ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

କୋଦଳା,୩୦/୦୧:ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ଥମିବାର ନା ନେଉନାହିଁ ।ଫଲସ ବିଲ ଓ ଅତ୍ୟଧିକ ପିସି କାରବାର ଚାଲୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରଶାରଣ ହେଉଛି,କିଛି କାଉସିଲର ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ନୀରବତାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ପ୍ରକାଶ ଥାଉକି କୋଦଳା ପୁରୁଣା ମାଛବଜାର ନିକଟରେ ସାଧାରଣ ଲୋକମାନଙ୍କ ପାଇଁ ୨ ଟି ପରିସ୍ରାଗାର ଯାହାର ଅଟକଳ ମୂଲ୍ୟ ୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାରେ ଦୀର୍ଘ ଏକ ବର୍ଷ ପୂବରୁ ନିର୍ମାଣ ହୋଇଥିଲା ,ହେଲେ ବର୍ତମାନ ତାହା ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି । ପ୍ରକାଶ ଥାଉକି ଏହି କାମକୁ ବାହାର ରାଜ୍ୟର କୌଣସି ଏକ ଠିକାଦାରଙ୍କୁ କରିବାପାଇଁ ଦେଇ ଥିଲେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ । ଯାହା ଶୁଣିବାକୁ ମିଳୁଛି ଏହି କାମରୁ ପ୍ରାୟ ୫୦ ଭାଗ ପିସି କାରବାର ହୋଇଛି। ଯାହା ଶୁଣିବାକୁ ମିଳୁଛି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଓ ଅନ୍ୟ କର୍ମଚାରୀ ମାନେ ଅତ୍ୟଧିକ ପିସି ନେଉଥିବା ଯୋଗୁଁ ଏଇ ଭଳି ନିମ୍ନମାନର କାମ ହେଉଥିବା ଦେଖିବାକୁ ମିଳୁଛି। ଖାଲି ଏତିକି ନୁହଁ ବିଭିନ୍ନ ସମୟରେ ଗୋଟିଏ କାମକୁ ଦୁଇ ଦୁଇ ଥର ସର୍ଟ ଟେଣ୍ଡର ବାହାର କରି ଟଙ୍କା ଆତ୍ମସାତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାର ମାଷ୍ଟର ମାଇଣ୍ଡ ଖୋଦ ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋଲି ଆଲୋଚନା ମଧ୍ୟ ହେଉଛି। ଏହି ଏନ୍ଏସି ରେ ହେଉଥିବା ଦୁର୍ନୀତିକୁ ନେଇ କାଉସିଲର ଭଗବାନ ପାଢ଼ୀ ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିଲେ ମଧ୍ୟ ତଥ୍ୟ ଦେଉନାହାଁନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏ ନେଇ ଶ୍ରୀପାଢ଼ୀ କହିଛନ୍ତି ଏହାକୁ ନେଇ ସେ କମିଶନରଙ୍କ ଦ୍ୱାରସ୍ତ ହେବେ ସେଇଠାରେ ଯଦି ସୁଫଳ ନ ମିଳେ ମାନ୍ୟବର ଉଚ୍ଚ ନ୍ୟାଳୟର ଆଶ୍ରୟ ମଧ୍ୟ ନେବେ। ଏବେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ କୋଦଳା ଏନ୍ଏସି ରେ ହେଉଥିବା ବିଭିନ୍ନ ଦୁର୍ନୀତି ଉପରେ ପିଟିସନ ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତ ନୀରବ ହେଲେ ଲୋକଙ୍କ ସରକାର କହୁଥିବା ମୋହନ ସରକାର ମଧ୍ୟ କାହିଁକି ନୀରବତା ଅବଲମ୍ବନ କରିଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Related posts

କେରଳା ପବ୍ଲିକ ସ୍କୁଲ ୨୦୨୪-୨୫ ଶିକ୍ଷା ବର୍ଷ ଦଶମ ଶ୍ରେଣୀ (ICSE)ପରୀକ୍ଷା ଫଳ ପ୍ରକାଶିତ 

masiha

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ୱାରା କୁରୁମପୁରୀରେ ଯାନ୍ତ୍ରିକ ପ୍ରତ୍ୟକ୍ଷ ବିହନ ବୁଣା (mDSR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

Sunil Chandra Nayak

ସୁଧୁରୁନି ଟ୍ରେ ଚୋର,ରାଜ୍ୟ ଖଣିମଣ୍ଡଳର ଅଜସ୍ର କ୍ଷତିରେ ଡ଼ିଡ଼ିଏମ ହତାସ

masiha

Leave a Comment

error: Content is protected !!