ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ପକ୍ଷରୁ ନାନ୍ଦୋଲ ଗ୍ରାମରେ ଜାତୀୟ ଏକତା ଦିବସ ପାଳନ

ଜନ୍ ଶିକ୍ଷଣ ସଂସ୍ଥାନ କଳାହାଣ୍ଡି ପକ୍ଷରୁ ନାନ୍ଦୋଲ ଗ୍ରାମରେ ଜାତୀୟ ଏକତା ଦିବସ ପାଳନ

ଜୁନାଗଡ଼ ,୧/୧୧( ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ଼ ଅନ୍ତର୍ଗତ ନାନ୍ଦୋଲ ଗ୍ରାମରେ ଆଜି ଜନଶିକ୍ଷଣ ସଂସ୍ଥାନ, କଳାହାଣ୍ଡି ଦ୍ୱାରା ଭାରତର ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହ ଓ ଗମ୍ଭୀରତା ସହ ପାଳନ କରାଯାଇଛି।ଏହି ଅବସରରେ ଜନଶିକ୍ଷଣ ସଂସ୍ଥାନ, କଳାହାଣ୍ଡିଙ୍କ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରୋଗ୍ରାମ୍ ଅଫିସର୍ ଶ୍ରୀମତୀ କ୍ଷୀରମଣୀ କୁମାର ଓ ଅସିଷ୍ଟାଣ୍ଟ ପ୍ରୋଗ୍ରାମ୍ ଅଫିସର୍ ଶ୍ରୀ ଗଙ୍ଗାଧର ନାଏକ ଅତିଥି ଭାବରେ ଉପସ୍ଥିତ ଥିଲେ।

ଶ୍ରୀମତୀ କ୍ଷୀରମଣୀ କୁମାର ସର୍ଦ୍ଦାର ପଟେଲଙ୍କ ଜୀବନୀ, ତାଙ୍କ ଏକତା ଓ ଜାତି ଗଠନର ଦୃଢ଼ ସଂକଳ୍ପ ବିଷୟରେ ପ୍ରେରଣାଦାୟକ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ମଞ୍ଚ ପରିଚାଳନା ଶ୍ରୀ ଧୀରେନ୍ଦ୍ର ସୁନାନୀ ସୁନିୟୋଜିତ ଭାବରେ କରିଥିଲେ। କାର୍ଯ୍ୟକ୍ରମରେ ୩୦ରୁ ୩୫ ଜଣ ପ୍ରତିଭାଗୀ ଅଂଶଗ୍ରହଣ କରି, ଦେଶର ଏକତା ଓ ସମ୍ବିଧାନିକ ମୂଲ୍ୟବୋଧ ପ୍ରତି ନିଶ୍ଛଳ ସଙ୍କଳ୍ପ ବ୍ୟକ୍ତ କରିଥିଲେ। ପରିଶେଷରେ ସମସ୍ତେ ଏକତା ସପଥ ପାଠ କରି ଦେଶର ଐକ୍ୟ, ସମ୍ମାନ ଓ ସାମ୍ପ୍ରଦାୟିକ ସରସତାକୁ ଅଟୁଟ ରଖିବା ପାଇଁ ସଙ୍କଳ୍ପ କଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବର ଘରୁ ବାହାରି ଗ୍ରାମ ରେ ବାଜା ବାଣ କରି ଯିବା ବେଳେ ଅଘଟଣ ,ଲୋକଙ୍କୁ ମାଡି ଗଲା ବରକୁ ନେଇ ଯିବାକୁ ଥିବା କାର , ୧୦ ଗୁରୁତର ୧ ମୃତ

Sunil Chandra Nayak

ମୋଟରସାଇକେଲ ଧକ୍କାରେ ଯୁବକ ମୃତ

masiha

ଓ, ଏ,ଭି ପ୍ରବେଶିକା ପରୀକ୍ଷାରେ ବ୍ଲକ ରେ ସର୍ବାଧିକ ନୋ ରଖିଲେ ଅଭିପ୍ସା ମହାପାତ୍ର

Sunil Chandra Nayak

Leave a Comment

error: Content is protected !!