ କରିଥିଲେ l

ସୂଚନାଯୋଗ୍ୟ ଯେ, ରାଉରକେଲା ସହରର ଅୟାମରମ୍ଭ ପୂର୍ବରୁ ପାନପୋଷକୁ ସୁନ୍ଦରଗଡ଼ ଜିଲ୍ଲାର ଏକ ଉପଖଣ୍ଡ ମର୍ଯ୍ୟାଦା ପ୍ରାପ୍ତ ହୋଉଛି l ବହୁବର୍ଷ ପୂର୍ବରୁ ପାନପୋଷରେ ସ୍ଥାପିତ ହୋଇଥିବା ଡାକ୍ତରଖାନା ଉପଖଣ୍ଡ-ଡାକ୍ତରଖାନାର ମାନ୍ୟତା ପାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିଲା l ରାଉରକେଲାର ଜନସଂଖ୍ୟା ବୃଦ୍ଧି ସହିତ ଆର.ଜି.ଏଚ.(ରାଉରକେଲା ସରକାରୀ ଡାକ୍ତରଖାନା)ର ସ୍ଥାପନା ହେଲା ଏବଂ ପରବର୍ତ୍ତୀ ସମୟରେ ପାନପୋଷ ଉପଖଣ୍ଡ ଡାକ୍ତରଖାନା ଗୋଷ୍ଠୀ ସେବା କେନ୍ଦ୍ର ଭାବରେ ପରିଗଣିତ ହେଲା l ଯାହାଦ୍ୱାରା ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଏହି ଡାକ୍ତରଖାନାର ମର୍ଯ୍ୟାଦା ହାନି ଘଟିଲା l ଆର.ଜି.ଏଚ. ଥିଲେ ମଧ୍ୟ ପାନପୋଷ ଡାକ୍ତରଖାନା ଉପରେ ଦୟାନନ୍ଦ ନଗର, ଦାଣ୍ଡିଆପାଲି, କଳୁଙ୍ଗା, ବେଦବ୍ୟାସ, କୁଆଁରମୁଣ୍ଡା, ପାନପୋଷ, ପୁରୁଣା ଛେଣ୍ଡ, କଳିଙ୍ଗ ବିହାର ତଥା ଛେଣ୍ଡ ପ୍ରୋଜେକ୍ଟ ଅଂଚଳର ଅଗଣିତ ରୋଗୀ ଚିକିତ୍ସା ପାଇଁ ଦୈନନ୍ଦିନ ନିର୍ଭରଶୀଳ l ଏହାଦ୍ୱାରା ଆବଶ୍ୟକ ଭିତ୍ତିଭୂମିର ଅଭାବ ଯୋଗୁଁ ସେମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି l ନିକଟ ଭବିଷ୍ୟତରେ ପାନପୋଷ ସ୍ଥିତ ଶବ ବ୍ୟବଚ୍ଛେଦ କୋଠରୀ ଆର.ଜି.ଏଚ. କୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ରହିଛି l ଏହାପରେ ଆୟୁର୍ବେଦ ଚିକିତ୍ସା କେନ୍ଦ୍ର, ବୋଟାନିକାଲ ଗାର୍ଡେନ ଏବଂ ଯୋଗ ଶିକ୍ଷା କେନ୍ଦ୍ର ସ୍ଥାପନା କରିବା ପାଇଁ ମାର୍ଗ ପ୍ରଶସ୍ତ ହୋଇଯିବ l ରାଉରକେଲା ସ୍ମାର୍ଟ ସିଟି ମାନ୍ୟତା ପାଇଲା ପରେ ସହରର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟ ଦୃଷ୍ଟିକୁ ଆସୁଥିବା ବେଳେ ପାନପୋଷ ଏବଂ ପୁରୁଣା ଛେଣ୍ଡ ଅଂଚଳରେ ବିକାଶ ସାତ ସ୍ବପ୍ନ ସଦୃଶ l ଏହି ସନ୍ଦର୍ଭରେ ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମ୍ୟୁନିସିପାଲଟି କମିଶନରଙ୍କୁ ସାକ୍ଷାତ କରି ବିଚାର ବିମର୍ଶ କରାଯିବା ସହିତ ଆଗାମୀ ଦିନରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରାଯିବ l ଝୁଲାପୋଲ ତଥା ବେଦବ୍ୟାସ ପୀଠର ବିକାଶ ପାଇଁ ମଞ୍ଚ ଗ୍ରହଣ କରୁଥିବା ସମସ୍ତ କାର୍ଯ୍ୟକ୍ରମ ପ୍ରତି ସମସ୍ତ ରାଉରକେଲାବାସୀ ପୂର୍ଣ୍ଣ ସମର୍ଥନ କରିଆସୁଥିବାବେଳେ ଏହି ମହନୀୟ ଦାବି ପାଇଁ ପୁନର୍ବାର ସହଯୋଗ ତଥା ସମର୍ଥନ କରିବା ପାଇଁ ମଞ୍ଚର କାର୍ଯ୍ୟକର୍ତ୍ତାମାନେ ରାଉରକେଲାବାସୀଙ୍କୁ ନିବେଦନ କରିଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓ ଟି ଇ ଟି ପରୀକ୍ଷା ଦେଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ତ୍ରୀ ଓ ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ 

Sunil Chandra Nayak

ବାର୍ଷିକ ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ସମ୍ପନ୍ନ 

masiha

ଅବସର ଦିନରେ ହାତକୁ ମିଳିଲା ଚୂଡ଼ାନ୍ତ ପେନ୍‌ସନ୍ ଆଦେଶ: ନବରଂଗପୁର ଜିଲ୍ଲା ରେ ସୃଷ୍ଟି ହେଲା ନୂଆ ଦୃଷ୍ଟାନ୍ତ 

Sunil Chandra Nayak

Leave a Comment

error: Content is protected !!