ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ବିଡ଼ିଓଙ୍କ ନାମରେ ମାତ୍ରାଧିକ ପିସି ଦୁର୍ନିତି ଦାବି ନେଇ ଗର୍ଜିଲେ ସରପଞ୍ଚବୃନ୍ଦ; ବ୍ଳକ କାଯ୍ଯାଳୟରେ ତାଲା ପକାଇବା ସହ ବଦଳି ଦାବି ; ବିଡ଼ିଓ ଙ୍କ ସଫେଇ ମୁଁ ଏଵଂ ମୋର କର୍ମଚାରୀମାନେ ଏଥିରେ ସଂପୃକ୍ତି ନାହିଁ

ଵହଳଦା ବିଡ଼ିଓଙ୍କ ନାମରେ ମାତ୍ରାଧିକ ପିସି ଦୁର୍ନିତି ଦାବି ନେଇ ଗର୍ଜିଲେ ସରପଞ୍ଚବୃନ୍ଦ; ବ୍ଳକ କାଯ୍ଯାଳୟରେ ତାଲା ପକାଇବା ସହ ବଦଳି ଦାବି ; ବିଡ଼ିଓ ଙ୍କ ସଫେଇ ମୁଁ ଏଵଂ ମୋର କର୍ମଚାରୀମାନେ ଏଥିରେ ସଂପୃକ୍ତି ନାହିଁ

ମୟୂରଭଂଜ – ୨୦/୧୧ — ମୟୂରଭଂଜ ଜିଲ୍ଲାର ଵହଳଦା ପଞ୍ଚାୟତ କାର୍ଯ୍ୟାଳୟ ଦୁର୍ନିତି ରେ ଉବୁଟୁବୁ ନେଇ ଉଠୁଛି ପଡୁଛି ।ବିଡ଼ିଓଙ୍କ ମନରେଗା ଏବଂ ବିଭିନ୍ନ ପ୍ରକଳ୍ପ ନେଇ ମାତ୍ରାଧିକ ପିସି ସଂପୃକ୍ତି ନେଇ ଖୁଦ ଅଭିଯୋଗ କରୁଛନ୍ତି ଵହଳଦା ବ୍ଳକର ଅଧିକାଂଶ ସରପଞ୍ଚ ।ପିସି ନ ଦେଲେ ଫାଇଲ ଆଗୋଉ ନାହିଁ ।ବହଳଦା ବ୍ଳକର ଅଧିକାଂଶ ସରପଞ୍ଚଵୃନ୍ଦ ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକ ବିଡ଼ିଓଙ୍କ ପିସି ଦୁର୍ନିତି ନେଇ ୧୭ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ବୈଠକରେ ଜଣାଇଥିଲେ ।ଆଜି ପୂର୍ବ ନିର୍ଦ୍ଧାରିତ ଅନୁସାରେ ଗମ୍ଭାରିଆ ସରପଞ୍ଚ ଶ୍ରୀମତୀ ବୈଦେହୀ ହାଁସଦାଃଙ୍କ ନେତୃତ୍ବରେ ଵହଳଦା ବ୍ଳକ କାଯାଳୟ ସମ୍ମୁଖରେ ଅଧିକାଂଶ ସରପଞ୍ଚ ଅନିର୍ଦିଷ୍ଟ କାଳ‌ପର୍ଯ୍ଯନ୍ତ ଧାରଣାରେ ବସିଥିଲେ ।ସେମାନଙ୍କର ଦାବି ବିଡ଼ିଓ ଦୁର୍ନିତିଦିନକୁ ଦିନ ବଢି ଚାଲିଛି । ।ପିସି ନ ଦେଲେ କାମ ଆଗୋଉ ନାହିଁ ।ବିଡିଓ ଜନପ୍ରତିନିଧିମାନଙ୍କୁ ଅଣଦେଖା କରୁଛନ୍ତି । ତେଣୁ ସେମାନେ ପୂର୍ବ ନିଷ୍ପତ୍ତି ଅନୁସାରେ ଆଜିଠାରୁ ଧାରଣାରେ ବସିଛନ୍ତି ।ଖବର ପାଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା ଏବଂ ଵହଳଦା ଥାନାଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ସରପଞ୍ଚ ମାନଙ୍କୁ ବୁଝାସୁଝା କରାଇଥିଲେ ।ସେମାନଙ୍କୁ କହିଥିଲେ ଆସନ୍ତା ୨୪ ନଭେମ୍ବରରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ୟା ଉପରେ ଆଲୋଚନା କରାଯିବ ବୋଲି ଉପଜିଲ୍ଲାପାଳ‌ନିର୍ଦେଶ ଦେଇଛନ୍ତି ,ତେଣୁ ଆପଣମାନେ‌ଧାରଣାରୁ ଓହରନ୍ତୁ । ।ସେମାନେ କହିଥିଲେ ସେମାନଙ୍କ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ସେମାନେ ଧାରଣା ରୁ ଓହରିବେ ନାହିଁ ।ଧାରଣାରେ ସାମିଲ ହୋଇଥିଲେ ଵଡପଳସା ସରପଞ୍ଚ ଗୀତାରାଣୀ ହେମ୍ବ୍ରମ, ଗିଦିଘାଟୀ ସରପଞ୍ଚ ସାଲାଇ ବେଶ୍ରା , କାଙ୍କି ସରପଞ୍ଚ ସାରଥୀ ହାଃସଦା, ଶଶ ସରପଞ୍ଚ ସ୍ଥଳପଦ୍ମ ହାଁସଦା, ଭିତର ଆମଦା ସରପଞ୍ଚ ଖାତ୍ରୀ କିସ୍କୁ,ଅସନା ସରପଞ୍ଚ ବାଲେଶ୍ଵର ମୁର୍ମୁ, ଯଶିପୁର ସରପଞ୍ଚ କାଶୁ ମାଝୀ, ବାସିଙ୍ଗୀ ସରପଞ୍ଚ ମାହି ମୁର୍ମୁ,ଵହଳଦା ସରପଞ୍ଚ ଲକ୍ଷ୍ମଣ ହାଁସଦା ପ୍ରମୁଖ ଧାରଣାରେ ବସିଥିଲେ ।ବିଡ଼ିଓଙ୍କ ଼ସହ ଯୋଗାଯୋଗ କଲେ ମୁଁ‌ କିମ୍ଵା ମୋର‌ ସରକାରୀ କର୍ମଚାରୀ ପିସି କାରଵାରରେ ସଂପୃକ୍ତି ନାହିଁ । ଯଦି ଅଛି ତାହାହେଲେ ଭିଜିଲାନ୍ସ ପାଖରେ ଅଭିଯୋଗ କରନ୍ତୁ ।ସାଧାରଣରେ ଚର୍ଚା ହେଉଛି ବିଡିଓ କ’ଣ ଚବିଶ କେରେଟ ସୁନା ବାକି ସରପଞ୍ଚ ତକ ପିତଳ ଅଟନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଠାରେ ରାଜ୍ୟ ସ୍ତରୀୟ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ଭନ୍ଧୀୟ ମକଡ୍ରିଲ ଅନୁଷ୍ଠିତ

masiha

ଆଇନଜୀବୀ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!