ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୨୬ ଉଦ୍ଯୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

୨୦୨୬ ଉଦ୍ଯୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

ରାଉରକେଲା ୨୮/୧, ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ-ଓଡିଶା ଏବଂ ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକୋତ୍ସବ କାର୍ଯ୍ୟକ୍ରମର ଦ୍ବିତୀୟ ଦିବସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଉରକେଲା ହକି ଭିଲେଜ ମେଫେୟାର ହୋଟେଲ ଠାରେ ଏମ୍ଏସ୍ଏମ୍ଇ ଉଦ୍ଯୋଗୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ୨୦୩୬ ସୁଦ୍ଧା ଓଡିଶା ଏକ ସମୃଦ୍ଧ ଓଡିଶା ଏବଂ ବିକଶିତ ଓଡିଶା ହେବା ସହିତ ୫୦୦ ମିଲିୟନ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ୧୬ଟି ସେକ୍ଟରକୁ ଗୁରୁତ୍ୱ ଦିଆଯିବା ସହିତ ବର୍ତ୍ତମାନ ସୁଦ୍ଧା ୨୪ ହଜାର ୩୩୮ କୋଟି ଟଙ୍କା ପ୍ରକଳ୍ପର ପୁଞ୍ଜି ନିବେଶ ହୋଇସାରିଛି। ଇସ୍ପାତ କ୍ଷେତ୍ରରେ ରାଉରକେଲା କିଭଳି ତାହାର ମର୍ଯ୍ୟାଦା ବଜାୟ ରଖିପାରିବ, ତାହାକୁ ନେଇ କାର୍ଯ୍ୟ କରାଯାଉଛି।

          ଗତକାଲି ଲପଙ୍ଗାରେ ହିଣ୍ଡାଲକୋର ଦୁଇଟି ପ୍ରୋଜେକ୍ଟ ଉଦ୍ଘାଟିତ ହୋଇଥିଲା ବେଳେ ଗୋଟିଏ ପ୍ରୋଜେକ୍ଟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯେଉଁଥିରେ ୨୭୦୦୦ କୋଟି ଟଙ୍କା ବିନିଯୋଗ ହେବାର ସୁନିଶ୍ଚିତ ହେବା ସହିତ ୫୦୦୦ ଲୋକ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗତକାଲି ଆରଆରଆର ଅର୍ଥାତ୍ ରାୟପୁର-ରାଞ୍ଚି-ରାଉରକେଲା କରିଡରକୁ ଆଧାର କରି ଏଠାରେ ଉଦ୍ଯୋଗୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା, ତାହାକୁ ପରିସ୍ପୁଟ କରିବା ପାଇଁ ସେମାନଙ୍କ ସହିତ ଗତକାଲି ଏବଂ ଆଜି ଦୁଇ ଦିନ ଧରି ଓ୍ବାନ୍-ଟୁ-ଓ୍ବାନ୍ ପର୍ଯ୍ଯାପ୍ତ ଆଲୋଚନା ହୋଇଥିଲା, ସେଥିରେ ଆମ ପାଇଁ ଗୋଟିଏ ବଡ ଅପରଚୁନିଟି ଆସିଲା ସେଥିରେ ୧୦ଟି ପ୍ରକଳ୍ପ ପାଇଁ ୨୪ ହଜାର ୩୩୮ କୋଟି ଟଙ୍କାର ଭୂମି ପୂଜନ ସହ ୧୧ ହଜାର ୫୪୨ କୋଟି ଟଙ୍କାର ୧୩ଟି ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଛି। ଏଥିସହିତ ବାକି ୩୬୦୦୦ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଏମ୍ଓୟୁ ସ୍ବାକ୍ଷରିତ କରାଯାଇଛି। ଏସବୁକୁ ମିଶାଇ ପଶ୍ଚିମ ଓଡିଶା ଏବଂ ଶିଳ୍ପ ନଗରୀ ରାଉରକେଲା ସହି ଏ ଅଞ୍ଚଳରେ କିପରି ଅଧିକ ବିନିଯୋଗ ତାହା ପାଇଁ ଅଧିକ ଧ୍ୟାନ ଦିଆଯାଉଛି। ୨୦୨୫ର ଜାନୁଆରୀ ୨୭ ଓ ୨୮ରେ ମେକ୍-ଇନ୍-ଓଡିଶା ଏବଂ ଉତ୍କର୍ଷ ଓଡିଶାର କନକ୍ଲେଭ ହୋଇଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ପାଇଁ ଅଧିକରୁ ଅଧିକ ବିନିଯୋଗ ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଉତ୍କର୍ଷ ଓଡିଶାର ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆମର ଲକ୍ଷ୍ୟ ୨ଲକ୍ଷ ୩୮ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଉତ୍କର୍ଷ ଓଡିଶାର ସମୁଦାୟ ପ୍ରକଳ୍ପ ବିନିଯୋଗ ୮ଲକ୍ଷ କୋଟି ଟଙ୍କା ହୋଇଛି। ଗତ ଏକ ବର୍ଷ ଧରି ଦିଲ୍ଲୀ, ମୁମ୍ବାଇ, ସିଙ୍ଗାପୁର, ହାଇଦ୍ରାବାଦ, କଲିକତା ଯାଇ ସେଠାରୁ ଅଧିକରୁ ଅଧିକ ପୁଞ୍ଜି ନିବେଶ ହୋଇପାରିବ ତାହାପାଇଁ ଚେଷ୍ଟା କରାଯାଇଥିଲା। ଛତିଶଗଡ, ଝାଡଖଣ୍ଡ ଏବଂ ଓଡିଶାର ୫୦୦ରୁ ଉର୍ଦ୍ଧ୍ବ ପୁଞ୍ଜି ନିବେଶକାରୀ ଆସି ଏମ୍ଏସ୍ଏମ୍ଇ ସେକ୍ଟରରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହୀ ଥିବା ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ ବକ୍ତବ୍ୟରେ କହିଛନ୍ତି।

     ଆଜିର ଏହି ୨୫ତମ ସିଆଇଆଇ ଏଣ୍ଟରପ୍ରାଇଜ-ଓଡିଶା କନକ୍ଲେଭର ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଓଡିଶା ବିଧାନସଭାର ଉପବାଚସ୍ପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ବେଦାନ୍ତ ଗୃପର ସିଇଓ ଅନୀଲ ସିଂହ, ଡାଲମିଆ ଭାରତ ସିମେଣ୍ଟ କାରଖାନା ସିଇଓ ଅନୀଲ ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ଶିଳ୍ପପତି ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

masiha

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪  ଦ୍ବିତୀୟ ଦିନ ନାୟିକା ରାଉରକେଲା ର ନାଟକ ଶୂନ୍ୟତା ଓ ଉପହାର ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ 

masiha

Leave a Comment

error: Content is protected !!