ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ କାର୍ଯ୍ୟକ୍ରମ 

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ କାର୍ଯ୍ୟକ୍ରମ 

ଡାବୁଗାଁ, ୨୪/୧୦ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ଚଚରାଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”-୨୦୨୫ କାର୍ଯ୍ୟକ୍ରମ ବାଇଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଧାନଶିକ୍ଷକ ସୁରେଶ ଜାଲ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡାବୁଗାଁ ବ୍ଳକ ଅଧ୍ଯକ୍ଷା ବୀଣା ମାଝୀ, ସମ୍ମାନୀତ ଅତିଥି ଚଚରାଗୁଡା ସରପଞ୍ଚ ରଞ୍ଜୁ ଭତ୍ରl, ନାଏବ ସରପଞ୍ଚ ଯୁଧିଷ୍ଟିର ତନ୍ତୀ, ବରେଣ୍ୟ ଅତିଥି ଡାବୁଗାଁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ କୋଷାଗୁମୁଡା ବ୍ଳକ ର ବିକେଗୁଡା ସରକାରୀ ଉ. ପ୍ରା ବିଦ୍ୟାଳୟ ଶିକ୍ଷକ ସନ୍ତୋଷ କୁମାର ପାତ୍ର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ମୁଖ୍ୟ ଆକର୍ଷଣ ତଥା ସ୍ଵତନ୍ତ୍ର ଅତିଥି ସୁନାମଧନ୍ୟ କୋରାପୁଟିଆ ହାସ୍ୟ କଳାକାର ପବିତ୍ର କଚିମ ଓ ଗୁଣାନ୍ଵିତ,ସମ୍ବଲପୁରୀ ଗାୟକ ଟିକ୍ ଚନ ବାଗ, ସମ୍ମାନୀତ ଅତିଥି ବିଦ୍ୟାଳୟ କମିଟି ସଭାପତି ଲଳିତ ଭତ୍ରl, ଶିକ୍ଷକ ସଂଘର ବ୍ଳକ ସଭାପତି ମୋହନ ସିଂ ଗଣ୍ଡ, ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ରହିଥିଲେ l ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଡିବେଟ ,କୁଇଜ୍, ଚିତ୍ରାଙ୍କନ, ଇଲୋ କେସନ,ବକ୍ତୃତା, ସୃଜନଶୀଳ ଲିଖନ, ପ୍ରବନ୍ଧ, ସଙ୍ଗୀତ, ଶ୍ରୁତ ଲିଖନ,ମଧ୍ୟାହ୍ନ ଭୋଜନ ଉପରେ ଚିତ୍ର କଳା ଓ ଶିଳ୍ପ କଳା, ନୃତ୍ୟ ପ୍ରତିଯୋଗୀତା ହୋଇଥିଲା l ଏଥିରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ସୁନ୍ଦର ହୋଇ ସମସ୍ତଙ୍କୁ ଆନନ୍ଦିତ କରାଇଥିଲା l ସୁନାମଧନ୍ୟ କୋରାପୁଟିଆ ହାସ୍ୟ କଳାକାର ଓ ସମ୍ବଲପୁରୀ ଗାୟକ ଙ୍କ ଦ୍ଵାରା ହୋଇଥିବା କାର୍ଯ୍ୟକ୍ରମ ସମସ୍ତଙ୍କ ମନକୁ ଛୁଇଁ ଥିବା ବେଳେ ଉପସ୍ଥିତ ସମସ୍ତେ ଆନନ୍ଦିତ ହୋଇଥିଲେ l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ନାଗ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଶ୍ ସୁନ୍ଦର ଭାବେ ସୁରଭି କାଯ୍ୟକ୍ରମ କରି ଥିବା ବେଳେ ନରସିଂହ ମାଝୀ ଓ ରାଜୁ ହରିଜନ ଶିକ୍ଷକ ଦ୍ୱୟ ମଞ୍ଚ ପରିଚାଳନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସମୁଦ ଗଣ୍ଡ,ସନ୍ତୋଷ ବେହେରା, ନୀଳାମ୍ବର ସିଂ, କିରଣ ସାହୁ,ଶିକ୍ଷୟତ୍ରୀ ସୁଜାତା ପ୍ରଧାନ, ସୁଭଦ୍ରା ସ୍ଵାଇଁ, ମିନାକ୍ଷୀ ଦାଶ,ଜିତୁ ମାଝୀ, ଦୁର୍ଗା ରଥ, ମଙ୍ଗରାଜ ମାଝୀ, ଦୟାନିଧି ବଞରା,ହରେକୃଷ୍ଣ ବାଡତ୍ୟା ପ୍ରମୂଖଙ୍କ ସହ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ପ୍ରମୂଖ ସହଯୋଗ କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ନବନିର୍ବାଚିତ କର୍ମକର୍ତ୍ତା

masiha

ବିଶ୍ୱସ୍ତରୀୟ ପ୍ରବହମାନ ସାଂସ୍କୃତିକ ବିଚାରଧାରାର ମହାମିଳନ କଳାହାଣ୍ଡି ଉତ୍ସବ ଘୁମୁରା

Sunil Chandra Nayak

୧- କସେଇ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ,୨- ଝରପାରି ବିଦ୍ୟାଳୟ ରେ 77 ତମ ବନ ମହୋତ୍ସବ ପାଳିତ, ୩- ମୁଣ୍ଡମରାଇ ଶିଶୁ ମନ୍ଦିରରେ ବନ ମହୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!