ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ 

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଶନିବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉଦ୍ଘାଟନୀ ଉତ୍ସବରେ କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲାକା ଓ ଅପରାହ୍ଣରେ ରାୟଗଡ଼ ମାନ୍ୟବର ବିଧାୟକ କାଡ୍ରାକା ଆପାଲାସ୍ବାମୀ ମୁଖ୍ଯ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥିରୂପେ ଅତିରିକ୍ତ ଜିଲ୍ଳାପାଳ ନବୀନ ଚନ୍ଦ୍ର ନାଏକ, ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ, ଏଡିଇଓ ଭଜନଲାଲ ମାଝୀ ଓ ଶାନ୍ତିଲତା ମୁନୀ, ଡିଆଇଇଟି ଅଧ୍ୟକ୍ଷ ଜଗନ୍ନାଥ ମେହେର , କୋଲନରା ବିଇଓ ମଞ୍ଜୁଲତା ଜେନା ପ୍ରମୂଖ ମଞ୍ଚାସୀନ ଥିଲେ। ରାୟଗଡରେ ପ୍ରତିଭାର ଅଭାବ ନାହିଁ ।ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ନିଜର ପ୍ରତିଭାର ବିକାଶ କରନ୍ତୁ, କିନ୍ତୁ ନିଜ ମାଟିର ବିକାଶ ନିମନ୍ତେ ପ୍ରତିଭାଶାଳୀ ହୋଇ ନିଜମାଟିକୁ ଫେରିଆସି ମାଟିର ବିକାଶ ପା ଇଁ ସମୟ ଦେବାକୁ ଅନୁରୋଧ କରିଥିଲେ । ନିଜ ଜୀବନୀର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଇ ସାଂସଦ ଶ୍ରୀ ଉଲ୍ଲାକା ସମସ୍ତଙ୍କ ପ୍ରେରଣାର ଉତ୍ସ ପାଲଟିଥିଲେ । ବିଧାୟକ ଶ୍ରୀ କାଡ୍ରାକା ନିଜ ରାଜନୈତିକ ଜିବନୀର ଦୃଷ୍ଟାନ୍ତ ଦେଇ ପ୍ରଚେଷ୍ଟା ସର୍ବଦା ସଫଳତା ଆଡକୁ ପହଁଚାଇଥାଏ ବୋଲି କହିଥିଲେ। ପ୍ରତିଭା ଯେତେ ଛୋଟ ହେଉନା କାହିଁକି, ତା ମଧ୍ଯରେ ଅନେକ ସମ୍ଭାବନା ପୁରିରହିଥାଏ , ଏଣୁ, ନିଜ ଦକ୍ଷତା ପ୍ରତି ବିଶ୍ବାସ ରଖିବା ସହ ରାଜ୍ୟସ୍ତରରେ ସୁନାମ ଅର୍ଜନ ନିମନ୍ତେ ପ୍ରେରିତ କରିଥିଲେ । ମୋଟ ସତତିରିଷି ଗୋଟି ପ୍ରତିଯୋଗିତାରେ ଚାରିଶହ ପଚାଶ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଆଗାମୀ ଶିଶୁ ଦିବସ ଅବସରରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲୁକି ଉଠିଥିଲା। ସୁରଭି ଲୁକ୍କାୟିତ ପ୍ରତିଭା ଅନ୍ବେଷଣ ର ଉପଯୁକ୍ତ ମଞ୍ଚ ତଥା ଏକ ମହାକୁମ୍ଭ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ନାଏକ କହିଛନ୍ତି।

ସଂଯୋଜକ ଜ୍ଞାନରଂଜନ ସାହୁଙ୍କ ଆୟୋଜନରେ ଜିଲ୍ଲାର ସମସ୍ତ ବିଇଓ ଏବିଇଓ , ସିଆର୍ସିସି , ଶିକ୍ଷକ ସଂଘ କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀ, ସମଗ୍ର ଶିକ୍ଷା କାର୍ଯ୍ୟାଳୟ କର୍ମକର୍ତ୍ତା ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରକାରୀ ଅର୍ଥ ହଡପ ଘଟଣାରେ ତତ୍କାଳୀନ କିରାଣିକୁ ଗିରଫ କଲା ଭିଜିଲାନ୍ସ

Sunil Chandra Nayak

ବାଲାଜୀ ମନ୍ଦିର ସାମନାରେ ଡ୍ରେନ ନିର୍ମାଣ ବନ୍ଦ ନକଲେ ଆନ୍ଦୋଳନ 

masiha

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୪ ପାଳିତ

masiha

Leave a Comment

error: Content is protected !!