ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଆମ ମାଆ

ସିଏ ଟି ଆମ ମାଆ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଭୋକିଲା ପେଟ ଶୁଖିଲା ମୁହଁ

ହୃଦୟ ବ୍ୟଥା ଅନ୍ତର କୋହ

ନ କହି ଜାଣେ ସେନେହ ବୁଣେ

ସବୁରେ ସିଏ ସାହା

ସିଏ ଟି ଆମ ମାଆ….(୦)

 

ଅମାପ ତା’ର ସହିବା ଶକ୍ତି

ଦୁଃଖରେ ଥାଇ ଦିଅଇ ଶାନ୍ତି

ସବୁ ବିପତ୍ତି ଦୂରରେ ରୁହେ

ସିଏ ଟି ଯେବେ ସାଥିରେ ଥାଏ

ମଣିଷ ରୂପୀ ଦେଵୀଟେ ହୋଇ

ସବୁଠି ହୁଏ ସାହା….(୧)

 

ପୂର୍ବ ଜନ୍ମର ତପର ଫଳ

ଭାଗ୍ୟରେ ଥିଲେ ମିଳେ ତା’ କୋଳ

ତା’ର ଆଶିଷ ଯେହୁ ଲଭଇ

ବିଶ୍ୱକୁ ସିଏ ତ ଜିଣିଥାଇ

ତା’ ବିନା ସବୁ ହେ ଖାଲି ଖାଲି

ମିଳେନା କିଛି ରାହା…..(୨)

 

ଯିଏ ହରାଏ ଖୋଜଇ ସିଏ

ତାହାର ମୁଲ୍ୟ ସେ ବୁଝି ଥାଏ

ମାଆ ଠୁ ବଳି ଆଉ କେ ନାହିଁ

ଅତି ନିଜର ବୋଲି ଏ ମହୀ

ପାଖରେ ପାଇ ଦୂରାଏ ଯିଏ

କେଡେ଼ ଦୁର୍ଭାଗା ଆଃହା….(୩)

ଫୁଲବାଣୀ, କନ୍ଧମାଳ

Related posts

କୁଲତାଯୋର୍ ରେ ଏଲ କେ ବି କେ ଅନୁଷ୍ଠାନ ତରଫରୁ ବାଲ୍ୟବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା ଅନୁଷ୍ଠିତ 

Sunil Chandra Nayak

ନର୍ଲା ବିଧାୟକଙ୍କ ସର୍ବତ, ଥଣ୍ଡା ପାଣି ବଣ୍ଟନ

Leave a Comment

error: Content is protected !!