ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

ବନ୍ଧୁ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

ବନ୍ଧୁଗାଁ ତା,୨୨/୧୧/୨୫,କୋରାପୁଟ ଜିଲ୍ଲା ବନ୍ଧୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଉପାଧ୍ୟାକ୍ଷା ଗୀତାଞ୍ଜଳି ପୀଡିକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଦନ ପାଣି, ପୂର୍ବତନ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ପୂର୍ବତନ କ୍ରୀଡା ଶିକ୍ଷକ ମୁକୁନ୍ଦ ଚରଣ ମିଶ୍ର, ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ଚୌଧୁରୀ, ବ୍ଲକ ବିଜେଡି ସଭାପତି ଵାଲା ନାଗ, ସିଆରସି ସଞ୍ଜୟ କୁମାର ସିଙ୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ସର୍ବ ମୋଟ ୭୫ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିବା ବେଳେ ୧୪୨ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ରବି କୁମାର ସୁଧା, ଆଦିତ୍ୟ ସାହୁ,ସନ୍ତୋଷ କୁମାର ଡାକୁଆ, ଶୁଭେନ୍ଦୁ ଚନ୍ଦ୍ର ବାରିକ, ରମେସ ନାୟକ ବିଚାରକ ଭାବେ ଯୋଗ ଦେଇ ପ୍ରତ୍ୟେକ ପ୍ରକଳ୍ପର ମୂଲ୍ୟାନ କରିଥିଲେ।ଏଥିରେ କନିଷ୍ଠ ବିଭାଗର ତୁରୁକ ପେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶ୍ୱସିନୀ ଆର୍ସାଡା ପ୍ରଥମ ଓ ଶ୍ରୀୟା ଜାକକା ଦ୍ୱତୀୟ,ବାଉଁଶ ପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଞ୍ଜୁଲତା ହାରକା ତୃତୀୟ ହୋଇ ହୋଇଥିବା ବେଳେ ବରିଷ୍ଠ ବିଭାଗର କାତୁଲ ପେଟା ହାଇସ୍କୁଲ ର ନବ୍ୟା କୀଲାମ ସେଟୀ ପ୍ରଥମ, କୁମ୍ଭାରୀପୁଟ ହାଇସ୍କୁଲ ର ଭଗବାନ ନାୟକ ଦ୍ୱତୀୟ ଓ କେ.ଜାଗଗୁଡା ହାଇସ୍କୁଲ ର ନଳିନୀ ରୁଷି ଶୃଙ୍ଗ ତୃତୀୟ ହୋଇଥିଲେ। ଗୀତାଞ୍ଜଳି କନ୍ଦପାନ, ରତ୍ନାଲୁ ବିଜୟ ଲକ୍ଷ୍ମୀ, ଗିରିଜା ଭତ୍ରା, ଝାନ୍ସୀ ରାଣୀ ସାହୁକାର, ସାକ୍ଷସୀ ବିଡ଼ିକା, ଆଂଶିକା ବିଶୋଇ ସୁଧା ମାଝି ଜଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।ସ୍କୁଲ ପରିଚାଳନା ସଭାପତି ଚନ୍ଦନ କୁମାର ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

Rayagada Media Welfare Committee Formed to Support Journalists

masiha

ସଚେତନତା ଲୋକ ନାଟକ ରେ କଳାକାରଙ୍କ କମାଲ

Sunil Chandra Nayak

ରାଇରଙ୍ଗପୁରରେ ଵାମନଘାଟୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ବିଶ୍ବ ପଖାଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!