ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ଅଣ୍ଡର -୧୭ ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ

ଧର୍ମଗଡ:ଅଣ୍ଡର -୧୭ ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ସହଯୋଗରେ ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ପଡିଆରେ ୧୭ ବର୍ଷ ବୟସରୁ କମ ବୟସର ସ୍କୁଲ ସ୍ତରୀୟ ଜିଲ୍ଲା କ୍ରିକେଟ ଦଳ ଚୟନ ହୋଇଯାଇଛି l ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ଜଗନ୍ନାଥ ସେବାସମିତି ସଭାପତି ତଥା ବିଶିଷ୍ଟ ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ ପଣ୍ଡା ଓ ଓସିଏ ପେନାଲ ଅମ୍ପାୟର ତେଜନ ଦୁର୍ଗା ଯୋଗଦେଇ ଥିଲେ l ଏଥିରେ କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକରୁ ୧୨୦ ଜଣ ଖେଳାଳି ଅଂଶଗ୍ରହଣ କରିଥିବାବେଳେ ୨୫ ଜଣ ଖେଳ ଶିକ୍ଷକ ସାମିଲ ଥିଲେ l ୧୫ ଜଣ ଖେଳାଳୀ ଙ୍କୁ ଏଠାରେ ଚୟନ କରାଯାଇ ଥିଲା। ଧର୍ମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ତଥା ନୋଡାଲ ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚୟନ ଶିବିର ପରିଚାଳିତ ହୋଇଥିବାବେଳେ ଖେଳ ଶିକ୍ଷକ ଶ୍ରବଣ ଜାଲ, ସମୀର ନାଏକ, ସୁନୀଲ ନାଏକ, ଅମିତ ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ।

 ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରୁପ୍ରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ 

Sunil Chandra Nayak

ଆମ୍ ଆଦମୀ ପାର୍ଟିର ମା’ ବ୍ରାହ୍ମଣୀ ନଦୀ ବଞ୍ଚାଅ ଅଭିଯାନ ଆରମ୍ଭ, ଅବିଶ୍ୱାସ ହେଲେ ବି ସତ ନଦୀର ଦୁଇ ତଟ ବାସିନ୍ଦା ମାନଙ୍କୁ ସଚେତନ କରିବା ପ୍ରୟାସ

Sunil Chandra Nayak

ଏମସିଏଏମ ପକ୍ଷରୁ ଗାଁ ଦୁଆରେ ନ୍ୟାୟ ଅଭିଯାନ ; ଘରେ ଘରେ ଆଇନ ସେବା କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!