ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorizedଆଞ୍ଚଳିକ

କଳାହାଣ୍ଡି: କେସିଙ୍ଗା ବ୍ଲକ ରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇବ ଏସବିଆଇ ଓ ରାମକୀ ଫାଉଣ୍ଡେସନ

କଳାହାଣ୍ଡି: କେସିଙ୍ଗା ବ୍ଲକ ରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇବ ଏସବିଆଇ ଓ ରାମକୀ ଫାଉଣ୍ଡେସନ

 ଗାଆଁ ଗାଆଁ ବୁଲି ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବ ଭ୍ରାମ୍ୟମାଣ ମେଡିକାଲ୍ କ୍ଲିନିକ୍,ଉପକୃତ ହେବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ଜନସାଧାରଣ ଏଭଳି ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବ ଏସବିଆଇ ଓ ରାମକୀ ଫାଉଣ୍ଡେସନ।

କଥାରେ ଅଛି ସ୍ଵାସ୍ଥ୍ୟ ହିଁ ସମ୍ପଦ ଆଜିର ସମୟରେ ଯାହାର ସ୍ଵାସ୍ଥ୍ୟ ଯେତେ ଭଲ ସେ ସେତେ ଭାଗ୍ୟବାନ ।କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ରେ ସମୁଦାୟ ୧୩ ଗୋଟି ପଞ୍ଚାୟତ ଯାହାର ଜନସଂଖ୍ୟା ପାଖ ପାଖି ଦେଢ଼ ଲକ୍ଷ ସମସ୍ତେ ଚିକିତ୍ସା ପାଇଁ ପ୍ରାୟତଃ କେସିଙ୍ଗା ଉପରେ ନିର୍ଭର କରିଥାନ୍ତି।କିନ୍ତୁ ଦୁର୍ଭାଗ୍ୟ ବଶତଃ କେସିଙ୍ଗା ରେ ଥିବା ହସ୍ପିଟାଲ ରେ ନା ଅଛନ୍ତି ଭଲ ବିଶେଷଜ୍ଞ ଡାକ୍ତର ନା ଅଛି ରୋଗୀଙ୍କ ପାଇଁ ଆନୁସାଙ୍ଗିକ ସୁବିଧା ସେଥିପାଇଁ ତ କେସିଙ୍ଗା ମେଡିକାଲ ରେଫରାଲ ସେଣ୍ଟର ର ଭାବେ ରହିଛି।ଅଞ୍ଚଳ ବାସୀ ଙ୍କ ପାଇଁ ବାହାରୁ ଆସୁଥିବା ବିଶେଷଜ୍ଞ ଡାକ୍ତର ମାନେ ହିଁ ସାହା ଭରଷା। ବାହାରୁ ଆସୁଥିବା ବିଶେଷଜ୍ଞ ଡାକ୍ତର ମାନଙ୍କ ଫିଜ ମଧ୍ୟ ଅଧିକ ଓ ନିର୍ଦ୍ଦିଷ୍ଟ ଟାଇମ୍ ଟେବୁଲ୍ ରହୁଥିବାରୁ ଗରିବ ଲୋକ ଅତି ଜରୁରୀ ନ ହେଲେ ଉକ୍ତ ଡାକ୍ତର ଙ୍କ ପାଖକୁ ଯାଉ ନାହାଁନ୍ତି।ଏହି ସମସ୍ୟା ଗୁଡ଼ିକୁ ଆଖି ଆଗରେ ରଖି ଏସ ବି ଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମର ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ସଂଜୀବନୀ ନାମରେ ଏକ ମୋବାଇଲ ଭ୍ୟାନ ଆରମ୍ଭ ହୋଇଛି।ଉକ୍ତ ମୋବାଇଲ ସ୍ଵାସ୍ଥ୍ୟ ଭ୍ୟାନ ଟି କେସିଙ୍ଗା ବ୍ଲକ ର ଅପହଞ୍ଚ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ଗୁଣବତ୍ତା ସ୍ଵାସ୍ଥ୍ୟ ସେବା ଯୋଗାଇବ। ବିଶେଷଜ୍ଞ ଡାକ୍ତର ଙ୍କ ସମେତ ଫାର୍ମାସିଷ୍ଟ ଅତ୍ୟାଧୁନିକ ଲେବ ଓ ଔଷଧ ସମସ୍ତ ପ୍ରକାର ସ୍ଵାସ୍ଥ୍ୟ ସେବା ସୁବିଧା ପାଇବେ ଅଞ୍ଚଳ ବାସୀ ତାହା ପୁଣି ମାଗଣା।ଉକ୍ତ ମୋବାଇଲ ସ୍ଵାସ୍ଥ୍ୟ ସେବା କଳାହାଣ୍ଡି ଜିଲ୍ଲା ସମେତ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଅନେକ ବ୍ଲକ ବୁଲିବ ବୋଲି ସଂସ୍ଥା ର ଅଧିକାରୀ ମାନେ ପ୍ରକାଶ କରିଥିଲେ।ଆଜି ସେଥିପାଇଁ ଚାରି ଜିଲ୍ଲା ପାଇଁ ଚାରୋଟି ମୋବାଇଲ ଭେନ ର ଶୁଭାରମ୍ଭ କରିଛି ଏସବିଆଇ ଫାଉଣ୍ଡେସନ। ଏଠାରେ ପ୍ରକାଶ ଥାଉକି ସାରା ଭାରତ ବର୍ଷରେ ସମୁଦାୟ ୮୦୩ ଟି ଜିଲା ରହିଛି ସେଥି ମଧ୍ୟରୁ ୧୧୨ ଗୋଟି ଜିଲ୍ଲାକୁ ଏହି ସେବା ଯୋଗାଇଛି ଏସ ବି ଆଇ। ସେହି ୧୧୨ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଜିଲ୍ଲା ର ନାମ ଥିବାରୁ ଜିଲ୍ଲାରେ ସଂଜୀବନୀ ସେବା ଆରମ୍ଭ ହୋଇଛି।ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏସବିଆଇ ଫାଉଣ୍ଡେସନ ର ମୁଖ୍ୟ ଅପରେଟିଂ ଅଫିସର ଜଗନ୍ନାଥ ସାହୁ ଓ ରାମକୀ ଫାଉଣ୍ଡେସନ ର ସଭାପତି ଏମ ଭି ରାମୀ ରେଡ୍ଡୀ ଯୋଗ ଦେଇ ଥିବା ବେଳେ ଡିପିଏମ ଦିଲୀପ କୁମାର ଦୁବେ, କିକୀଆ ସରପଞ୍ଚ କିଶୋର କୁମାର ପ୍ରଧାନ,ବିଦ୍ୟାଳୟ ର ସଭାପତି କେଶବ ଚନ୍ଦ୍ର ବାରିକ,ବରିଷ୍ଠ ସାମ୍ବାଦିକ ସୁରେଶ ଅଗ୍ରୱାଲ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପରିବହନ ଯୁଗ୍ମ ସମନ୍ଵୟ କମିଟି ପକ୍ଷରୁ ସାଂସଦ ଦିଲ୍ଲୀପ ରାୟଙ୍କୁ ଭେଟିବା ସହିତ ସମସ୍ଯା ନେଇ ଆଲୋଚନା

ଜିଲ୍ଲାପାଳ ଅଭିଯୋଗ ଶିବିର

masiha

ଦଳେଇଗୁଡାରେ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!