ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

1974 ମାଟ୍ରିକ ବ୍ୟାଚ ର ଆଲୁମିନା ମିଟ

1974 ମାଟ୍ରିକ ବ୍ୟାଚ ର ଆଲୁମିନା ମିଟ

ଆସିକା, ୮/୨/୨୫(ଶିବ ଶଙ୍କର ମିଶ୍ର) ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର 1974 ମେଟ୍ରିକ ବ୍ୟାଚ ଛାତ୍ର ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶାନ୍ତିଝର ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମସ୍ତେ ସାଂପ୍ରତିକ ପରିସ୍ଥିତିରେ ନିଜ ନିଜର ସାମାଜିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଧରାକୋଟ ବ୍ଲକର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ସୃଷ୍ଟି କରିଥିବା ଅନେକ ବିଜ୍ଞ ବ୍ୟକ୍ତିତ୍ଵ, ପ୍ରସନିକ ଅଧିକାରୀ,ରାଜନୈତିକ ବ୍ୟକ୍ତି , ଆଇନଜିବୀ ଯେଉଁମାନେ ଆଜି ସମାଜରେ ସୁପ୍ରତିଷ୍ଠିତ ସେମାନଙ୍କ ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନ କିପରି ଅଧିକ ସୁନାମ ଅର୍ଜନ କରିପାରିବ ସେଥିପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଆଶିଷ ପାଣିଗ୍ରାହୀ,ଅରକ୍ଷିତ ପାତ୍ର,ଶଙ୍କର ଦାସ, କୃଷ୍ଣ ଚନ୍ଦ୍ର ସିଂହ,ଅଶୋକ ବରାଡ , କୃତିବାସ ସାହୁ,ବିପିନ ବିହାରୀ ଦାସ, ସିମାଞ୍ଚଳ ବେବର୍ତ୍ତା ଙ୍କ ସମେତ ସଂଖ୍ୟାଧିକ ସହପାଠୀ ଉପସ୍ଥିତ ରହିଥିଲେ। 

Related posts

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା ଆରମ୍ଭ

masiha

ଛଦେଶ ଅଞ୍ଚଳରେ ଏକ ମିନି ଗ୍ରିଡ ପାଇଁ ଯୁବଚାଷୀ ଓ ଅଞ୍ଚଳବାସୀଙ୍କ ଦାବୀ

Sunil Chandra Nayak

ଧର୍ମଗଡ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!