ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ସେହି ମା ପାଇଁ

ସେହି ମା ପାଇଁ

 

ସାସାଂରିକ ଜୀବନର ଆରମ୍ଭରୁ 

ବୋଝ ବୋହିବାର କଥା ଦେଇ 

ପାଦ ଥାପିଥିଲି 

ସଂସାର ହାଟରେ

ଝୁଣ୍ଟିଛି ବହୁତ ଆଘାତ ବି ଖାଇଛି

ହେଲେ ଆଘାତ ଦେଇପାରିନି

ସୁଖ ଗୋଟୋଉ ଗୋଟୋଉ

ଆଣ୍ଠେଇ ପଡ଼ିଛି

କିଏ କୋଳେଇ ନେବାର ଜାଣିନି

ମୁଣ୍ଡ ହାଣି ନଇଁପଡ଼ିଛି ।

ଚାଲିଛି ଯେ ଚାଲିଛି।

କୋହୋ ଚାପି ଏକା ଏକା

ଲୁହ ସହ ଖେଳିଛି ଅନେକ ବାର

ଥରିଲା ଓଠକୁ ଦାନ୍ତରେ ଚାପିଧରି

ଢକ ଢକ କରି ଦୁଃଖ ପିଇଛି

ସୁଖ ବାଣ୍ଟିବାକୁ ଯାଇ

ତିଳ ତିଳ କରି ଜଳଛି।

ସବୁ କିଛି ଦେଇପାରେ ବୋଲି ତ ମା

ତା ପାଇଁ ସତେ ଯେପରି 

କାହାର କିଛି କହିବାର ନାହିଁ

ସବୁ ସହିବାର ଶକ୍ତି ଯେପରୀ ନେଇଛି ସେ।

ତା ପାଦେ କୋଟି ପ୍ରଣିପାତ।

        ନଗେନ୍ଦ୍ର କୁମାର ରାଉତ,

ଉମରକୋଟ, ନବରଙ୍ଗପୁର

Related posts

ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ବନ୍ଦ

ନଳିନୀ ପ୍ରଭା ମିଶ୍ର ଙ୍କ ବିଜ୍ଞାନୀ ମାନବ

Sunil Chandra Nayak

କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦବାଭନା ସମାଜ ର ରାଲି ଓ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!