ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକୃତି ପ୍ରେମରେ ଯୁବଶକ୍ତି ସମର୍ପିତ ଓଡ଼ିଶା ର ଅଧ୍ୟକ୍ଷ ହିମାଂଶୁ

ପରଜଙ୍ଗ: ଗତ ୦୩-୦୫-୨୦୨୨ ଦିନ “ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ମହାବିରୋଡ଼ ବନାଞ୍ଚଳର ପାଟରପଦା ସଂରକ୍ଷିତ ଜଙ୍ଗଲ ରେ ଭୀଷଣ ଖରା ଗ୍ରୀଷ୍ମ ପ୍ରବାହ ଅସହ୍ୟ ଗୁଳୁଗୁଳି ଲାଗି ରହିଥିବା ଦୃଷ୍ଟି କୋଣ ରୁ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ପଞ୍ଚମ ପର୍ଯ୍ୟାୟରେ ସଂରକ୍ଷିତ ଜଙ୍ଗଲ ରେ ପଶୁ ପକ୍ଷୀ ଚଢେଇ ମାନଙ୍କ ପାଇଁ ଠେକି ମାଠିଆ ରେ ପାଣି ପିଇବାର ବ୍ୟବସ୍ଥା କ୍ରମାଗତ ଭାବେ ଜାରି ରହିଅଛି, ତତ୍ ସହିତ ଯୁବଶକ୍ତି ପକ୍ଷରୁ ବନ୍ୟ ଜୀବଜନ୍ତୁ,ବୁଲା ଗାଈ ଗୋରୁ କୁକୁର ଙ୍କୁ ଭୀଷଣ ଖରା କୁ ଦୃଷ୍ଟି ରେ ରଖି ଶୁଖିଲା ଖାଦ୍ୟ ଓ ପାଣି ପିଇବା ପାଇଁ ଦିଆଯାଉଅଛି । ସମସ୍ତ ଜନସାଧାରଣ ଓ ସାମାଜିକ କର୍ମୀ ଭାଇ ଭଉଣୀ ମାନେ ଏଥିପ୍ରତି ସଚେତନ ହେବା ନିମନ୍ତେ ଯୁବ ଶକ୍ତି ତରଫରୁ ନିବେଦନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବନ ବିଭାଗର କର୍ମଚାରୀ ମାନେ ମଧ୍ୟ ବନାଞ୍ଚଳ ଗୁଡିକ ରେ ନିୟମିତ ପେଟ୍ରୋଲିଂ ଜାରି ରଖି ଅଛନ୍ତି ।ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସଙ୍ଗଠନ ତରଫରୁ ସୁଚନା ଦିଆ ଯାଇଛି । ଏହି ସାମାଜିକ କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଲିଟୁ ମାଝୀ, ସୁଶୀଲ ସାହୁ, ସିପୁନ ସାମଲ, ଚିଣ୍ଟୁ ମାଝୀ, ବାଦଲ ମାଝୀ, ହେମନ୍ତ ସାହୁ, ନନ୍ଦ କିଶୋର ପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ଏହି ଭଳି ସାମାଜିକ ବାର୍ତ୍ତା ପ୍ରଚାର କରି ପ୍ରଶାସନ, ବୁଦ୍ଧିଜୀବୀ,ଜନସାଧାରଣ ଓ ଛାତ୍ର ଛାତ୍ରୀମାନଂକ ର ପ୍ରେରଣା ର ଉତ୍ସ ପାଲଟି ଯାଇଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

Sunil Chandra Nayak

କୁଶୁର୍ଲାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଗୁରୁତର

Sunil Chandra Nayak

Leave a Comment

error: Content is protected !!