ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଆମ ମାଆ

ସିଏ ଟି ଆମ ମାଆ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଭୋକିଲା ପେଟ ଶୁଖିଲା ମୁହଁ

ହୃଦୟ ବ୍ୟଥା ଅନ୍ତର କୋହ

ନ କହି ଜାଣେ ସେନେହ ବୁଣେ

ସବୁରେ ସିଏ ସାହା

ସିଏ ଟି ଆମ ମାଆ….(୦)

 

ଅମାପ ତା’ର ସହିବା ଶକ୍ତି

ଦୁଃଖରେ ଥାଇ ଦିଅଇ ଶାନ୍ତି

ସବୁ ବିପତ୍ତି ଦୂରରେ ରୁହେ

ସିଏ ଟି ଯେବେ ସାଥିରେ ଥାଏ

ମଣିଷ ରୂପୀ ଦେଵୀଟେ ହୋଇ

ସବୁଠି ହୁଏ ସାହା….(୧)

 

ପୂର୍ବ ଜନ୍ମର ତପର ଫଳ

ଭାଗ୍ୟରେ ଥିଲେ ମିଳେ ତା’ କୋଳ

ତା’ର ଆଶିଷ ଯେହୁ ଲଭଇ

ବିଶ୍ୱକୁ ସିଏ ତ ଜିଣିଥାଇ

ତା’ ବିନା ସବୁ ହେ ଖାଲି ଖାଲି

ମିଳେନା କିଛି ରାହା…..(୨)

 

ଯିଏ ହରାଏ ଖୋଜଇ ସିଏ

ତାହାର ମୁଲ୍ୟ ସେ ବୁଝି ଥାଏ

ମାଆ ଠୁ ବଳି ଆଉ କେ ନାହିଁ

ଅତି ନିଜର ବୋଲି ଏ ମହୀ

ପାଖରେ ପାଇ ଦୂରାଏ ଯିଏ

କେଡେ଼ ଦୁର୍ଭାଗା ଆଃହା….(୩)

ଫୁଲବାଣୀ, କନ୍ଧମାଳ

Related posts

ଡକାୟତ ଦଳ ର ମୁଖ୍ୟ ସୂତ୍ରଧର କୁ ବାନ୍ଧିଲା ପୋଲିସ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

କାମାକ୍ଷାନଗର କୁ ଜିଲ୍ଲା, ପରଜଙ୍ଗ କୁ ଉପଖଣ୍ଡ ଓ ଏନ୍ ଏ ସି ରୂପେ ଗଠନ କରିବାକୁ ଦାବୀ

Sunil Chandra Nayak

Leave a Comment

error: Content is protected !!