ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀରାମ ସାହୁ ଙ୍କ କବିତା ମାଆନାମ ମଧୁଝରା

ମାଆନାମ ମଧୁଝରା

 

ଶ୍ରୀରାମ ସାହୁ

 

ମାଆ ମୋ ମମତାମୟୀ ସ୍ନେହମୟୀ

କରୁଣାର ବାରିଧାରା।

ବୁଦ୍ଧିଜ୍ଞାନ ଦାତ୍ରୀ ଅଭୟ ଦାୟିନୀ

ଅଟଇ ସୁଖ ପସରା.. ..।୦।

ତା ପଣତକାନି ତଳେ ରହିଥିଲେ

ଜମାଡର ଲାଗେନାହିଁ।

ବାଧାବିଘ୍ନ ଯେତେ ଆସୁ ଜୀବନରେ 

ପଛଘୁଞ୍ଚା ଦିଏନାହିଁ।

ଶତ ସିଂହବଳ ଜାଗ୍ରତ ହୁଅଇ

ମାଆନାମେ ଦିହସାରା…।୧।

ପାଳିପୋଷି ମୋତେ ମଣିଷ କରିଛି

ସବୁଦୁଃଖ କଷ୍ଟସହି।

ଖାଇବା ଚାଲିବା କଥା କହିବାରେ

ମାଆସମ ଗୁରୁନାହିଁ।

କିଏ କେବେ ତାର ଋଣକି ଶୁଝିବ

ମାଆ ହୃଦୟ ନିଆରା…..।୨।

ମାତୃ ଦିବସରେ ମାଆଙ୍କୁ ପୂଜିବା

ଲଭିବା ତାର ଆଶିଷ।

ସରଗଠୁ ବଳି ମାଆ ଗରୀୟସି

ମିଳିବ ମନେ ସନ୍ତୋଷ।

ଆଶୀର୍ବାଦ ନେଇ ହୋଇବା ଦୀର୍ଘାୟୁ 

ମାଆନାମ ମଧୁଝରା….।୩।

      ଫୁଲବାଣୀ।କନ୍ଧମାଳ।

Related posts

ରାଇରଙ୍ଗପୁରର ସରକାରୀ ମତ୍ସ୍ୟ କାର୍ଯ୍ୟାଳୟ ନିକଟରେ ଡକାୟତି,୪୦,୦୦୦ଟଙ୍କା ସମେତ ୫ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ଗହଣା ଲୁଟ

Sunil Chandra Nayak

ମହିଳାଙ୍କ ଆତ୍ମହତ୍ୟା

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପ୍ରହେଳିକା … ଏକ ନିଶବ୍ଦ ରାତ୍ରୀ ର

Sunil Chandra Nayak

Leave a Comment

error: Content is protected !!