ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ନୂତନ ପେନସନ ସ୍କିମ ଶିକ୍ଷକମାନଙ୍କ ଦୁଇ ଦଫା ଦାବିପତ୍ର ପ୍ରଦାନ

ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ନୂତନ ପେନସନ ସ୍କିମ ଶିକ୍ଷକମାନଙ୍କ ଦୁଇ ଦଫା ଦାବିପତ୍ର ପ୍ରଦାନ

ଧର୍ମଗଡ:ପ୍ରାଥମିକ ଶିକ୍ଷକମହାସଂଘ (ନୂତନ ପେନ୍ସନ୍ ସ୍କିମ୍) ଧର୍ମଗଡ ବ୍ଲକ ପକ୍ଷରୁ ରାଜ୍ୟ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦୁଇ ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରା ଯାଇଛି । ଦାବୀ ଦୁଇଟି ମଧ୍ୟ . ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳ ପଦବୀକୁ ଅପଗ୍ରେଡ କରି ରେବୁଲ-୯ ଅନୁଯାୟୀ ମୂଳ ବେତନ ୩୫୪୦୦ ଟଙ୍କା ପ୍ରଦାନ କରିବା ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହା ଠାରୁ ଅଦ୍ୟାବଧୂ କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା ସହ ଜାତୀୟ ଇନକ୍ରି ମେଣ୍ଟ ପ୍ରଦାନ କରିବା ଆଦି ଅନ୍ତର୍ଭୁକ୍ତ ।ନୂତନ ପେନସନ ସ୍କିମ୍ ରେ କାର୍ଯ୍ୟରତ ଶିକ୍ଷକମାନେ ଦରମା, ମହଙ୍ଗାଭତ୍ତା ଓ ଅନ୍ୟାନ୍ୟ ସେବାସୁବିଧାରେ ଅସମତାର ସମ୍ମୁଖୀନ ହେଉଛନ୍ତି। ନିଯୁକ୍ତି ପତ୍ରରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଳେଖ ଥିବା ସତ୍ତ୍ୱେ ଶିକ୍ଷକମାନେ ପୂର୍ଣ୍ଣାଙ୍ଗ ଦରମା ଓ ଅନ୍ୟାନ୍ୟ ସୁବିଧା ପାଇ ପାରୁନାହାନ୍ତି। ବିଶେଷକରି ୨୦୦୫ ପରେ ନିଯୁକ୍ତ ଶିକ୍ଷକମାନେ ସେବାନିବୃତ୍ତି ସାମାଜିକ ସୁରକ୍ଷାରେ ଗୁରୁତର ଅସୁବିଧା ଭୋଗୁଛନ୍ତି ବୋଲି ସଂଘ ପକ୍ଷରୁ କୁହା ଯାଇଛି। ସରକାରଙ୍କ ସହିତ ସଂଗଠନ ତରଫରୁ ବହୁବାର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଆଗାମୀ ୪/୧୨/୨୦୨୫ ରିଖ ମଧ୍ୟରେ ଦାବୀ ପୁରଣ କରିବାକୁ ସରକାର ଙ୍କୁ ଅନୁରୋଧ କରା ଯାଇଛି । ଉକ୍ତ ସମୟ ଅବଧି ମଧ୍ଯରେ ଦାବୀ ପୁରଣ ନ ହେଲେ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆସନ୍ତା ୦୫.୧୨.୨୦୨୫ ଠାରୁ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତେଇ ଦିଆ ଯାଇଛି । ଦାବୀ ପ୍ରଦାନ ସମୟ ରେ ସଂଘ ପକ୍ଷରୁ ଆବାହକ ବଙ୍କିମ ସାଗର, ସୁଚିତ କୁମାର ଜଗତ, ମିନାକ୍ଷୀ ଗୋପାଲ, କୃଷ୍ଣ ଗୋପାଲ, ଗିରିଧାରୀ ସାହୁ, ରାଜେନ୍ଦ୍ର ଦୁରିଆ ଓ ଅନ୍ୟ ମାନେ ଉପସ୍ଥିତ ରହି ଏବିଇଓ ବିଶ୍ୱଜିତ ବେହେରା ଙ୍କୁ ପ୍ରଦାନ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଖେଦାପଡା ଠାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ 

masiha

ଗୋତୋମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ  

Sunil Chandra Nayak

Leave a Comment

error: Content is protected !!