ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗିତୀ କବି ହରେନ୍ଦ୍ର ନାରାୟଣ ଦାସଙ୍କ ଭକ୍ତି ଗୀତିକା ସଂକଳନ ର ଶୁଭ ଉନ୍ମୋଚନ

ଗିତୀ କବି ହରେନ୍ଦ୍ର ନାରାୟଣ ଦାସଙ୍କ ଭକ୍ତି ଗୀତିକା ସଂକଳନ ର ଶୁଭ ଉନ୍ମୋଚନ

ରାଇରଙ୍ଗପୁର, ସ୍ଥାନୀୟ ପି ସି ଏମ୍. କଲ୍ୟାଣ ମଣ୍ଡପ ଠାରେ ଅପର୍ଣ୍ଣା କ୍ରୀଏସନ ପକ୍ଷରୁ ଗୀତି କବି ହରେନ୍ଦ୍ର ନାରାୟଣ ଦାସଙ୍କ ଭକ୍ତି ଗୀତିକା ସଂକଳନ “କଳା କାଇଁଚରୁ ଶିରୀ ମନ୍ଦିର” ର ଶୁଭ ଲୋକାର୍ପଣ ହୋଇ ଯାଇଛି। ଉକ୍ତ ଉତ୍ସବରେ ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ସହଦେବ ବେହେରା, ବିଶିଷ୍ଟ ଗିତୀ କବି ଅଜୟ କୁମାର ମହାନ୍ତି, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରବୋଧ ମିଶ୍ର, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଗୋକୁଳାନନ୍ଦ ସାହୁ, ବିଶିଷ୍ଟ ଉଦ୍ୟୋଗପତି ଜଗଦୀଶ ମିଶ୍ରା, ଭାରତୀୟ ପୋଲିସ ସେବାର ପୂର୍ବତନ ଅଧୀକାର କାମ୍ଯା ମିଶ୍ରା, ଶ୍ରୀମତୀ ଶକୁନ୍ତଳା ଦାସ, ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ଅପର୍ଣ୍ଣା କ୍ରୀଏସନ ର ସତ୍ତ୍ୱଧୀକାରିଣୀ ଅପର୍ଣ୍ଣା ମାଇତି, କବିତା ସଙ୍କଳନର ସ୍ରଷ୍ଟା ହରେନ୍ଦ୍ର ନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସାରସ୍ବତ ସାଧକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ସାରସ୍ବତ ଉତ୍ସବ ରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଗିତୀ କବି ହରେନ୍ଦ୍ର ନାରାୟଣ ଦାସ ନିଜର ଅଭିବ୍ୟକ୍ତି ରେ ସାରସ୍ଵତ ସାଧନା ର କଥା କହିଥିଲେ। ବିଶିଷ୍ଟ ସାରସ୍ବତ ସାଧକ ଅଧ୍ଯାପକ ଡ. ଦିଗମ୍ବର ଗିରି ଗିତୀ କବିତା ସଙ୍କଳନ ର ସୁନ୍ଦର ସମୀକ୍ଷା କରିଥିଲେ ।ମଞ୍ଚାସୀନ ଅତିଥିବୃନ୍ଦ ହରେନ୍ଦ୍ର ନାରାୟଣ ଦାସଙ୍କ ସାରସ୍ଵତ ସାଧନା ଓ କୃତୀ କୁ ଭୂୟସୀ ପ୍ରଶଂସା କରିଥିଲେ। ଗିତୀ କବି ହରେନ୍ଦ୍ର ନାରାୟଣ ଦାସଙ୍କ ଭକ୍ତି ଗୀତ ଭରା ଆଧାରିତ ଦଳଗତ ନୃତ୍ୟ ମାନ ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ପରିବେଷଣ କରିଥିଲେ। ବରିଷ୍ଠ କଣ୍ଠଶିଳ୍ପୀ ପ୍ରବୋଧ କୁମାର ମିଶ୍ର ଏବଂ ଶୁଭଶ୍ରୀ ରାଉତ ଶ୍ରୀ ଦାସଙ୍କ ରଚିତ ଭଜନ ମାନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଅଜିତ କବିତା ଆସର “କେବେ କେବେ” ରେ କବି କବୟତ୍ରୀ ମାନେ ସ୍ବରଚିତ କବିତାମାନ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶିଷ୍ଟ ସାରସ୍ବତ ସାଧକ ତିମିର ରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

 

Related posts

ନର୍ଲା ତହସିଲ କାର୍ଯ୍ୟଳୟରେ କର୍ମଚାରୀ ଙ୍କ ଅଭାବ, କାର୍ଯ୍ୟ ବାଧା ପ୍ରାପ୍ତ, ସାଧାରଣ ଜନତା ହନ୍ତସନ୍ତ

masiha

ପାହାର ଗାଡି ଶାଗୁନ ଭାଡ଼ି ଆଞ୍ଚଳିକ କେନ୍ଦ୍ର ବିଶ୍ୱାସେ ଦଳ ସମାଜ ର ନୂଆ କମିଟି ଗଠନ

masiha

ରାଇରଙ୍ଗପୁର ବନଖଣ୍ଡର ବାର୍ଷିକ ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!