ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବହୁ ଦିନର ଦାବି ପୂରଣ,ପାନୀୟ ଜଳର ସୁବିଧା ପାଇଲେ ତାରିଣୀ ମନ୍ଦିର ପଡାବାସୀ

ଭବାନୀପାଟଣା:୭/୫- ମ.ନି.ସ:- ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ପାନୀୟ ଜଳ ଯୋଗାଣ କରୁଥିବା ବେଳେ, ଅନେକ ସ୍ଥାନରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଳମ୍ବ ଘଟୁଥିବା ଯୋଗୁଁ, କେତେକ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିିଖିତ ଜଣେଇବା ସହିତ ଦାବି କରିଆସୁଥିଲେ। ହେଲେ ବିଳମ୍ବରେ ମଧ୍ୟ ଲୋକେ ପାନୀୟ ଜଳ ପାଇବା ପାଇଁ ସକ୍ଷମ ହେଉଛନ୍ତି। ଅନେକ ସ୍ଥାନରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି।ସେହିପରି ଏକ ଘଟଣା ଦେଖିଛି ତାହା ହେଲା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ୧ ନମ୍ବର ଓ୍ବାର୍ଡ ତାରିଣୀ ମନ୍ଦିର ପଡା । ଭବାନୀପାଟଣା ସହରର ପ୍ରତ୍ୟେକ ସ୍ଥାନରେ ପାନୀୟ ଜଳ ଯୋଗାଣର ସୁବ୍ଯବସ୍ଥା ବିଭାଗ ଦ୍ବାର କରାଯାଇଛି। ହେଲେ କୌଣସି କାରଣ ବଶତଃ ବର୍ଷ ବର୍ଷ ଧରି ତାରିଣୀ ମନ୍ଦିର ପଡାକୁ ଅଣଦେଖା କରା ଯାଉଥିଲା। ଏହାକୁ ନେଇ ପଡାବାସୀ ଦୀର୍ଘ ୪/୫ ବର୍ଷରୁ ଦାବି କରି ଆସୁଥିଲେ ସୁଦ୍ଧା ପାନୀୟ ଜଳ ଯୋଗାଣରେ ବିଭାଗ ଅକ୍ଷମ ରହୁଥିଲେ। ଏହା ଯୋଗୁଁ ତାରିଣୀ ମନ୍ଦିର ପଡା ବାସୀଙ୍କ ତରଫରୁ ବରୁଣ ପରାଭୋଇ,ପ୍ରତାପ ସେଠୀ,ରିତା ପରାଭୋଇ, ପରସିଲା ଗହୀର, କାଞ୍ଚନ ଲହଜଲ, ଆଇଲି ଗହୀର, ସବିତା ପରାଭୋଇ, କିଷନ ଶର୍ମା, ନୀର ବାଗ, ରତନୀ କେତକୀ ପ୍ରମୁଖ ଦାବି କରିଆସୁଥିଲେ। ବହୁଦିନ ର ଦାବି ସେମାନଙ୍କର ପୂରଣ ହୋଇସାଇଛି। ପଡାରେ ଏକ ଓଭର ଟାଙ୍କି ନିର୍ମାଣ କରାଯାଇ ।  କାଉନସିଲର  ପିଙ୍କି ରାଉତ ଙ୍କ ଉଦ୍ୟମ ଓ ଉପସ୍ଥିତି ରେ   ଅଦ୍ଯ ଶନିବାର ୭/୫/୨୨ ତାରିଖ ଦିନ ପଡାବାସୀଙ୍କୁ ଘରେ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଏହି  ସମୟ ରେ ବିଲୁ ସିଂ, ସନ୍ତ। ଚନ୍ଦନ , ତପନ ବାଗ , ଭାରତ ରାଉତ ,ବରୁଣ ପରଭୋଇ ପ୍ରମୁଖ ଉପସ୍ଥିତ ରହି  ପଡାବାସୀ ଙ୍କ ସହ ଖୁସି ମନେଇ  ଥିଲେ ।  ଏହି ଗ୍ରୀଷ୍ମପ୍ରବାହ ସମୟରେ ଦୀର୍ଘ ୪/୫ ବର୍ଷରୁ ସ୍ଥାନୀୟ ବାସିନ୍ଦା ଜଳ ଟିକକ ପାଇଁ କେତେ ଯେ ହନ୍ତସନ୍ତ ହେଉଥିଲେ, ତାହା ସେମାନେ ହିଁ ବୁଝିପାରୁଥିବେ। ଆଜିର ଦିନରେ ଦାବିକାରୀଙ୍କ ଚେଷ୍ଟା ବଳରେ ପଡାବାସୀ ପାନୀୟ ଜଳ ପାଇ କେତେ ଖୁସିରେ ବିଭୋର ହେଉଛନ୍ତି ତାହା ଦେଖଣାହାରୀ ହିଁ ବୁଝିପାରୁଥିବେ। ଏହି ଗ୍ରୀଷ୍ମପ୍ରବାହ ସମୟରେ ଲୋକେ ପାନୀୟ ଜଳ ପାଇଛନ୍ତି ତାକୁ ପଡାବାସୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ବହୁ ଦିନ ଅପେକ୍ଷାର ଅନ୍ତ ଘଟିଛି। ଦାବି ପୂରଣ ହୋଇସାରିଛି। ତେଣୁ ଦାବିକାରିଙ୍କୁ ପଡାବାସୀ ଧନ୍ୟବାଦ ଅର୍ପଣ କରିଥିବା ଜଣାପଡ଼ିଛି।କିଶନ ଶର୍ମା ଙ୍କ ରିପୋର୍ଟ।

 

 

Related posts

ଟେମରି ଗ୍ରାମ ପଞ୍ଚାୟତରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଚାରିଛକ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୨ ଉଦଯାପିତ 

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରାଗ

Leave a Comment

error: Content is protected !!