ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ 

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ସୋମବାର ଦିନ ଧାମନପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୧୮ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୨୨ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସୁବିଧା ପ୍ରତି ଗାଁ ଗାଁ ବସ୍ତି ପଡା ପଡା ରେ ପହଞ୍ଚାଇବା ଆମ ପ୍ରଶାସନ ର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ସରପଞ୍ଚ ଦିଗାମ୍ବର ତାଣ୍ଡି,ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା, କନିଷ୍ଠ ଯନ୍ତ୍ରୀ ନିକୁଞ୍ଜ ନାଏକ,ସାମାଜିକ ସୁରକ୍ଷା ବିଭାଗର ଚନ୍ଦନ ବିହାରୀ,ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ,ଯୋଗାଣ ବିଭାଗ ରୁ ଦିବ୍ୟରାଜ ଭୋଇ, ଏପିଓ କ୍ଷେତ୍ର ମୋହନ ମାଝୀ,ପାନୀୟ ଜଳ ବିଭାଗରୁ ସୁବାସ ପଣ୍ଡା,ବିଇଓ ରାଜେଶ ନାଏକ,କୃଷି ବିଭାଗରୁ ସରସ୍ଵତୀ ମେହେର, ରାଜସ୍ଵ ନିରୀକ୍ଷକ ତପନ କୁମାର ନାଏକ,ପିଇଓ ନିରଞ୍ଜନ ସୁନାନୀ, ଭିଏଡବ୍ଲୁ ଛନ୍ଦା ଚରଣ ଭୋଇ ଙ୍କ ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଧାମନପୁର ଗ୍ରାମପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ । ଉକ୍ତ ଅବସରରେ ଧାମନପୁର ଗ୍ରାମର ତିନିଟି ଶିଶୁ ବାପା ମାଁ ଙ୍କୁ ହରାଇ ନିଜ ଜେଜେ ବାପା ପାଖରେ ରହୁଛନ୍ତି,ଆଜି ତାଙ୍କ ଜେଜେ ବାପା ଜନ ଶୁଣାଣି ଶିବିରକୁ ଆସି ଏହି ବାପା ମାଁ ଛେଉଣ୍ଡ ପିଲାକୁ କିଛି ସରକାରି ସହାୟତା ପ୍ରଦାନ କରିବାକୁ ନିବେଦନ କରିଥିବାରୁ ତାଙ୍କୁ ବ୍ଲକ ଅଧ୍ୟକ୍ଷ କର୍ପସ ଫଣ୍ଡ ରୁ ୧୦ ହଜାର ଓ ଉକ୍ତ ଗାଁ ର ସ୍ବର୍ଗତ ଚକ୍ର ପହରିଆ ରୋଗା ଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବାରୁ ତାଙ୍କର ସାତ ଜଣ ଶିଶୁ ଙ୍କୁ ଲାଳନ ପାଳନ କରିବାରେ କଷ୍ଟ ଦାୟକ ହେଉଥିବାରୁ ଶିଶୁ ଙ୍କୁ ମା ଆସି ଆର୍ଥିକ ସହାୟତା ମାଗିବାରୁ ତାଙ୍କୁ ମଧ୍ୟ ଦଶ ହଜାର ଆର୍ଥିକ ସହାୟତା ଦିଆଯାଇଛି, ସୂଚନାଯୋଗ୍ୟ ଯେ ଗୋଲାମୁଣ୍ଡା ବ୍ଲକର ଗରିବ ନିରୀହ ଲୋକଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ନିଜସ୍ବ ଏକ କର୍ପସ ପାଣ୍ଠି ଖୋଲିଛନ୍ତି ଓ ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । 

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ମଧୁବାବୁ ଥିଲେ ଓଡ଼ିଶାର ସ୍ବାଭିମାନର ପ୍ରତୀକ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ମଧୁସୂଦନ ଜୟନ୍ତୀ ପାଳିତ

Sunil Chandra Nayak

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଛେଣ୍ଡ ହାଟ ଠାରେ ଦହି ପଣା ବଣ୍ଟନ 

masiha

ଦନ୍ତ ଚିକିତ୍ସକ ସଂଘର ଅଧିଷ୍ଠାନ ଉତ୍ସବ, ଡା. ମାଇତି ହେଲେ ନୂତନ ସଭାପତି

Sunil Chandra Nayak

Leave a Comment

error: Content is protected !!