ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓ.ଭି.ଇ.ପି ବାର୍ଷିକ ଉତ୍ସବ ପାଳନ 

ଓ.ଭି.ଇ.ପି ବାର୍ଷିକ ଉତ୍ସବ ପାଳନ 

ଉମରକୋଟ: (୨୮/୦୩/୨୦୨୬)(ରବିନାରାୟଣମହାନ୍ତି):- ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଣ୍ଡାରୀଗୁଡାରେ OVEP ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ବାବୁରାମ ସାହୁଙ୍କ କରକମଳରେ ଉଦଘାଟିତ ଏହି ଉତ୍ସବ ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀଙ୍କ ଉଦଯାପନୀ ଅଭିଭାଷଣରେ ସମାପ୍ତ ହୋଇଥିଲା। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ପରେଶ କୁମାର ମହାପାତ୍ରଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅଲମ୍ପିକ ମୂଲ୍ୟବୋଧ ଆଧାରିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଶୃଙ୍ଖଳାର ସହ ସମ୍ପାଦିତ ହୋଇଥିଲା। ଉଦଯାପନୀ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ବିଶ୍ୱରଂଜନ ମୁଦୁଲି ସଭାପତିତ୍ୱ କରିଥିଲେ ଓ ସଂସ୍କୃତ ଶିକ୍ଷକ ଶ୍ରୀ ମିହିର ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଅଙ୍କିତା ବେହେରା, ମମତା ସାହୁ, ପବିତ୍ର ଢ଼ାଲି, ଜୋତିର୍ମୟ ଘରାମି, ଅର୍ଜୁନ ମହାରଣା କ୍ରୀଡା ପରିଚାଳନା କରିଥିଲେ। ଜୁନିଅର ଶିକ୍ଷକ ରୋଜିସ୍ମିତା ରାଉଳ ଓ ଅଧ୍ୟାପକ ଶ୍ରୀ ରଂଜିତ ମଜୁମଦାର ପୁରସ୍କାର ବିତରଣରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମରକୋଟର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦେବେନ୍ଦ୍ର ବାଗ,ବାମନଦେଇଭଟ୍ଟା କ୍ଲଷ୍ଟର ସଂଯୋଜକ ଶ୍ରୀ ସନ୍ତୋଷ ସାହୁ, ଜିରାଗୁଡା କ୍ଲଷ୍ଟର ସଂଯୋଜକ ଶ୍ରୀ ମଧୁସୂଦନ ଜେନା, ପଡୋଶୀ ଗୋଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଅତୀଶ ରଞ୍ଜନ ମହାପାତ୍ର, ବାମନଦେଇଭଟ୍ଟା ଉଚ୍ଚ ପ୍ରଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଧନେଶ୍ୱର ମଲ୍ଲିକ ସଭାରେ ଉପସ୍ଥିତ ରହି ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। କନିଷ୍ଠ ଶିକ୍ଷକ ରୋଜିସ୍ମିତା ରାଉଳ ଧନ୍ୟବାଦ ଅର୍ପଣ କରିବା ସହ ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ସଭା ସମାପ୍ତ ଘୋଷଣା କରିଥିଲେ।

Related posts

ପୁରୁଣାପଡ଼ା ଶ୍ମଶାନ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ

ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ଧକ୍କା ଦେଲା ପଲାସା ଏକ୍ସପ୍ରେସ୍, ମଧ୍ୟରେ ବଡ ଟ୍ରେନ୍ ଦୁର୍ଘଟଣା

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦ୍ୱିଦିବସୀୟ ଆନ୍ତର୍ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

masiha

Leave a Comment

error: Content is protected !!