ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ

ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ

ଧର୍ମଗଡ ସ୍ଥିତ ହୋଟେଲ ରୟାଲ ପେଲେସ ଠାରେ ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ରର କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ସ୍ତରୀୟ ସଦସ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ପ୍ରତିଷ୍ଠାନ ର ରାଜ୍ୟ ସଭାପତି ରାଧେଶ୍ୟାମ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ କେନ୍ଦ୍ରୀୟ ସଂଗଠନ ସଚିବ କରୁଣା କର ପ୍ରଧାନ ଯୋଗ ଦେଇ ଶ୍ରୀ ଜଗନ୍ନାଥ ଚେତନା ପ୍ରତିଷ୍ଠାନ ର ଆଗାମୀ କାର୍ଯକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ଡ଼ିସେମ୍ବର ୨୦ ଓ ୨୧ ତାରିଖରେ ପୁରୀ ଠାରେ ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ଶିବିରରେ ଯୋଗ ଦେବାକୁ ସେ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ନୂଆପଡ଼ା ଜିଲ୍ଲାର ପୂର୍ଣ୍ଣ ଚନ୍ଦ୍ର ମେହେର, ପ୍ରମୋଦ କୁମାର ଯୋଶୀ, ନବୀନ ଚନ୍ଦ୍ର ମେହେର, ତୁଳସୀ ରାମ ମେହେର,ରୁପେଶ ଚଂଦ୍ର ମେହେର,କଳାହାଣ୍ଡି ଜିଲ୍ଲାର ବଜେନ୍ଦ୍ର ପଟ୍ଟଯୋଶୀ, ବୀରକିଶୋର ପଣ୍ଡା, ହିମାଂଶୁ ଶେଖର ମୁଣ୍ଡ, ଡକ୍ଟର ନାରାୟଣ ପାଢ଼ୀ,ଡାକ୍ତର ଅଜିତ କୁମାର ନେଗୀ,ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀ, କୃପାସିନ୍ଧୁ ପଣ୍ଡା, ସନ୍ତୋଷ ମେହେର, ରମେଶ ଚନ୍ଦ୍ର ପଣ୍ଡା,ବିଦ୍ୟାଧର ସାହୁ, ହୃଷିକେଶ ମିଶ୍ର, ସୁରେନ୍ଦ୍ର ମୁନି, ସରୋଜ ସାହୁ, ସୁରେଶ ମୁଣ୍ଡ ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ। ନିରଞ୍ଜନ ମହାପାତ୍ର ବୈଠକ ପରିଚାଳନା କରିଥିବା ବେଳେ ପ୍ରମୋଦ କୁମାର ପଟ୍ଟନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଅବସର ଭବନରେ ବିଶ୍ଵ ବୟୋଜ୍ୟେଷ୍ଠ ଦିବସ ପାଳନ 

Sunil Chandra Nayak

ସଚେତନ ନାଗରିକ ମଞ୍ଚର ବଂଧୁମିଳନ ଓ ସାଧାରଣ ପରିଷଦ ବୈଠକ

Sunil Chandra Nayak

ଓଡ଼ିଆ ରେ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!