ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାମାକ୍ଷାନଗର- – ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା , ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୀନମଣି ନାଏକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଓଏସ୍‌ଡି ଶ୍ରୀଯୁକ୍ତ ସୌମେନ୍ଦ୍ର ଭୂତିଆ, କାମାକ୍ଷାନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଭୁ କଲ୍ୟାଣ ଦାସ, କାମାକ୍ଷାନଗର ତହସିଲଦାର ଶ୍ରୀଯୁକ୍ତ ଶୁଭଙ୍କର ମହାନ୍ତି, କଙ୍କଡାହାଡ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ବିଦ୍ୟାଳୟର ବିକାଶ ସଂପର୍କରେ ମତବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ସଫଳ ହେବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୀନମଣି ନାଏକ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କର ପ୍ରଶଂସା କରିବା ସହ ଆଗାମୀ ସମୟରେ ଫଳାଫଳ ଆହୁରି କିପରି ଭଲ ହୋଇପାରିବ ସେ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେଇଥିଲେ । ବାର୍ଷିକ କ୍ରୀଡା ଉତ୍ସବରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟରେ ନବନିର୍ମିତ ବାଳିକା ଓ ବାଳକ ଛାତ୍ରାବାସ ଅତିଥିମାନଙ୍କର କରକମଳରେ ଉଦ୍‌ଘାଟନ ହୋଇଥିଲା । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷଭାଗରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ସାମାଜିକ ନାଟକ ” ଜହ୍ନ ରାତିର ଝଡ” ଖୁବ୍ ଚିତ୍ତାକର୍ଷକ ହେବାସହ ଦର୍ଶକମାନଙ୍କୁ ଭାବ ବିହ୍ୱଳ କରିଦେଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବେହେରା, ଲକ୍ଷ୍ମୀପ୍ରିୟା ସାହୁ ଓ ଛାତ୍ରଛାତ୍ରୀମାନେ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ରଞ୍ଜିତ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related posts

ଡାବୁଗାଁ ମିଶନଶକ୍ତି ମହାସଙ୍ଘ ତରଫରୁ ବିଡ଼ିଓ ଙ୍କୁ ଦାବୀପତ୍ର ପ୍ରଦାନ 

masiha

ମଧୁବାବୁ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ

Sunil Chandra Nayak

ଅପରାହ୍ନ ପେପର ପକ୍ଷରୁ ବନ୍ଧୁ ମିଳନ, ସାମ୍ବାଦିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!