ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଲାମାନେ ପର କରି ଥିବା ପିତା ମାତାଙ୍କୁ ଆପଣାର କରି ପୂଜାର୍ଚନା କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା 

ପିଲାମାନେ ପର କରି ଥିବା ପିତା ମାତାଙ୍କୁ ଆପଣାର କରି ପୂଜାର୍ଚନା କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ର କର୍ମକର୍ତା 

କଟକ : ବାପା ଓ ମା ଦୁଇଟି ଅମୁଲ୍ୟ ଶବ୍ଦ l ଏହି ଦୁଇଟି ମହାନ ଆତ୍ମା ଆମକୁ ଦୁନିଆଁ ଦେଖାଇଥାନ୍ତି l ଯେତେବେଳେ ପିଲାଟିଏ ଘରେ ଜନ୍ମ ହୁଏ ସତରେ ଘରେ ଯେପରି ଏକ ଅଦିନିଆ ପର୍ବ ର ଆରମ୍ଭ ହୁଏ l ଏହା ଆମ ସଂସାର ର ରୀତିନୀତି ଅଟେ l କେନ୍ଦ୍ରାପଡ଼ା ଜିଲ୍ଲା ର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ମାନେ ଆଜି ପହଂଚିଥିଲେ ଏକ ଵୃଦ୍ଧାଶ୍ରମ ରେ l ଆଜି ଥିଲା ଟ୍ରଷ୍ଟ ର ଉପସଭାପତି ରଶ୍ମି ରଞ୍ଜନ ବାରିକ ଙ୍କ ବାପା ରତ୍ନାକର ବାରିକ ଙ୍କ ର ୨୮ ତମ ଶ୍ରାଦ୍ଧ ବାର୍ଷିକୀ l ଆଜି ଟ୍ରଷ୍ଟ ର କିଛି କର୍ମକର୍ତା ଏହି ସ୍ଥାନ ରେ ପହଂଚିଥିଲେ l ଯେଉଁ ପିତା ମାତା ଙ୍କୁ ପିଲାମାନେ ହତାଦର କରିଛନ୍ତି ସେମାନଙ୍କୁ ବାପା ମା ଙ୍କ ପରି ଯଥୋଚିତ ସମ୍ମାନ କରି ପୂଜାର୍ଚନା କରିଥିଲେ l ସେହି ବାପା ମା ମାନଙ୍କୁ ଧୂପ,ଦୀପ, ଚନ୍ଦନ, ସିନ୍ଦୁର, ଅରୁଆ ଚାଉଳ ଓ ଦୁବ ବରକୋଳି ପତ୍ର ଓ ବ୍ରାହ୍ମଣ ଙ୍କ ବେଦ ଧ୍ୱନି ସହ ହରିବୋଲ ହୁଳହୁଳି ରେ ସ୍ଥାନ ପକମ୍ପିତ ହୋଇଥିଲା l ଅଞ୍ଚଳବାସୀ ମାନେ କହୁଥିଲେ ମନ୍ଦିର ରେ ପୂଜା ଚାଲିଛି l ଏହି କାର୍ଯ୍ୟକ୍ରମ ପରେ ବାପା ମା ଙ୍କ ସହ ମିଳିମିଶି ଖାଦ୍ୟ ପାନୀୟ ଗ୍ରହଣ ପରେ ଶୀତ ବସ୍ତ୍ର ର ମଧ୍ୟ ଆୟୋଜନ କରାଯାଇଥିଲା l ଆଜି ର କାର୍ଯ୍ୟକ୍ରମ ରେ ବୃଦ୍ଧ ବାପା ମା ଙ୍କ ସହ ଟ୍ରଷ୍ଟ ର କର୍ମକର୍ତ୍ତା ଙ୍କର ଯେପରି ଏକ କ୍ରନ୍ଦନ ର ଅଧ୍ୟାୟ ଆରମ୍ଭ ହୋଇଥିଲା l ଜଣେ ମା କହିଥିଲେ ମୋର 6 ଟି ପୁଅ, କେହି ବିକଳାଙ୍ଗ ନୁହଁ କିନ୍ତୁ ମୁଁ ଆଜି ଏ ସ୍ଥାନ ରେ ରହିଛି l ଜଣେ ବାପା କହିଥିଲେ ମୋର ଗୋଟିଏ ପୁଅ, ଯେତେବେଳେ ସେ ଜନ୍ମ ହୋଇଥିଲା କେତେବେଳେ ସାଇକେଲ ତ କେତେବେଳେ କାନ୍ଧ ବସାଇ ବୁଲାଉ ଥିଲି ଓ କହୁଥିଲି ମୋ ପୁଅ କିନ୍ତୁ ଆଜି ମୋର ଦୁର୍ଭାଗ୍ୟ l ଆଜି ର କାର୍ଯ୍ୟକ୍ରମ ପରିଶେଷରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି ଙ୍କ ବାର୍ତ୍ତା ଥିଲା ଆପଣ ମାନଙ୍କୁ ନିଜର ପିଲାମାନେ ଦୂର କରିଦେଇପାରନ୍ତି କିନ୍ତୁ ଆମ ଟ୍ରଷ୍ଟ ର କର୍ମକର୍ତ୍ତା ଜୀବନ ର ଶେଷ ସମୟରେ ଚାରି କାନ୍ଧ ଦେବେ l ଆଜି ର କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ବରିଷ୍ଟ ସଦସ୍ୟ ବିଷ୍ଣୁ ଚରଣ ମହାପାତ୍ର, ପ୍ରମୋଦ ନାୟକ, ନିମାଇଁ ଚରଣ କର,ରାଜୀବ ଲୋଚନ ରାୟ ଙ୍କ ସହ ମନୋଜ କୁମାର ରାଉତ, ସଂଗ୍ରାମ କୁମାର ଦାସ ଓ ନୂତନ ସଦସ୍ୟ ପବିତ୍ର କୁମାର ସହଯୋଗ କରିଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍

Related posts

ବିକାଶ ମେଳା ଉପଲକ୍ଷେ ଜିଲ୍ଲା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା 

masiha

ଗଣପତି ଶିଶୁ ବିଦ୍ୟା ମନ୍ଦିର ବମ୍ବୁରିର ଦଶମ ବାର୍ଷିକ ଉତ୍ସବ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ

masiha

Leave a Comment

error: Content is protected !!