ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେବୃଆରୀ ୨ରୁ ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ 

ଫେବୃଆରୀ ୨ରୁ ରାୟଗଡ଼ାରେ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ 

ରାୟଗଡ଼ା : -ତା. ୨୯/୨-ମହିଳା ସ୍ୱୟଂସହାୟତା ଗୋଷ୍ଠୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରି ତାଙ୍କୁ ଆତ୍ମନିର୍ଭର ମାର୍ଗରେ ଆଗେଇ ନେବା ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ “ସୁଭଦ୍ରା ଶକ୍ତି ମେଳା” ଆୟୋଜନ କରାଯାଉଛି। ଏହି ମେଳା ୨ ଫେବୃଆରୀ ୨୦୨୬ ରୁ ୮ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଜେସ୍କୋ ପଡ଼ିଆ, ରାୟଗଡ଼ା ଠାରେ ଆୟୋଜିତ ହେବ।

ଏହି ମେଳାରେ ରାୟଗଡ଼ା ଜିଲ୍ଲା ସହିତ ସହିତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା ମହିଳା ସ୍ୱୟଂସହାୟତା ଗୋଷ୍ଠୀର ଉଦ୍ୟୋଗପତିମାନେ ଅଂଶଗ୍ରହଣ କରିବେ। ମହିଳାମାନଙ୍କ ଦ୍ୱାରା ନିଜ ହାତରେ ପ୍ରସ୍ତୁତ ହସ୍ତଶିଳ୍ପ, ହାଣ୍ଡଲୁମ୍ ବସ୍ତ୍ର, ପାରମ୍ପରିକ ଓ ପୋଷ୍ଟିକ ଖାଦ୍ୟ ପଦାର୍ଥ, ଘରୋଇ ଉତ୍ପାଦନ ସାମଗ୍ରୀ, ମିଳେଟ୍ ଭିତ୍ତିକ ଉତ୍ପାଦ, ସ୍ଥାନୀୟ କଳାକୃତି ଓ ଅନ୍ୟାନ୍ୟ ସାମଗ୍ରୀ ଏହି ମେଳାରେ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ଉପଲବ୍ଧ ରହିବ।

ମେଳାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ଉଦ୍ୟୋଗପତିମାନଙ୍କୁ ଏକ ସାଧାରଣ ଓ ସୁସଂଗଠିତ ବଜାର ମଞ୍ଚ ପ୍ରଦାନ କରିବା, ତାଙ୍କର ଉତ୍ପାଦନକୁ ବିଶାଳ ପରିସରରେ ପ୍ରଚାର କରିବା ସହ ମହିଳା ସଶକ୍ତିକରଣ ମାଧ୍ୟମରେ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା। ଏହା ମାଧ୍ୟମରେ ଗ୍ରାମୀଣ ଅଞ୍ଚଳର ମହିଳାମାନେ ନିଜ ପ୍ରତିଭା ଓ କୌଶଳକୁ ଆର୍ଥିକ ଲାଭରେ ପରିଣତ କରିପାରିବେ।

ଏହି ମେଳା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା କାର୍ଯ୍ୟକ୍ରମ ଓ ମହିଳା ସଶକ୍ତିକରଣ ସମ୍ପର୍କିତ କାର୍ଯ୍ୟାକ୍ରମ ଆୟୋଜନ କରାଯିବାର ଯୋଜନା ରହିଛି, ଯାହା ମେଳାକୁ ଆହୁରି ଆକର୍ଷଣୀୟ କରିବ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଜନତାଙ୍କୁ ଏହି ସୁଭଦ୍ରା ଶକ୍ତି ମେଳା ଦର୍ଶନ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଉତ୍ପାଦ କ୍ରୟ କରି ତାଙ୍କୁ ସହଯୋଗ କରିବା ପାଇଁ ଆହ୍ୱାନ କରାଯାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

ଅସହାୟ ଯୁବକଙ୍କୁ ସହାୟତାର ହାତ ବଢ଼ାଇଲା ନର୍ଲା ବେଡମିଣ୍ଟନ ଏସୋସିଏସନ୍

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!