ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଦୋଷରେ ଖଲାସ।

ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଦୋଷରେ ଖଲାସ।

କଳାହାଣ୍ଡି:ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏକ ଲାଞ୍ଚ ମାମଲାରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି l ପ୍ରକାଶ ଥାଉକି ଗତ ୨୦୧୬ ମସିହାରେ ଜନୈକ ଠିକାଦାର ବାହାଦୁର ବଗିଚା ପଡା ର ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ ଙ୍କ ଠାରୁ ଠିକା କରିଥିବା ଏକ ବିଲ ମଂଜୁର କରିବା ପାଇଁ ୪୦ ହଜାର ଟଙ୍କା ଦାବି କରିଥିଲେ l ଏହି ବିଷୟ କୁ ଭବାନୀପାଟଣା ଭିଜିଲାନସ୍ ଙ୍କ ଜରିଆରେ କୋରାପୁଟ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଙ୍କ ପାଖରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ ଆଧାରରେ କୋରାପୁଟ ଭିଜିଲାନସ୍ କେସ ନମ୍ବର.୦୫/୨୦୧୬ ରୁଜୁ କରାଯାଇ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ସେହି ମାମଲାରେ ଭିଜିଲାନସ୍ ବିଭାଗ ତରଫରୁ ଅଭିଯୋଗ ପତ୍ର ମାନ୍ୟବର ଭିଜିଲାନସ୍ କୋର୍ଟ ରେ ଦାଖଲ କରାଯାଇଥିଲା l ସେହି ମାମଲାରେ ୧୦ ଜଣ ସାକ୍ଷୀ ମାନଙ୍କ ବୟାନ ଆଧାର ରେ ଆଜି ସ୍ୱତନ୍ତ୍ର ଭିଜିଲାନସ୍ ବିଚାରପତି ଶ୍ରୀମାନ ବଦ୍ରି ନାରାୟଣ ନନ୍ଦ ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ମରଣ ଶଙ୍କର ମିଶ୍ର ଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଏହି ମାମଲା କୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ପିଏଚ ଡିଭିଜନ ଭବାନୀପାଟଣା ଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଶ୍ରୀ ଦିଲ୍ଲୀପ ସା ପରିଚାଳନା କରୁଥିଲେ।

Related posts

ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ 

ଧର୍ମଗଡ ଠାରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

Sunil Chandra Nayak

Leave a Comment

error: Content is protected !!