ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟ ମଞ୍ଚସ୍ଥ

ତେରେସିଂହାରେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟ ମଞ୍ଚସ୍ଥ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ରାମଲୀଳା ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କୁ ନେଇ ଭାଇ ଜିଉଁତିଆ ଉପଲକ୍ଷେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟ ମଙ୍ଗଳବାର ରାତ୍ରିରେ ମଞ୍ଚସ୍ଥ ହୋଇଥିଲା I ଅନୁଷ୍ଠାନର କଳାକାର ଯୁଗଳ କିଶୋର ନାଏକଙ୍କ ନିର୍ଦ୍ଦେଶନାରେ ମହିଷାମର୍ଦ୍ଦିନୀ ଗୀତିନାଟ୍ୟ ମଞ୍ଚସ୍ଥ ହୋଇଥିଲା I ଗୀତିନାଟ୍ୟର ବିଭିନ୍ନ ଭୂମିକାରେ ଦୁର୍ଗା- ପିତାମ୍ବର ରଣା, ମହିଷାସୁର- ଦୟାବନ୍ତ ଭୋଇ, ମନ୍ତ୍ରୀ- ସମୀର ପଧାନ, ଶୁମ୍ଭ- ଟ୍ୱିଟୁ ରଣା, ନିଶୁମ୍ଭ- ବିଦୁଭୂଷଣ ଗହିର, ଇନ୍ଦ୍ରରାଜା- ଗୋପବନ୍ଧୁ ରଣା, ନାରଦ- ଯଶୋବନ୍ତ ରଣାଙ୍କ ସମେତ ଅନେକ କଳାକାର ଅଭିନୟ କରିଥିଲେ I ଅନୁଷ୍ଠାନର ସଭାପତି ମଙ୍ଗଳ ମାଝୀ ଓ ସମ୍ପାଦକ ଗୁଣସାଗର ପଧାନ ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I ଗୀତିନାଟ୍ୟ ଦେଖିବାକୁ ଆଖପାଖ ଅଂଚଳର ଶହ ଶହ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖାର ସ୍ବତନ୍ତ୍ର ଅଧିବେଶନ -୨୦୨୬ ଅନୁଷ୍ଠିତ 

Sunil Chandra Nayak

ଜଟାଵାଲ ଭଙ୍ଗା ପୋଲ ତଳକୁ ଖସିଲା ବାଇକ ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର 

masiha

ଡ୍ରାଇଭର ସଂଘର ବାର୍ଷିକ ଉତ୍ସବ ଓ ଅସହାୟ ମାନଙ୍କୁ ଖାଦ୍ୟ ବଣ୍ଟନ

masiha

Leave a Comment

error: Content is protected !!