ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝିରପାଣି ରାହାସ ପୂର୍ଣ୍ଣିମା ଉତ୍ସବ ସମ୍ପନ୍ନ 

ଝିରପାଣି ରାହାସ ପୂର୍ଣ୍ଣିମା ଉତ୍ସବ ସମ୍ପନ୍ନ 

ରାଉରକେଲା: ଝିରପାଣି ରାହାସ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ରାହାସ ପୂର୍ଣ୍ଣିମା କମିଟିର ସଭାପତି ଜୟନ୍ତ କୁମାର ପତିଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ମନୋଜ କୁମାର ସାମଲଙ୍କ ଆବାହକତ୍ୱ , ସାଂସ୍କୃତିକ ସମ୍ପାଦକ ରଞ୍ଜିତ କୁମାର ବୋଷଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଗଗନ ପଣ୍ଡା ମୁଖ୍ୟଅତିଥି ତଥା ସମ୍ମାନିତ ଅତିଥି ଭାବେ କମିଟିର ଅଧ୍ୟକ୍ଷ ମିତ୍ରଭାନୁ ପଣ୍ଡା,ବସ୍ତିଆ ମେମୋରିଆଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଇଂ ଗୈ।ତମ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, ସରପଞ୍ଚ ଅଜିତ ତିର୍କି, ସମିତି ସଭ୍ୟ। ପ୍ରତିମା ପାତ୍ର, ଉଦ୍ୟୋକ୍ତା ଶିବାନନ୍ଦ ନାଗ,ସମାଜସେବୀ ଶରତଚନ୍ଦ୍ର ପଣ୍ଡା,ଗୈ।ରୀ କୁମ୍ଭାର ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଶ୍ରୀ ଜଗନ୍ନାଥଙ୍କ ପରମ୍ପରା କୁ ନେଇ କାର୍ତ୍ତିକ ପୂର୍ଣ୍ଣିମାରେ ରାସ ପୂର୍ଣ୍ଣିମା ବା ରାହାସ ପୂର୍ଣ୍ଣିମା ପାଳନ ହେଉଛି। ଝିରପାଣି ବସତି ଅର୍ଥାତ ଦୀର୍ଘ ୬୫ ବର୍ଷ ଧରି ଏହା ଏହିଠାରେ ପାଳନ ହୋଇଆସୁଛି। ଏହା ଆମର ଐତିହ୍ୟ ଓ ପରମ୍ପରା ସହ ଭାଇଚାରା ବଜାୟ ରଖିବାରେ ସମର୍ଥ ହୋଇଛି ବୋଲି ମତ ରଖିଥିଲେ। ଏହି ଅବସରରେ ନରେଶ ଅଗ୍ରୱାଲ,ରାମ ସିଂ ତନ୍ତୀ, ପୀତାମ୍ବର ସିଂ, ଗୋପବନ୍ଧୁ ପଣ୍ଡା, ନୃତ୍ୟଶିଳ୍ପୀ ବିଶ୍ବ ବନ୍ଦିତା ଦାସ,ପାୟଲ ମେକାପ, ମୀନାକ୍ଷୀ ମଲ୍ଲିକ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ, ନାଗପୁରୀ, ଭୋଜପୁରୀ ସଂଗୀତ ପରିବେଷଣ କରାଯାଇଥିଲା। ଯାହାକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହ ସାଂସ୍କୃତିକ ସମ୍ପାଦକ ଦୀପକ ସାହୁ, କୋଷାଧ୍ୟକ୍ଷ ରବିନ୍ଦ୍ର କୁମାର ତଥା ସଦସ୍ୟ ସର୍ବଶ୍ରୀ ମହେନ୍ଦ୍ର କୁମ୍ଭାର, ସୁରେଶ ବାଡାଇକ, ସୁରେଶ ମହାଲି, ମନୋଜ ତନ୍ତି, ସୁରେଶ ତନ୍ତି, ଗେଦା କୁମ୍ଭାର, ସାଗର କୁମ୍ଭାର, ଫୁଲଚନ୍ଦ କୁମ୍ଭାର, ସୁଜିତ ବାରିକ, ଆଲୋକ କୁମ୍ଭାର, ବରୁନ କୁମ୍ଭାର, ହାଲୁ ମୁଣ୍ଡାରୀ, ଲକ୍ଷ୍ମଣ ତନ୍ତି ପ୍ରମୁଖ ସହଯୋଗ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଫସଲବୀମା ଯୋଜନାରେ ହେରଫେର : ଜମି ମାଲିକ ବଦଳରେ ଅନ୍ୟ ନାମରେ ହୋଇଛି ବୀମା  

Sunil Chandra Nayak

ବ୍ରହ୍ମପୁର ଜିଲ୍ଲା ପୋଲିସ ସମସ୍ତ ଥାନାରେ ରୋଲ କଲ୍ ଏବଂ ବ୍ରିଫିଂ ପରେଡ୍ ପରିଚାଳନା 

ଯାଜପୁରରେ ନିରନ୍ତର ବିକାଶ ଲକ୍ଷ୍ୟ-୨୦୩୦ ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!