ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ 

ସାମ୍ବାଦିକ ରତ୍ନ ସମ୍ମାନ ପାଇଲେ ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ 

 କଟକ : ଖ୍ୟାତିସଂପନ୍ନ ବରିଷ୍ଠ ସାମ୍ବାଦିକ ସମାଜସେବୀ ବସନ୍ତ ରଥଙ୍କୁ ସାମ୍ବାଦିକ କ୍ଷେତ୍ରରେ ନିଜର ନିଷ୍ଠା ଓ ସମାଜ ସେବା ପାଇଁ ” ସାମ୍ବାଦିକ ରତ୍ନ” ସମ୍ମାନରେ ସମ୍ମାନିତ କରାଯାଇଛ। ରାଜ୍ୟ ସାମ୍ବାଦିକ ସଂଘ ଅନୁବନ୍ଧିତ କଟକ ଜିଲ୍ଲା ସାମ୍ବାଦିକ ସଂଘର ତୃତୀୟ ବାର୍ଷିକ ଉତ୍ସବ ଓ ଆଞ୍ଚଳିକ ସମାବେଶ ପ୍ରତାପନଗରୀ ଧାକୁଲେଇ ମଣ୍ଡପରେ ଜିଲ୍ଲା ସଭାପତି ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ଶ୍ରୀସନ୍ନ୍ୟାସୀ ଜୀ,ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ସଂଗଠକ ହରିବନ୍ଧୁ ଶତପଥୀ, ରାଜ୍ୟ କଲ୍ୟାଣ ପାଣ୍ଠି ଅଧ୍ଯକ୍ଷ ଗଗନବିହାରୀ ସାହୁ ଯୋଗଦେଇ ଶ୍ରୀଯୁକ୍ତ ରଥ ଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଓ ମାନପତ୍ର ପ୍ରଦାନକରି “ସାମ୍ବାଦିକ ରତ୍ନ “ସମ୍ମାନରେ ସମ୍ମାନିତ କରିଥିଲେ l ଉତ୍ସବ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦୁଇ ଶହ ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ସାମ୍ବାଦିକ ସଂଘର ଜିଲ୍ଲା ସାଧାରଣ ସଂପାଦକ ଶିଶିର କୁମାର ଦାଶ ପରିଚାଳନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଜି ଦିବସର ଅନୁଚିନ୍ତା : ୨୧ ଫେବୃଆରୀ

Sunil Chandra Nayak

ସାମୁହିକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ଜାତୀୟ ଉପଭୋକ୍ତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!