ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ 

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ 

ଡାବୁଗାଁ, ୧୩/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସଦରମହକୁମା ସ୍ଥିତ ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ୨ ଦିନିଆ ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ସୋମବାର ଉଦଘାଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ଆବାହକତ୍ଵରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ | ପରେ ଛାତ୍ରମାନଙ୍କ ଦ୍ଵାରା ମଶାଲ ମଞ୍ଚ ଉପରକୁ ଅଣାଯାଇ ଅତିଥି ମାନଙ୍କ ଦ୍ଵାରା ମଞ୍ଚରେ ମଶାଲକୁ ସ୍ଥାପିତ କରାଯାଇଥିଲା | ପରେ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ, ଉମାକାନ୍ତ ବିଶ୍ଵାଳ,ବାସୁଦେବ ରଥ, ତ୍ରିନାଥ ବାରିକ,ରଞ୍ଜନ ପରିଡା,ଅରୁଣ ହିଆଲ,ନୀଳାମ୍ବର ସିଂ, ପୁରୋହିତ ବାଘ, ବିଜୟଲକ୍ଷ୍ମୀ ମଣ୍ଡଳ ଓ ସୁକାନ୍ତି ସାହୁ ପ୍ରମୂଖ ୧୦୦, ୨୦୦,୩୦୦, ୪୦୦, ୮୦୦, ୧୫୦୦,୩୦୦୦ ମିଟର ଦୌଡ, ଉଚ୍ଚ ଡିଆ,ଲମ୍ବ ଡିଆ,ଜାଭଲିନ ଥ୍ରୋ, ରିଲେ ରେସ, ଟ୍ରିପଲ ଜମ୍ପ, ଡିସ୍ କସ୍ ଥ୍ରୋ ଭଳି ୧୩ ପ୍ରକାର ଖେଳ ଆରମ୍ଭ କରାଯାଇଥିଲା l ଏଥିରେ ସମ୍ମାନୀତ ଅତିଥି ଜିଲା ପରିଷଦ ସଭ୍ୟ ଧନ ସିଂ ଭତ୍ରl ଓ ଗୁପ୍ତ ବିଶୋୟୀ, ବ୍ଳକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ତହସିଲଦାର ଗୀତା ମୁର୍ମୁ, ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଡା. ବଦ୍ରି ପ୍ରାସାଦ ନାୟକ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଜେପି ଜିଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ ଓ ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ, ସମ୍ପୃକ୍ତ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନୌଜ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଉକ୍ତ ମଞ୍ଚକୁ ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ବେହେରା, ହେମନ୍ତ କୁମାର ପଣ୍ଡା, ଗିରିଶବାଳା ଜେନା ଓ ଗୀତାଞ୍ଜାଳୀ ବସ୍ତିଆ, ଶିକ୍ଷକ ବିଶ୍ୱେଶ କୁମାର ତ୍ରିପାଠୀ, ସୌଭାଗ୍ୟ ବିଶ୍ଵାଳ, ସୁରେଶ ବେହେରା, ଜଗନ୍ନାଥ ରାଓ, ବଲ୍ଳଭ ନାରାୟଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଲେବ ଟେନ୍ନିସିଆନଙ୍କ ଦ୍ୱାରା ରୋଗୀ ଏବଂ ସମ୍ପର୍କୀୟ ଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ

Sunil Chandra Nayak

ସାମ୍ପ୍ରତିକ ସମୟରେ ବାଲ୍ମୀକି ରାମାୟଣ ଉପାଦେୟତା ଉପରେ ଆଲୋଚନାଚକ୍ର

Sunil Chandra Nayak

ଆଦର୍ଶ ପାଠାଗାରର ନବନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!