ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକରେ କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର.

ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକରେ କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ – ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର.

ରାଉରକେଲା : ରାଉରକେଲା ସାଙ୍ଗଠନିକ ଜିଲ୍ଲାର ମଣ୍ଡଳ ସ୍ତରୀୟ ବୈଠକ ବିଜେପି ରାଉରକେଲା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାନେତ୍ରୀ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା । ନୂତନ ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର, ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ହାଁସଦା ଓ ରାଜ୍ୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ଜିଲ୍ଲା ସଭାନେତ୍ରୀ ତାଙ୍କ ସ୍ଵାଗତ ଭାଷଣରେ ସମସ୍ତଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ବକ୍ତବ୍ୟରେ ଏହି ବୈଠକର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୃଦୃଢ଼ କରିବା ପାଇଁ ଆହ୍ବାନ ଦେଇଥିଲେ । ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ହାଁସଦା ତାଙ୍କ ବକ୍ତବ୍ୟରେ ଆମ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଘର ଘର ବୁଲି ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ପ୍ରଭାରୀ ଶ୍ରୀ ମିଶ୍ର ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଉପସ୍ଥିତ ମଣ୍ଡଳ ସଭାପତିଙ୍କ ଉପସ୍ଥାପନ ନେଇଥିଲେ । ପ୍ରତି ମଣ୍ଡଳରେ ଅସମ୍ପୂର୍ଣ୍ଣ ବୁଥ କମିଟି ଗୁଡିକକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହିତ ସଂଗଠନର ଜଣେ ସକ୍ରିୟ କର୍ମୀ ଭାବେ ନିଜକୁ ଗଢ଼ିବା ପାଇଁ ପରାମର୍ଶ ଦେଇଥିଲେ । ଆମେ ଜଣେ ଭାରତୀୟ ଜନତା ପାର୍ଟିର ବୀର ସୈନିକ ଏବଂ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବା ଓ ଜନତାଙ୍କ ବିଶ୍ୱାସ ଭାଜନ ହେବା ତଥା ନିଜର ପଦବୀ ଓ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନା କରି ନେତୃତ୍ୱ ନେବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ପ୍ରତି ତିନି ମାସରେ ଥରେ ଜିଲ୍ଲାରେ ମଣ୍ଡଳ ସ୍ତରୀୟ ବୈଠକ କରିବାପାଇଁ କହିଥିଲେ । ସଂଗଠନ ହିଁ ଶକ୍ତି , ବିନା ସଙ୍ଗଠନରେ ଅଗ୍ରଣୀ ହୋଇ ପାରିବା ନାହିଁ , ଏଣୁ ସମସ୍ତେ କଠିନ ପରିଶ୍ରମ କରିବା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସିନ ଥିଲେ ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ , ରାଜ୍ଯ ଅଳ୍ପସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ଓ ବରିଷ୍ଠ ନେତା ରାଜେନ୍ଦ୍ର ସାହୁ । ନାଗ୍ରା ତନ୍ତୀ ସମାଜର ସଭାପତି ସନ୍ତୋଷ ତନ୍ତୀଙ୍କୁ ଜିଲ୍ଲା ସଭାନେତ୍ରୀ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତୃବୃନ୍ଦ , ମଣ୍ଡଳ ସଭାପତି ଓ ତାଙ୍କ କମିଟି ଓ କର୍ମିବୃନ୍ଦ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ବୈଠକ ସମାପ୍ତ କରାଯାଇ ଥିଲା । ଜଗନ୍ନାଥ ମଣ୍ଡଳ ସଭାନେତ୍ରୀ ମମତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୟରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ହାଟବାଦଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀନିବାସ ପାଣିଘେରରେ ୧୦୦-ଜଣ ଆଦିବାସୀ ବାଳିକା ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରରେ ଆଣ୍ଠୁଏ ପାଣିରେ ପଶି ଛାତ୍ରୀଙ୍କ ଅବସ୍ଥା ବୁଝିଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି

Sunil Chandra Nayak

ଜନ ବିରୋଧୀ କାର୍ଯ୍ୟ ପାଇଁ ଓଡିଶା ମେଟାଲିକ ବିରୋଧ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଚାନ୍ଦିଲି, ପେଣ୍ଟା ଓ କର୍ଲାକଣା ପଞ୍ଚାୟତରେ ବୁଲିଲା ବିକାଶ ବାହନ

masiha

Leave a Comment

error: Content is protected !!