ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିନି ଶିକାରୀ ସହ ଦେଶୀ ବନ୍ଧୁକ ଜବତ

ତିନି ଶିକାରୀ ସହ ଦେଶୀ ବନ୍ଧୁକ ଜବତ

ମୁନିଗୁଡ଼ା – ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଟୁରିଗୁଡ଼ା ପଞ୍ଚାୟତ,ମୁନିଗୁଡ଼ା ଥାନା ଅନ୍ତର୍ଗତ ରାମଣା ଗ୍ରାମ ସନ୍ନିକଟ ବାଙ୍ଗରଡ଼ା ବ୍ରିଜ ନିକଟରୁ ପୋଲିସ ତିନିଜଣ ଜଙ୍ଗଲି ଶିକାରୀଙ୍କୁ ଗିରଫ କରିବ ସହ ସେମାନଙ୍କ ନିକଟରୁ ତିନୋଟି ଦେଶୀ ବନ୍ଧୁକ,ବାରୁଦ କୁନ୍ଦା ଜବତ କରିଛି।ସୂଚନା ଅନୁଯାୟୀ ମୁନିଗୁଡ଼ା ଥାନା ଆଇଆଇସି କେଶବ ଶଢ଼ଙ୍ଗି ବିଶେଷ ସୂତ୍ରରୁ ଅବୈଧ ଶିକାର ବିଷୟରେ ଖବର ପାଇ ଏହା ଉପରେ ତୀକ୍ଷଣ ନଜର ରଖିବାକୁ ଡାଙ୍ଗସୋରଡ଼ା ଫାଣ୍ଡି ଅଧିକାରୀ ମନୋରଞ୍ଜନ ବିଶ୍ବାଳଙ୍କୁ ପରାମର୍ଶ ଦେଇଥିଲେ।ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵାଳ ଆଜି ସକାଳେ କନେଷ୍ଟବଳ ଗିରି ପାଳକିଆ ଓ ବେଣୁଧର ପଣ୍ଡାଙ୍କ ସହ ପେଟ୍ରୋଲିଂ କରୁଥିବା ସମୟରେ ବାଙ୍ଗରଦା ବ୍ରିଜ ନିକଟରେ ଶିକାର ଅପେକ୍ଷାରେ ଥିବା ଶିକାରୀ ଜିତି ପାକି(୨୩)ପି: ଚକ୍ରଧର ପାକୀ,ଗୋବିନ୍ଦ କିନେଡି(୨୫)ପି:ଇଶ୍ୱନାଥ କିନେଦି ଓ ଚକ୍ରଧର ପାକି(୪୫)ପି✓ଅଶାନ୍ତ ପାକିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅବୈଧ ତିନୋଟି ଦେଶୀ ଶିକାରୀ ବନ୍ଧୁକ ଓ ବାରୁଦ ଖୁନ୍ଦା ଜବତ କରିଛି।ଏମାନଙ୍କୁ ମୁନିଗୁଡ଼ା ଥାନାକୁ ଆଣି ପୋଲିସ ତରଫରୁ ତଦନ୍ତ ଚଳାଇଥିବା ଜଣାଯାଏ।ବିନା ଲାଇସେନ୍ସ ବନ୍ଧୁକ ପାଖରେ ରଖିଥିବା କାରଣରୁ ତିନି ଜଣଙ୍କ ନାମରେ୫୪/୨୬,୫୫/୨୬,୫୬/୨୬ରେ ମାମଲା ରୁଜୁ କରାଯାଇଥିବା ମୁନିଗୁଡ଼ା ପୋଲିସ ଆଇଆଇସି ଶ୍ରୀଯୁକ୍ତ ଶଢଙ୍ଗିଙ୍କ ଠାରୁ ଜଣା ପଡ଼ିଛି।ଶିକାରୀ ମାନଙ୍କୁ ଗିରଫ କରାଯିବା ଫଳରେ ଜଙ୍ଗଲରେ ଅବୈଧ ଶିକାର କରୁଥିବା ଅସାମାଜିକ ଲୋକ ମାନଙ୍କ ମନରେ ଛନକା ପଶିଛି।ଏହିପରି କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଜଙ୍ଗଲ ଓ ଜଙ୍ଗଲରେ ବାସ କରୁଥିବା ନିରୀହ ଜିବ ମାନଙ୍କ ସୁରକ୍ଷା ହୋଇ ପାରିବ ବୋଲି ସାଧାରଣରେ ଚର୍ଚା ହେଉଛି।  

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍  

Related posts

ରାଇରଙ୍ଗପୁର କୋର୍ଟ:ପତ୍ନୀ ହତ୍ୟା ମାମଲାରେ ରାମଜିତ୍ ଟୁଡୁ ଙ୍କୁ ଆଜୀବନ କାରାଦଣ୍ଡ 

masiha

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା:  ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ୪୪ ବାଇକ ଜବତ, ୬ ଅଭିଯୁକ୍ତ ଗିରଫ

ନଦୀରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!