ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ

୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

ଧର୍ମଗଡ:ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ଧର୍ମଗଡ ବ୍ଲକର ବିଭିନ୍ନ ପଞ୍ଚାୟତ ର ଦିବ୍ୟାଙ୍ଗ, ବିଧବା, ବୃଦ୍ଧବୃଦ୍ଧା, ସ୍ୱାମୀ ପରିତ୍ୟକ୍ତା ହିତାଧିକାରୀ ଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଛି। ଏହି ଅବସରରେ ଧର୍ମଗଡ ସଭା ଗୃହ ଠାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ୧୭୦ ଜଣ ହିତାଧିକାରୀଙ୍କୁ ନୂତନ ଭତ୍ତା କାର୍ଡ ସହ ତିନି ମାସର ଭତ୍ତା ଟଙ୍କା ପ୍ରଦାନ କରିଥିଳେ। କାର୍ଯ୍ୟକ୍ରମ ରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଉପାଧ୍ୟକ୍ଷା ଜୁଲି ମେହେର,ବିଡ଼ିଓ ସଦାଶିବ ନାୟକ, ତହସିଲଦାର ଜୁଲି ମେହେର, ସରପଞ୍ଚ ସଙ୍ଘ ସଭାପତି ହାତୀ ରାମ ଦୁର୍ଗା, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, ପ୍ରମୁଖ ମଞ୍ଚାସିନ ହୋଇଥିଲେ। କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବି ପ୍ରସାଦ ମେହେର ପରିଚାଳନା କରିଥିଲେ।ଦାୟିତ୍ୱ ପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି, କାର୍ଯ୍ୟକ୍ରମ ସହାୟକ ଦେବେନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥାଇ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

ଗଞ୍ଜାମରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୭,୪୩୨ଟି ମାମଲା ସମାଧାନ

ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

masiha

Leave a Comment

error: Content is protected !!