ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

ଲେଖା ନିୟନ୍ତ୍ରକ, ଓଡିଶା କାର୍ଯ୍ୟାଳୟର ପ୍ରୟାସରେ କବିସୂର୍ଯ୍ୟ ନଗରର ଅନିତାଙ୍କୁ ମିଳିଲା ନ୍ୟାୟ

ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପ୍ରତି ଓଡିଶା ସରକାରଙ୍କ ସମ୍ବେଦନଶୀଳତାର ଏକ ସ୍ପଷ୍ଟ ଉଦାହରଣ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରୁ ସାମ୍ନାକୁ ଆସିଛି।

ଅନିତା ପ୍ରହରାଜ ନାମକ ଜଣେ ଅବିବାହିତା ମହିଳା ୨୦୧୪ ମସିହାରେ ପିତାଙ୍କୁ ହରାଇବା ସହ ୨୦୦୬ରେ ମାତାଙ୍କୁ ମଧ୍ୟ ହରାଇଥିଲେ। ଏହା ପରେ ସେ ଆର୍ଥିକ ଓ ମାନସିକ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ପିତାଙ୍କ ପେନସନ ପାଇବା ପାଇଁ ସେ ବ୍ୟାଙ୍କ, ଓକିଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ପାଖରେ ଆବଶ୍ୟକୀୟ ପେନସନ କାଗଜପତ୍ର ନଥିବାରୁ ତାଙ୍କର କାମ ଦୀର୍ଘଦିନ ଧରି ଅଟକି ରହିଥିଲା, ତାଙ୍କ ଏହି ସମସ୍ୟାର ସମାଧାନ ହୋଇ ପାରୁ ନଥିଲା। ଶେଷରେ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଜ ସମସ୍ୟା ଜଣାଇଥିଲେ। ଏହା ପରେ ଓଡିଶାର ଲେଖା ନିୟନ୍ତ୍ରକ ଶ୍ରୀ ମନୋରଞ୍ଜନ ନାୟକଙ୍କ ସକ୍ରିୟ ହସ୍ତକ୍ଷେପ ଓ ନିର୍ଦ୍ଦେଶରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ତାଙ୍କ ନିର୍ଦ୍ଦେଶରେ ଗଞ୍ଜାମ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟ ସକ୍ରିୟ ଭୂମିକା ନେଇ ଅନିତାଙ୍କ ଘରେ ପହଞ୍ଚି ତାଙ୍କର ବ୍ୟାଙ୍କ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଥାନା ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ ସମ୍ପନ୍ନ କରାଇଥିଲା।ଏହାପରେ ଲେଖା ନିୟନ୍ତ୍ରକ କାର୍ଯ୍ୟାଳୟ ତତ୍ପରତାର ସହ ଗୋଟିଏ ଦିନରେ ହିଁ ଅନୀତାଙ୍କ ପେନସନ ଅଥରିଟି ଜାରି କରିଥିଲା । 

ଆଜି ଅନିତା ପ୍ରହରାଜଙ୍କୁ ଗଞ୍ଜାମ ଜିଲ୍ଲା ଟ୍ରେଜେରୀ ଅଧୀନ ଆସ୍କା ସବ୍-ଟ୍ରେଜେରୀ କାର୍ଯ୍ୟାଳୟରେ ଜିଲ୍ଲା ଟ୍ରେଜେରୀର ଅତିରିକ୍ତ ଟ୍ରେଜେରୀ ଅଧିକାରୀ ଅଳକାନନ୍ଦା ତ୍ରିପାଠୀ ପ୍ରାୟ ୧୦ ଲକ୍ଷ ଟଙ୍କାର ବକେୟା ରାଶି ସମେତ ମାସିକ ପେନସନ ପ୍ରଦାନ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତ୍ୱରିତ ନିର୍ଦ୍ଦେଶ ଏବଂ ଲେଖା ନିୟନ୍ତ୍ରକ ଶ୍ରୀ ନାୟକ ଓ ଗଂଜାମ ଜିଲ୍ଲା ଟ୍ରେଜେରୀ କାର୍ଯ୍ୟାଳୟର ସମନ୍ୱୟ ଓ ଦାୟିତ୍ୱବୋଧକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଉଛି ।

ଅନିତା ପ୍ରହରାଜ ଏହି ସହଯୋଗ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଅର୍ଥ ବିଭାଗ, ଲେଖା ନିୟନ୍ତ୍ରକ ଶ୍ରୀ ନାୟକ ଓ ଗଂଜାମ ଟ୍ରେଜେରୀ କାର୍ଯ୍ୟାଳୟ ପ୍ରତି କୃତଜ୍ଞତା ଜଣାଇଛନ୍ତି।ଏହି ସହାୟତା ତାଙ୍କ ଜୀବନରେ ନୂତନ ଆଶା ଓ ସ୍ଥିରତା ଆଣିବ ବୋଲି ସେ କହିଛନ୍ତି।ଏହି ପ୍ରୟାସ, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଓ ସହଯୋଗ ମନୋଭାବକୁ ବୟାନ କରୁଛି ।

 

Related posts

କଳାହାଣ୍ଡି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ପୋଷଣ ମାହ ୨୦୨୩ ପୁରସ୍କାର ହାସଲ କଲା ଜିଲ୍ଲା ପ୍ରଶାସନ

masiha

ବିଜାତଳା ବ୍ଳକ! ମାଣିକପୁର ପଞ୍ଚାୟତରେ ହାତୀ ଉପଦ୍ରବ!ବ୍ୟାପକ ଧାନ ଫସଲ ନଷ୍ଟ

Sunil Chandra Nayak

Leave a Comment

error: Content is protected !!